ପ୍ରୋତ୍ସାହିତ କରିବ ପ୍ରଦର୍ଶନୀ

ଅନୁଗୋଳ ଅଫିସ, ୨ା୧୦ ଆବର୍ଜନାରେ ସଜା ଯାଇପାରେ ଡ୍ରଇଂ ରୁମ୍‌। ବଢ଼ାଯାଇପାରେ ଡାଇନିଂ ଟେବୁଲର ଶୋଭା। ଅଳିଆ ଗଦାର ଭଙ୍ଗା କାଚ, ଫଟା ପ୍ଲାଷ୍ଟିକ, ଚିରା କାଗଜ ଯେ ସମ୍ମାନ ଓ ପୁରସ୍କାର ପରି ସୌଭାଗ୍ୟ ଆଣିଦେଇପାରେ ତାହା ସାବ୍ୟସ୍ତ କରିପାରିଛନ୍ତି ଅନୁଗୋଳ ଜିଲାର କେତୋଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)। ସେଥିପାଇଁ ଏପରି ଅଦରକାରୀ ସାମଗ୍ରୀକୁ ନେଇ ସେମାନେ ନିଜ ହାତର ଚମତ୍କାରିତା ଦେଖାଇବାରେ ଲାଗିପଡ଼ିଛନ୍ତି। ଏହା ସେମାନଙ୍କୁ ରୋଜଗାର ଦେବା ସହ ସ୍ବାବଲମ୍ବୀ କରିପାରିଛି। ଅଧିକରୁ ଅଧିକ ପ୍ରଦର୍ଶନୀ ହିଁ ସେମାନଙ୍କ କାରିଗରିକୁ ପ୍ରୋତ୍ସାହିତ କରିବ ବୋଲି ଏହି ଏସ୍‌ଏଚ୍‌ଜି ସଦସ୍ୟାମାନେ କହିଛନ୍ତି।
ଅନୁଗୋଳ ପୌରାଞ୍ଚଳରେ ମୋଟ୍‌ ୨୩୭ଟି ଏସ୍‌ଏଚ୍‌ଜି ରହିଛି। ସେଥିମଧ୍ୟରୁ ୧୯୦ଟି ଗ୍ରୁପ୍‌ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରୁଛି। ବିଶେଷକରି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମ୍‌ସିସି), ଏମ୍‌ଆର୍‌ଏଫ୍‌ ଓ ଆହାର କେନ୍ଦ୍ର ପରିଚାଳନାରେ ଏହି ସଦସ୍ୟାମାନଙ୍କ ଯୋଗଦାନ ରହିଛି। ତେବେ କେତୋଟି ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ଲାଷ୍ଟିକ, କାଚ ଓ କାଗଜ ଆବଜର୍ନାରେ ଶୋଭାବର୍ଦ୍ଧନକାରୀ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଏହା ସହରରେ ଭଲ ପ୍ରଶଂସା ପାଉଥିବାରୁ ଏପରି ଗୋଷ୍ଠୀଙ୍କୁ ଅଧିକ ପ୍ରୋତ୍ସାହିତ କରିବାକୁ ପୌରପାଳିକା ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହାକୁ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଯନ୍ତ୍ରୀ ରବୀନ ଦାସ, ଦୁର୍ଯ୍ୟୋଧନ ବେହେରା, ଆଲୋକ ସାହୁ ପ୍ରମୁଖ ବୁଲି ଦେଖିବା ସହ ସୁନ୍ଦର କାରିଗରୀ ପାଇଁ ମାନପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଏସ୍‌ଏଚ୍‌୍‌ଜିର ସଦସ୍ୟାମାନେ କହିଛନ୍ତି, ଅନୁଗୋଳ ସହରରୁ ବହୁ ପରିମାଣର କାଚ, ପ୍ଲାଷ୍ଟିକ ଆବର୍ଜନା ବାହାରୁଛି। ଏହାକୁ କିପରି ପୁନଃ ବ୍ୟବହାରଯୋଗ୍ୟ ସହ ଆୟ କରିହେବ ସେ ନେଇ ଉଦ୍ୟମ କରାଯାଇଥିଲା। ଗ୍ରୁପ୍‌ ସଦସ୍ୟାମାନେ ଭଙ୍ଗା କାଚରେ ଭଳି କି ଭଳି କୁଣ୍ଡ ପ୍ରସ୍ତୁତ କରୁଛନ୍ତି। ସୁନ୍ଦର ଦର୍ପଣ ଗଢ଼ିପାରୁଛନ୍ତି। ଫିଙ୍ଗାଯାଇଥିବା ଔଷଧ ଖୋଳରେ ଆକର୍ଷଣୀୟ କଳାକୃତି ଦେଖାଇପାରୁଛନ୍ତି। ଫୁଲଦାନୀ, ପେନ୍‌ଷ୍ଟାଣ୍ଡ, ଚାଙ୍ଗୁଡ଼ି ତିଆରି କରିପାରୁଛନ୍ତି। ସୋଲ ଓ ପ୍ଲାଣ୍ଟିକ୍‌ ଗ୍ଲାସରେ ଦେବଦେବୀଙ୍କ ମୃର୍ତ୍ତି ପ୍ରସ୍ତୁତ କରୁଛନ୍ତି। ପଲିଥିନ, ଚିରା କାଗଜରେ ଘରକରଣା ସାମଗ୍ରୀ ତିଆରି କରୁଛନ୍ତି। ଏସବୁରୁ ଶ୍ରେଷ୍ଠ ସାମଗ୍ରୀକୁ ଜିଲାସ୍ତରୀୟ ଓ ପରେ ରାଜ୍ୟସ୍ତରୀୟ ପ୍ରଦର୍ଶନୀକୁ ମନୋନୀତ କରାଯିବ। ସେଠାରେ ବିଚାରକଙ୍କ ଦ୍ୱାରା ଆଦୃତ ହେଲେ ସମ୍ପୃକ୍ତ ଗ୍ରୁପ୍‌କୁ ପୁରସ୍କାର ସହ ଜାତୀୟସ୍ତରରେ ପ୍ରଦର୍ଶନୀ ପାଇଁ ସୁଯୋଗ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ସୁଯୋଗ ଅପେକ୍ଷାରେ ରହିଛୁ
ବିଭିନ୍ନ ଅଦରକାରୀ ସାମଗ୍ରୀକୁ ନୂଆ ଜୀବନ ଦେବାକୁ ଉଦ୍ୟମ କରୁଛୁ। ଏହା ଆକର୍ଷଣୀୟ ହେଉଥିବାରୁ ପ୍ରାରମ୍ଭିକ ସଫଳତା ପାଇଛୁ। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପ୍ରଦର୍ଶନୀରେ ଏସବୁକୁ ଉପସ୍ଥାପନ କରିବା ସୁଯୋଗ ଅପେକ୍ଷାରେ ଅଛୁ।
-ମାମିନୀ ଭୋଇ, ସଭାନେତ୍ରୀ, ଧରିତ୍ରୀ ଏସ୍‌ଏଚ୍‌ଜି
ଅଦରକାରୀକୁ ଦରକାରୀ କରୁଛୁ
ଅଳିଆ ଭାବି ଡଷ୍ଟବିନ୍‌ରେ ପକାଇ ଦିଆଯାଉଥିବା ଭଙ୍ଗା କାଚ, ପ୍ଲାଷ୍ଟିକ ଆଦିକୁ ଦରକାରୀ ସାମଗ୍ରୀରେ ପରିଣତ କରିପାରୁଛୁ। ଅନ୍ୟ କାମରୁ ସମୟ ବାହାର କରି ଏହା ପ୍ରସ୍ତୁତ କରୁଛୁ। ଏବେ ପ୍ରଦର୍ଶନୀ ପାଇଁ ସୁଯୋଗ ମିଳିଛି। ଆଗକୁ ଅଧିକ ମିଳିବା ଆଶା ଅଛି।
-ଦୁଲଣା ଦେହୁରୀ, ସଭାନେତ୍ରୀ, ଚନ୍ଦ୍ରଶେଖର ଏସ୍‌ଏଚ୍‌ଜି
ରୋଜଗାରକ୍ଷମ ହୋଇପାରିଛୁ
ଅନୁଗୋଳ ବସ୍‌ଷ୍ଟାଣ୍ଡସ୍ଥିତ ଆହାର କେନ୍ଦ୍ର ପରିଚାଳନା କରୁଛୁ। ଲୋକଙ୍କୁ କିଭଳି ସ୍ବାସ୍ଥ୍ୟକର ଖାଦ୍ୟ ମିଳିବ, ତାହା ଉପରେ ଗୁରୁତ୍ୱ ଦେଉଛୁ। ଏହା ସହ ଅନ୍ୟ କାର୍ଯ୍ୟ କରି ବେଶ୍‌ ଅର୍ଥ ରୋଜଗାର କରୁଛୁ। ପୂର୍ବପରି କାହା ଉପରେ ଆଉ ନିର୍ଭର କରିବାକୁ ପଡ଼ୁନାହିଁ।
-ସୁମିତ୍ରା ଦେହୁରୀ, ସଭାନେତ୍ରୀ, ଈଶ୍ୱରୀ ଏସ୍‌ଏଚ୍‌ଜି
ନିଆରା ଅନୁଭୂତି ରହିଛି
ଆବର୍ଜନା ଉଠାଇ ସେଥିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ପ୍ରଥମେ ଅଡ଼ୁଆ ଲାଗୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏପରି କାର୍ଯ୍ୟ ଆମକୁ ନିଆରା ଅନୁଭୂତି ଦେଇଛି। ଏହାକୁ ପ୍ରଦର୍ଶନୀରେ ଲଗାଇ ପ୍ରଶଂସା ପାଇବା ପରେ ପରିଶ୍ରମର ମୂଲ୍ୟ ମିଳିପାରିଛି ବୋଲି ଭାବୁଛି।
-ସୁନିତା ଘଡ଼େଇ, ସମ୍ପାଦିକା, ମା’ ଆଲମ୍‌ ଏସ୍‌ଏଚ୍‌ଜି


Enter your email to get our daily news in your inbox.

All Right Reserved By Dharitri.Com

‘ଯେଉଁଠି ଥିଲେ ଟିକା ନେଇପାରିବେ’

ଭୁବନେଶ୍ୱର, ୨୧।୧(ବ୍ୟୁରୋ):ଗୋଟିଏ ଜାଗାରେ ଡାଟାବେସ୍‌ ଥିବାବେଳେ ରେଜିଷ୍ଟ୍ରେଶନ ଅନ୍ୟତ୍ର କରିଥିବା ବ୍ୟକ୍ତି ଟିକାଦାନରୁ ବଞ୍ଚତ୍ତ ହେବେ ନାହିଁ। ପ୍ରଥମ ଡୋଜ୍‌ ଟିକା ନେବା ପରେ ଯଦି...

୫ ଜିଲାରେ ଖୁବ୍‌ଶୀଘ୍ର ଇ-ବସ୍‌ ସେବା

ଭୁବନେଶ୍ୱର, ୨୪।୮(ସୁନିତ୍‌ ମିଶ୍ର)କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌)ର ୪୪ତମ ବୋର୍ଡ ବୈଠକ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ତଥା କ୍ରୁଟ୍‌ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ସୋମବାର...

କାର ଧକ୍କାରେ ଛାତ୍ର ମୃତ

କ୍ଷତିପୂରଣ ଦାବିରେ ରାସ୍ତାରୋକୋ ପାଟପୁର,୮ା୧୨-ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ମୁଖ୍ୟ ରାସ୍ତାରେ ଶନିବାର ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର...

୩ ବର୍ଷରେ ଉନ୍ନୟନ କାମରେ ବ୍ୟାପକ ହେରଫେର

ପଟ୍ଟାମୁଣ୍ଡାଇ, ୧୦ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପୌର ପରିଷଦର କେତେଜଣ ଅଫିସର ଏହି ଟଙ୍କାକୁ...

ଦିନିକିଆ ଅଧିବେଶନ, ଯୋଗଦେବେ ୩୦% ସଦସ୍ୟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ସୋମବାର ଲୋକସେବା ଭବନର ନୂତନ କନ୍‌ଭେନ୍‌ଶନ ବିଲ୍ଡିଂରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟୟ...

ଜିଲାବାସୀ ପ୍ରକଳ୍ପ ପ୍ରତିଶ୍ରୁତିରେ ଅଣନିଃଶ୍ୱାସୀ

କେନ୍ଦ୍ରାପଡ଼ା, ୨।୮ (ଜଗନ୍ନାଥ ଧଳ): ସାଧାରଣ ନିର୍ବାଚନ ପ୍ରସ୍ତୁତିରେ ରାଜ୍ୟର ବୃହତ ୩ ରାଜନୈତିକ ଦଳ ତପତ୍ର ହୋଇଛନ୍ତି। ବିଭିନ୍ନ ରଣନୀତି ବୈଠକରେ ପ୍ରସ୍ତୁତ ହେଉଥିବା...

ପୁଅ ଅଙ୍ଗ ଦାନକରି ଉଦାହରଣ ପାଲଟିଲେ ମାତାପିତା: ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୫ ଲକ୍ଷ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ମାତାପିତାଙ୍କ ପାଇଁ ସେମାନଙ୍କ ପିଲା ସବୁକିଛି। ଜୀବନର ସମସ୍ତ ଦୁଃଖକଷ୍ଟ ସହି ନିଜ ସନ୍ତାନସନ୍ତତିଙ୍କୁ ବଢ଼ାଇବା ସହ ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର...

ନବ ଦାସ ବିଜେଡିରେ ଯୋଗଦେବା ପରେ ଅନ୍ତର୍ଦ୍ୱନ୍ଦ୍ୱ ଜଣାପଡ଼ିଯାଇଥିଲା: ନରସିଂହ

ଭୁବନେଶ୍ବର, ୨୨।୨(ବ୍ୟୁରୋ): ନବ ଦାସଙ୍କ ହତ୍ୟା ଘଟଣାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଣି ନୂଆ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନବଙ୍କୁ...

Advertisement
Archives

Model This Week