ଆଉ ଏକ ଗୁଳିିବିଦ୍ଧ ଦନ୍ତା ଗୁରୁତର

ଭୁବନେଶ୍ୱର(ବ୍ୟୁରୋ)/ନରସିଂହପୁର (ସ୍ବ.ପ୍ର.)୨୯।୭: ଆଠଗଡ଼ ବନଖଣ୍ଡ ନରସିଂହପୁର ଜଙ୍ଗଲରେ ଗତ ୬ଦିନ ହେଲା ବୁଲୁଥିବା ଗୁଳିବିଦ୍ଧ ଦନ୍ତାକୁ ବନ ବିଭାଗ ଗୁରୁବାର ଠାବ କରି ଚିକିତ୍ସା ଆରମ୍ଭ କରିଛି। ନରସିଂହପୁର ପ୍ରାଣୀଧନ ଚିକିତ୍ସକ ବିଜୟ କୁମାର ସେନାପତି, ନନ୍ଦନକାନନ ଏବଂ ସାତକୋଶିଆର ବନ୍ୟପ୍ରାଣୀର ଏକ ଟିମ୍‌ ହାତୀର ଚିକିତ୍ସା କରୁଥିବା ଜଣାପଡ଼ିଛି। ହାତୀର ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଥିବାବେଳେ ତାର ଅବସ୍ଥା ଗୁରୁତର ରହିଛି। ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଉଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହାତୀଟି ଗୁଳିର ଶିକାର ହୋଇଥିବା ସମ୍ପର୍କରେ ଗ୍ରାମବାସୀ ପୂର୍ବରୁ କହୁଥିବାବେଳେ ବନ ବିଭାଗ ଏହାକୁ ଖଣ୍ଡନ କରି ଆସୁଥିଲା। ଅନ୍ୟ ହାତୀଙ୍କ ସହ ଲଢ଼େଇରେ ଆହତ ହୋଇଥିବା ବନ ବିଭାଗ ସଫେଇ ଦେଉଥିଲା। ହେଲେ ଗୁରୁବାର ବାରିସିଂଗା ଜଙ୍ଗଲରେ ହାତୀଟି ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ୨ଟି ସ୍ଥାନରେ ଛେର୍‌ରା(ଗୁଳି) ବାଜିଥିବା ଜଣାପଡ଼ିଛି। ଉକ୍ତ ସ୍ଥାନଗୁଡ଼ିକରେ ଗଭୀର କ୍ଷତ ହୋଇ ଘା’ ହୋଇଯାଇଥିବାରୁ ହାତୀର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଗତ ମାସରେ ଏହି ଅଞ୍ଚଳରେ ଏକ ଗୁଳିବିଦ୍ଧ ଦନ୍ତାହାତୀ ବୁଲୁଥିଲା। ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଏସମ୍ପର୍କରେ ନିଜ ଫେସ୍‌ବୁକ ଆକାଉଣ୍ଟରେ ପୋଷ୍ଟ କରିବା ପରେ ବନ ବିଭାଗ ତତ୍ପରତା ଦେଖାଇଥିଲା। ସେତେବେଳେ ମଧ୍ୟ ହାତୀ ଶରୀରରେ ଗୁଳି ବାଜି ନ ଥିବା ବନ ବିଭାଗ କହିଥିଲା। ପରେ ତା’ ଶରୀରରେ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା। ଗୁଳିବିଦ୍ଧ ଅବସ୍ଥାରେ ହାତୀଟି କିଛି ଦିନ ରହିବା ପରେ ଦୁର୍ବଳ ହୋଇପଡ଼ିଥିଲା। ଚିକିତ୍ସା ବିଳମ୍ବରେ ଆରମ୍ଭ ହୋଇଥିବାରୁ ତାକୁ ବଞ୍ଚାଇବା ସମ୍ଭବ ହୋଇପାରି ନ ଥିଲା। ବନ ବିଭାଗର ଖାମ ଖିଆଲ ମନ୍ତବ୍ୟ ଏବଂ ତତ୍ପରତାର ଅଭାବ ଯୋଗୁ ହାତୀ ଶିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ସହ ନିରୀହ ହାତୀ ବଂଶ ଲୋପ ପାଇବାରେ ଲାଗିଛି। ହାତୀ ମୃତ୍ୟୁ ଏବଂ କଙ୍କାଳ ଉଦ୍ଧାର ଘଟଣାରେ ଫେରାର ଥିବା ଫରେଷ୍ଟର ମନୋଜ ଦାସ ଏବଂ ବଗ ପରିଡ଼ାଙ୍କୁ ଏଯାବତ୍‌ ବନ ବିଭାଗ ଧରିପାରି ନାହିଁ। ଏପରି କି କ୍ରାଇମ୍‌ବ୍ରାଞ୍ଚ କିମ୍ବା ଜିଲା ପୋଲିସ ମଧ୍ୟ ଫେରାର ଫରେଷ୍ଟରଙ୍କୁ ଧରିବା ପାଇଁ ଚେଷ୍ଟା କରୁନାହାନ୍ତି। ଅପରପକ୍ଷରେ ପୂର୍ବ ଘଟଣାରେ ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କ ସହ ବନ କର୍ମଚାରୀଙ୍କୁ ଅଧିକ ଜେରା କଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ ଯାଦବ କହିଛନ୍ତି। ଏହି ଘଟଣାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଡ. ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ଆହତ ହାତୀ ବିଷୟରେ ଗତ ୨୩ତାରିଖରେ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ ସୂଚନା ଦେଇଥିଲୁ। ହାତୀଟି ଆହତ ହୋଇ ବୁଲୁଥିବାବେଳେ ଚିକିତ୍ସା କରିବା ବଦଳରେ ଆଠଗଡ଼ର ବିଭିନ୍ନ ରେଞ୍ଜର କର୍ମଚାରୀମାନେ ତାକୁ ନିଜ ରେଞ୍ଜରୁ ତଡ଼ିବାରେ ବ୍ୟସ୍ତ ଥିଲେ। ଏକଥା ସ୍ପଷ୍ଟଭାବେ ପିସିସିଏଫ୍‌ଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ତତ୍ପରତା ଦେଖିବାକୁ ମିଳି ନ ଥିଲା।ଏବେ ହାତୀ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରୁଛି। ବିଶେଷକରି ସତ ମାନିବାକୁ ବନବିଭାଗ କାହିଁକି ନାରାଜ ହେଉଛି ତାହା ସନ୍ଦେହ ସୃଷ୍ଟି ହେଉଛି। ଗୋଟିଏ ମାସ ବ୍ୟବଧାନରେ ୨ଟି ହାତୀ ଗୁଳିବିଦ୍ଧ ହେବା ଏବଂ ଗୋଟିକର ମୃତ୍ୟୁ ଘଟିଥିବାବେଳେ ଅନ୍ୟଟି ମୁମୂର୍ଷୁ ଅବସ୍ଥାରେ ପଡ଼ିରହିବା ପରେ ମଧ୍ୟ ବନବିଭାଗ କେବେ ଚେତିବ ବୋଲି ବିଶ୍ୱଜିତ୍‌ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri