ମଣ୍ଡି ଖୋଲିଲା, ଧାନ ଉଠିଲାନି

ଖୋର୍ଦ୍ଧା ଅଫିସ,୧୩ା୧: ଖୋର୍ଦ୍ଧା ଜିଲାରେ ବହୁ ବିଳମ୍ବରେ ବୁଧବାର ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ତେବେ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମଣ୍ଡି ଖୋଲିଲା, କିନ୍ତୁ ଧାନ ଉଠି ପାରିଲା ନାହିଁ। ଧାନର ମାନକୁ ନେଇ ପ୍ରଶ୍ନ ଉଠାଇଥିଲେ ମିଲର୍ସ। ଫଳରେ ଚାଷୀ ଧାନ ବିକ୍ରି କରିପାରି ନ ଥିଲେ। ଏଣୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଚାଷୀ ସଙ୍ଗଠନ ଏହାକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ଖରିଫ ଧାନକିଣା ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ଦେଖାଦେଇଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ବ୍ଲକ ମଳିପଡ଼ା କମ୍ପୁର ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ୨୦୨୧-୨୨ ଖରିଫ ଧାନକ୍ରୟ କାର୍ଯ୍ୟକ୍ରମକୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦ୍‌ଘାଟନ କରିଥିଲେ। ଡିଆର୍‌ସିଏସ୍‌ ଅଳକାନନ୍ଦା ଜେନା, ଏଆରସିଏସ୍‌ ଅନନ୍ତ କୁମାର ନାୟକ, ଏସ୍‌ଏଆର୍‌ସିଏସ୍‌ ବିଷ୍ଣୁ ପ୍ରସାଦ ମିଶ୍ର, ଆର୍‌ଏମ୍‌ସି ସମ୍ପାଦକ ପ୍ରବୋଧ କୁମାର ସାହୁ, ଖୋର୍ଦ୍ଧା ସମବାୟ କେନ୍ଦ୍ର ବ୍ୟାଙ୍କର ଲଳିତ କୁମାର କର, ପ୍ୟାକ୍ସ ଜିଲା ସଭାପତି ବିଶ୍ୱନାଥ ମହାରଣା, ବ୍ଲକ ସମ୍ପାଦକ ଧଜ ସାମନ୍ତରାୟ, ଚାଷୀ ନେତା ଶୈଳେଶ ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ଖୋର୍ଦ୍ଧା ଜିଲାରେ ୧୫ ଲକ୍ଷ କୁଇଣ୍ଟାଲ ଖରିଫ ଧାନ କ୍ରୟ ଲାଗି ଜିଲା ଯୋଗାଣ ବିଭାଗ ଲକ୍ଷ୍ୟ ରଖିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମିଳିଛି। ୧୩୯ଟି ପ୍ୟାକ୍ସରେ ଧାନ କିଣାଯିବ। ଧାନ ବିକ୍ରି ଲାଗି ଜିଲାରେ ପ୍ରାୟ ୪୬ହଜାର ଚାଷୀ ପଞ୍ଜୀକୃତ କରିଛନ୍ତି। ଜିଲାରେ ଧାନକ୍ରୟ ଲାଗି ୧୬ ମିଲରଙ୍କୁ ପ୍ରଶାସନ ଚିହ୍ନଟ କରିଛି। ତେବେ ଏପର୍ଯ୍ୟନ୍ତ ମାତ୍ର ୬ ମିଲର ପଞ୍ଜୀକରଣ କରିଛନ୍ତି। ମିଲର୍ସ ଓ ଜିଲା ଯୋଗାଣ ବିଭାଗ ମଧ୍ୟରେ ବୁଝାମଣା ଅଭାବରୁ ପୂର୍ବ ନିର୍ଦ୍ଧାରିତ ତାରିଖରେ ଧାନ ଉଠିପାରିଲା ନାହିଁ।

ନିରାଶ ହୋଇ ଫେରିଲେ ଚାଷୀ
ପ୍ରଥମ ଦିନରେ କମ୍ପୁର ପ୍ୟାକ୍ସକୁ ଜଗନ୍ନାଥ ସିଂ ୧୦ କୁଇଣ୍ଟାଲ ଏବଂ କୃଷ୍ଣଚନ୍ଦ୍ର ମୁଦୁଲି ୧୭ କୁଇଣ୍ଟାଲ ଧାନ ଆଣିଥିଲେ। ସେଠାରେ ଉପସ୍ଥିତ ଥିବା ମିଲରମାନେ ହଠାତ୍‌ ଧାନର ମାନ ଠିକ ନ ଥିବା କହି ଧାନ ଉଠାଇବାକୁ ମନା କରିଥିଲେ। ଏନେଇ ଚାଷୀମାନେ ଯୋଗାଣ ଅଧିକାରୀ ଓ ଜିଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ପାଇ ନ ଥିଲେ। ଫଳରେ ଚାଷୀ ନିରାଶ ହୋଇ ଫେରିଥିଲେ। ଚାଷୀ ଦ୍ୱୟ କହିଛନ୍ତି, ଧାନବିକ୍ରି ଲାଗି ଖଳାରୁ ମଣ୍ଡିକୁ ଆଣିବା ପାଇଁ ମୂଲମଜୁରି ଓ ଟ୍ରାକ୍ଟର ଭଡ଼ା ବାବଦକୁ ପ୍ରାୟ ୨ହଜାର ଟଙ୍କା ଲେଖାଏ ଖର୍ଚ୍ଚ କରିଥିଲେ।

ଅଭାବୀ ବିକ୍ରି ସମସ୍ୟା ଉପୁଜିପାରେ
ଏ ନେଇ ଚାଷୀ ନେତା ଶୈଳେଶ ବଳିଆରସିଂ କହିଛନ୍ତି, ଅନାବୃଷ୍ଟି, ଅଦିନିଆ ବର୍ଷା, ବନ୍ୟା ପରେ ବାତ୍ୟା ଯୋଗୁ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଧାନ ଅମଳ କରିଛନ୍ତି। ଧାନର ମାନ ଭଲ ନ ଥିବା କହି ଯଦି କିଣାଯିବ ନାହିଁ ତେବେ ଚାଷୀ କ’ଣ କରିବେ। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ଦେଖା ଗଲାଣି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସେହିପରି ଭାଜପା କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି, ମଣ୍ଡିରେ ମିଲରଙ୍କ ରାଜ୍‌ ଚାଲିଛି। କେଉଁ ଧାନ ଓ କେତେ ପରିମାଣ ଉଠାଯିବ, ତାହା ମିଲର ସ୍ଥିର କରୁଛନ୍ତି। ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦରଦ ନାହିଁ। ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇଗଲା, ତେଣୁ ସରକାର ସେଥିରେ ବ୍ୟସ୍ତ। ତେବେ ଚାଷୀଙ୍କ ସ୍ବାର୍ଥ ପାଇଁ ଭାଜପା ରାସ୍ତାକୁ ଓହ୍ଲାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri