ପ୍ରୋତ୍ସାହିତ କରିବ ପ୍ରଦର୍ଶନୀ

ଅନୁଗୋଳ ଅଫିସ, ୨ା୧୦ ଆବର୍ଜନାରେ ସଜା ଯାଇପାରେ ଡ୍ରଇଂ ରୁମ୍‌। ବଢ଼ାଯାଇପାରେ ଡାଇନିଂ ଟେବୁଲର ଶୋଭା। ଅଳିଆ ଗଦାର ଭଙ୍ଗା କାଚ, ଫଟା ପ୍ଲାଷ୍ଟିକ, ଚିରା କାଗଜ ଯେ ସମ୍ମାନ ଓ ପୁରସ୍କାର ପରି ସୌଭାଗ୍ୟ ଆଣିଦେଇପାରେ ତାହା ସାବ୍ୟସ୍ତ କରିପାରିଛନ୍ତି ଅନୁଗୋଳ ଜିଲାର କେତୋଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)। ସେଥିପାଇଁ ଏପରି ଅଦରକାରୀ ସାମଗ୍ରୀକୁ ନେଇ ସେମାନେ ନିଜ ହାତର ଚମତ୍କାରିତା ଦେଖାଇବାରେ ଲାଗିପଡ଼ିଛନ୍ତି। ଏହା ସେମାନଙ୍କୁ ରୋଜଗାର ଦେବା ସହ ସ୍ବାବଲମ୍ବୀ କରିପାରିଛି। ଅଧିକରୁ ଅଧିକ ପ୍ରଦର୍ଶନୀ ହିଁ ସେମାନଙ୍କ କାରିଗରିକୁ ପ୍ରୋତ୍ସାହିତ କରିବ ବୋଲି ଏହି ଏସ୍‌ଏଚ୍‌ଜି ସଦସ୍ୟାମାନେ କହିଛନ୍ତି।
ଅନୁଗୋଳ ପୌରାଞ୍ଚଳରେ ମୋଟ୍‌ ୨୩୭ଟି ଏସ୍‌ଏଚ୍‌ଜି ରହିଛି। ସେଥିମଧ୍ୟରୁ ୧୯୦ଟି ଗ୍ରୁପ୍‌ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରୁଛି। ବିଶେଷକରି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମ୍‌ସିସି), ଏମ୍‌ଆର୍‌ଏଫ୍‌ ଓ ଆହାର କେନ୍ଦ୍ର ପରିଚାଳନାରେ ଏହି ସଦସ୍ୟାମାନଙ୍କ ଯୋଗଦାନ ରହିଛି। ତେବେ କେତୋଟି ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ଲାଷ୍ଟିକ, କାଚ ଓ କାଗଜ ଆବଜର୍ନାରେ ଶୋଭାବର୍ଦ୍ଧନକାରୀ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଏହା ସହରରେ ଭଲ ପ୍ରଶଂସା ପାଉଥିବାରୁ ଏପରି ଗୋଷ୍ଠୀଙ୍କୁ ଅଧିକ ପ୍ରୋତ୍ସାହିତ କରିବାକୁ ପୌରପାଳିକା ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହାକୁ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଯନ୍ତ୍ରୀ ରବୀନ ଦାସ, ଦୁର୍ଯ୍ୟୋଧନ ବେହେରା, ଆଲୋକ ସାହୁ ପ୍ରମୁଖ ବୁଲି ଦେଖିବା ସହ ସୁନ୍ଦର କାରିଗରୀ ପାଇଁ ମାନପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଏସ୍‌ଏଚ୍‌୍‌ଜିର ସଦସ୍ୟାମାନେ କହିଛନ୍ତି, ଅନୁଗୋଳ ସହରରୁ ବହୁ ପରିମାଣର କାଚ, ପ୍ଲାଷ୍ଟିକ ଆବର୍ଜନା ବାହାରୁଛି। ଏହାକୁ କିପରି ପୁନଃ ବ୍ୟବହାରଯୋଗ୍ୟ ସହ ଆୟ କରିହେବ ସେ ନେଇ ଉଦ୍ୟମ କରାଯାଇଥିଲା। ଗ୍ରୁପ୍‌ ସଦସ୍ୟାମାନେ ଭଙ୍ଗା କାଚରେ ଭଳି କି ଭଳି କୁଣ୍ଡ ପ୍ରସ୍ତୁତ କରୁଛନ୍ତି। ସୁନ୍ଦର ଦର୍ପଣ ଗଢ଼ିପାରୁଛନ୍ତି। ଫିଙ୍ଗାଯାଇଥିବା ଔଷଧ ଖୋଳରେ ଆକର୍ଷଣୀୟ କଳାକୃତି ଦେଖାଇପାରୁଛନ୍ତି। ଫୁଲଦାନୀ, ପେନ୍‌ଷ୍ଟାଣ୍ଡ, ଚାଙ୍ଗୁଡ଼ି ତିଆରି କରିପାରୁଛନ୍ତି। ସୋଲ ଓ ପ୍ଲାଣ୍ଟିକ୍‌ ଗ୍ଲାସରେ ଦେବଦେବୀଙ୍କ ମୃର୍ତ୍ତି ପ୍ରସ୍ତୁତ କରୁଛନ୍ତି। ପଲିଥିନ, ଚିରା କାଗଜରେ ଘରକରଣା ସାମଗ୍ରୀ ତିଆରି କରୁଛନ୍ତି। ଏସବୁରୁ ଶ୍ରେଷ୍ଠ ସାମଗ୍ରୀକୁ ଜିଲାସ୍ତରୀୟ ଓ ପରେ ରାଜ୍ୟସ୍ତରୀୟ ପ୍ରଦର୍ଶନୀକୁ ମନୋନୀତ କରାଯିବ। ସେଠାରେ ବିଚାରକଙ୍କ ଦ୍ୱାରା ଆଦୃତ ହେଲେ ସମ୍ପୃକ୍ତ ଗ୍ରୁପ୍‌କୁ ପୁରସ୍କାର ସହ ଜାତୀୟସ୍ତରରେ ପ୍ରଦର୍ଶନୀ ପାଇଁ ସୁଯୋଗ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ସୁଯୋଗ ଅପେକ୍ଷାରେ ରହିଛୁ
ବିଭିନ୍ନ ଅଦରକାରୀ ସାମଗ୍ରୀକୁ ନୂଆ ଜୀବନ ଦେବାକୁ ଉଦ୍ୟମ କରୁଛୁ। ଏହା ଆକର୍ଷଣୀୟ ହେଉଥିବାରୁ ପ୍ରାରମ୍ଭିକ ସଫଳତା ପାଇଛୁ। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପ୍ରଦର୍ଶନୀରେ ଏସବୁକୁ ଉପସ୍ଥାପନ କରିବା ସୁଯୋଗ ଅପେକ୍ଷାରେ ଅଛୁ।
-ମାମିନୀ ଭୋଇ, ସଭାନେତ୍ରୀ, ଧରିତ୍ରୀ ଏସ୍‌ଏଚ୍‌ଜି
ଅଦରକାରୀକୁ ଦରକାରୀ କରୁଛୁ
ଅଳିଆ ଭାବି ଡଷ୍ଟବିନ୍‌ରେ ପକାଇ ଦିଆଯାଉଥିବା ଭଙ୍ଗା କାଚ, ପ୍ଲାଷ୍ଟିକ ଆଦିକୁ ଦରକାରୀ ସାମଗ୍ରୀରେ ପରିଣତ କରିପାରୁଛୁ। ଅନ୍ୟ କାମରୁ ସମୟ ବାହାର କରି ଏହା ପ୍ରସ୍ତୁତ କରୁଛୁ। ଏବେ ପ୍ରଦର୍ଶନୀ ପାଇଁ ସୁଯୋଗ ମିଳିଛି। ଆଗକୁ ଅଧିକ ମିଳିବା ଆଶା ଅଛି।
-ଦୁଲଣା ଦେହୁରୀ, ସଭାନେତ୍ରୀ, ଚନ୍ଦ୍ରଶେଖର ଏସ୍‌ଏଚ୍‌ଜି
ରୋଜଗାରକ୍ଷମ ହୋଇପାରିଛୁ
ଅନୁଗୋଳ ବସ୍‌ଷ୍ଟାଣ୍ଡସ୍ଥିତ ଆହାର କେନ୍ଦ୍ର ପରିଚାଳନା କରୁଛୁ। ଲୋକଙ୍କୁ କିଭଳି ସ୍ବାସ୍ଥ୍ୟକର ଖାଦ୍ୟ ମିଳିବ, ତାହା ଉପରେ ଗୁରୁତ୍ୱ ଦେଉଛୁ। ଏହା ସହ ଅନ୍ୟ କାର୍ଯ୍ୟ କରି ବେଶ୍‌ ଅର୍ଥ ରୋଜଗାର କରୁଛୁ। ପୂର୍ବପରି କାହା ଉପରେ ଆଉ ନିର୍ଭର କରିବାକୁ ପଡ଼ୁନାହିଁ।
-ସୁମିତ୍ରା ଦେହୁରୀ, ସଭାନେତ୍ରୀ, ଈଶ୍ୱରୀ ଏସ୍‌ଏଚ୍‌ଜି
ନିଆରା ଅନୁଭୂତି ରହିଛି
ଆବର୍ଜନା ଉଠାଇ ସେଥିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ପ୍ରଥମେ ଅଡ଼ୁଆ ଲାଗୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏପରି କାର୍ଯ୍ୟ ଆମକୁ ନିଆରା ଅନୁଭୂତି ଦେଇଛି। ଏହାକୁ ପ୍ରଦର୍ଶନୀରେ ଲଗାଇ ପ୍ରଶଂସା ପାଇବା ପରେ ପରିଶ୍ରମର ମୂଲ୍ୟ ମିଳିପାରିଛି ବୋଲି ଭାବୁଛି।
-ସୁନିତା ଘଡ଼େଇ, ସମ୍ପାଦିକା, ମା’ ଆଲମ୍‌ ଏସ୍‌ଏଚ୍‌ଜି


Enter your email to get our daily news in your inbox.

All Right Reserved By Dharitri.Com

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri