ମାଙ୍କଡ଼ଙ୍କ ପାଇଁ ଝୁଲନ୍ତା ଚଲାପଥ

କେନ୍ଦୁଝର,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜୁଡିଆ, କାଞ୍ଜିପାଣି ଘାଟିରେ ମାଙ୍କଡ଼ମାନେ ଖାଦ୍ୟ ପାଇଁ ବୁଲୁଥିବା ବେଳେ ଅସୁରକ୍ଷିତ ଭାବେ ଗୋଟିଏ ପାର୍ଶ୍ୱ ଜଙ୍ଗଲରୁ ଅନ୍ୟ ପାର୍ଶ୍ୱକୁ ଜାତୀୟ ରାଜପଥ ୪୯ ଦେଇ ଅତିକ୍ରମ କରିଥାନ୍ତି। ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଦୈନିକ ହଜାର ହଜାର ସଂଖ୍ୟାରେ ଭାରିଯାନ ସମେତ ବହୁ ଗାଡ଼ି ଚଳାଚଳ କରୁଥିବାରୁ ଅନେକ ସମୟରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ଏଣୁ ସୁନ୍ଦରଗଡ଼ ଜିଲା ଟେନ୍‌ସା ଭଳି ଏନ୍‌ଏଚ୍‌-୪୯ର ଜୁଡିଆ ଘାଟି (ସାନଘାଗରା ନିକଟ)ରେ ବନ ବିଭାଗ ପକ୍ଷରୁ ମାଙ୍କଡ଼ମାନେ ରାସ୍ତା ପାର ହେବା ପାଇଁ ଦୁଇଟି ଝୁଲନ୍ତା ଚଲାପଥ ନିର୍ମାଣ କରାଯାଇଛି। ଭୂୟଁା ଓ ଜୁଆଙ୍ଗ ପିଢ଼ ରେଞ୍ଜ୍‌ ଅଧିକାରୀ ମାନସ ମୁର୍ମୁ କହିଛନ୍ତି, ଏବେ ଦୁଇଟି ସ୍ଥାନରେ କ୍ୟାନୋପି ବ୍ରିଜ୍‌ ନିର୍ମାଣ କରାଯାଇଛି। ଆଗାମୀ ଦିନରେ ଉକ୍ତ ରାସ୍ତାର ତଣ୍ଡିଯୋଡ଼ା ନିକଟରେ ଆଉ ଏକ ନିର୍ମାଣ ହେବ। ଏହାଦ୍ୱାରା ମାଙ୍କଡ଼ମାନେ ଉକ୍ତ ବ୍ରିଜ୍‌ ଦ୍ୱାରା ପାର ହୋଇ ଜଙ୍ଗଲକୁ ଯିବେ। ଏହି ଚଲାପଥ ଦ୍ୱାରା ମାଙ୍କଡ଼ ସୁବିଧାରେ ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଏନ୍‌ଏଚ୍‌ ଅତିକ୍ରମ କରି ଯାଇପାରିବେ। ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି, ଖାଦ୍ୟାଭାବ ଯୋଗୁ ମାଙ୍କଡ଼ମାନେ ରାସ୍ତାକଡ଼କୁ ଚାଲି ଆସୁଛନ୍ତି। ଏଣୁ ଜଙ୍ଗଲରେ ଫଳ, କୋଳି ଆଦି ସେମାନଙ୍କ ଖାଦ୍ୟ ଉପଯୋଗୀ ଗଛ ଲଗାଇଲେ ସେମାନେ ରାସ୍ତାକୁ ଆସିବେ ନାହିଁ। ଅନ୍ୟପକ୍ଷେ ଖାଦ୍ୟ ବ୍ୟବସ୍ଥା କରା ନ ଯାଇ ଏଭଳି ଝୁଲନ୍ତା ରାସ୍ତା ବା କ୍ୟାନୋପି ବ୍ରିଜ୍‌ ନିର୍ମାଣ କରାଗଲେ ସେମାନଙ୍କ ଦୁର୍ଘଟଣାଜନିତ ସମସ୍ୟା ରୋକାଯାଇ ପାରିବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri