ଇରାକରେ ଶ୍ରୀଲଙ୍କା ଦୃଶ୍ୟ

ବାଗ୍‌ଦାଦ:ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ଧସେଇ ପଶିବା ଦୃଶ୍ୟର ପୁନରାବୃତ୍ତି ଦେଖିବାକୁ ମିଳିଛି ଇରାକରେ। ବୁଧବାର ଶତାଧିକ ବିକ୍ଷୋଭକାରୀ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ବା ଗ୍ରୀନ୍‌ ଜୋନ କୁହାଯାଉଥିବା ବାଗ୍‌ଦାଦସ୍ଥିତ ପାର୍ଲାମେଣ୍ଟ ଭବନକୁ ମାଡ଼ିଯାଇ ସେଠାରେ ନାଚଗୀତ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମହମ୍ମଦ ଅଲ୍‌-ସୁଦାନିଙ୍କୁ ବିରୋଧ କରି ଏହି ଆନ୍ଦୋଳନ ମୁଣ୍ଡ ଟେକିଛି। ଶିଆ ବିଦ୍ୱାନ ମୁକ୍‌ତାଦା ଅଲ୍‌-ସଦରଙ୍କ ସମର୍ଥକମାନେ ପାର୍ଲାମେଣ୍ଟ ଭବନରେ ବିକ୍ଷୋଭ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଅଲ୍‌-ସୁଦାନିଙ୍କୁ ଇରାନ୍‌ ସମର୍ଥତ୍ତ ଦଳଗୁଡ଼ିକ ପ୍ରାର୍ଥୀ କରିଥିବାବେଳେ ତାଙ୍କ ବିରୋଧରେ ନାରାବାଜି କରିଛନ୍ତି। ତେବେ ଆନ୍ଦୋଳନକାରୀ ପ୍ରବେଶ କରିବାବେଳେ ସଂସଦରେ କୌଣସି ଆଇନପ୍ରଣେତା ଉପସ୍ଥିତ ନ ଥିଲେ। ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି। ଇରାକ୍‌ବାସୀଙ୍କ ବିକ୍ଷୋଭ ଅଧିକାର ରହିଛି। କିନ୍ତୁ ତାହା ଆଇନ ଅନୁସାରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ହେବା ଉଚିତ ବୋଲି ଜାତିସଂଘ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଗତ ଅକ୍ଟୋବରରେ ଇରାକରେ ସଂଘୀୟ ନିର୍ବାଚନ ବେଳେ ମୁକ୍‌ତାଦା ଅଲ୍‌-ସଦରଙ୍କ ମେଣ୍ଟକୁ ବିପୁଳ ସମର୍ଥନ ମିଳିଥିଲେ ହେଁ ଏହା ବହୁମତ ପାଇବାରୁ ବଞ୍ଚତ୍ତ ହୋଇଥିଲା। ଏହି କାରଣରୁ ଦେଶରେ ପ୍ରାୟ ୧୦ ମାସ ପରେ ବି ନୂଆ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ନିର୍ବାଚନ ପରେ ମଧ୍ୟ ନିଜ ରାଜନୈତିକ ପତିଆରା ପ୍ରଦର୍ଶନ ଉଦ୍ଦେଶ୍ୟରେ ଶିଆ ବିଦ୍ୱାନ ଅଲ୍‌-ସଦର ବହୁସଂଖ୍ୟକ ଲୋକଙ୍କୁ ଠୁଳ କରିଥିଲେ। ଜୁଲାଇ ପ୍ରାରମ୍ଭରେ ଅଲ୍‌-ସଦରଙ୍କ ଡାକରାରେ ତାଙ୍କ ହଜାର ହଜାର ସମର୍ଥକ ଗଣପ୍ରାର୍ଥନା ପାଇଁ ଏକଜୁଟ ହୋଇଥିଲେ। ସେତେବେଳେ କୌଣସି ବଡ଼ ଧରଣର ଆନ୍ଦୋଳନ ଆଶଙ୍କା ଉପୁଜିଥିଲା। ନିକଟରେ ଇରାନ୍‌ ସମର୍ଥତ୍ତ ଶିଆ ପାର୍ଟି ଏବଂ ସେମାନଙ୍କ ମେଣ୍ଟ କୋଅର୍ଡିନେଶନ ଫ୍ରେମ୍‌ଓ୍ବାର୍କ ବ୍ଲକ୍‌ ପକ୍ଷରୁ ମହମ୍ମଦ ଅଲ୍‌-ସୁଦାନିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଷ୍ଟେଟ୍‌ ଅଫ୍‌ ଲ’ ଲିଡର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୌରି ଅଲ୍‌-ମାଲିକି ତାଙ୍କୁ ପ୍ରାର୍ଥୀ ଚୟନ କରିଥିଲେ। ଏହାକୁ ବିରୋଧ କରି ଅଲ୍‌-ସଦରଙ୍କ ସମର୍ଥକ ଓ ଅନ୍ୟମାନେ ବିକ୍ଷୋଭ କରି ପାର୍ଲାମେଣ୍ଟରେ ଧସେଇ ପଶିଥିଲେ। ସେମାନେ ହାତରେ ଅଲ୍‌-ସଦରଙ୍କ ଫଟୋ ଧରିଥିଲେ। ସିକ୍ୟୁରିଟି ଗାର୍ଡ ମଧ୍ୟ ସେମାନଙ୍କୁ ଅଟକାଇ ନ ଥିଲେ। ଏପରି କି ଜଣେ ସୁରକ୍ଷାକର୍ମୀ ଆନ୍ଦୋଳନକାରୀଙ୍କୁ ପାଣି ବୋତଲ ଦେଉଥିବା ଦେଖାଯାଇଥିଲା। ସେମାନେ ‘ସୁଦାନି ଆଉଟ୍‌’, ‘ମାଲିକି ଗାର୍‌ବେଜ୍‌’ ଆଦି ସହ ଇରାନ ବିରୋଧୀ ନାରାବାଜି କରିଥିଲେ। କାମଚଳା ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମି ବିକ୍ଷୋଭକାରୀଙ୍କୁ ତୁରନ୍ତ ପାର୍ଲାମେଣ୍ଟ ଛାଡ଼ିବାକୁ କହିବା ସହ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଘଉଡ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଓ ସୁରକ୍ଷାକର୍ମୀ ସେମାନଙ୍କ ଉପରକୁ ପାଣି ମାଡ଼ କରିଥିଲେ। ଆନ୍ଦୋଳନକାରୀ କାନ୍ଥ ଉପରେ ଦଉଡ଼ି ସାହାଯ୍ୟରେ ଚଢ଼ି ପାର୍ଲାମେଣ୍ଟ ଭିତରକୁ ପଶୁଥିବା ଦେଖିବାକୁ ମିଳିଥିଲା। କିଛି ଘଣ୍ଟା ପରେ ଅଲ-ସଦର ଟୁଇଟ୍‌ କରି ବିକ୍ଷୋଭକାରୀଙ୍କୁ ଶାନ୍ତ ହେବାକୁ କହିବା ସହ ଫେରିଯିବାକୁ ପରାମର୍ଶ ଦେଇଥିଲେ। ପରେ ତାଙ୍କ ସମର୍ଥକ ସଂସଦ ଭବନରୁ ବାହାରିଥିବା ଦେଖାଯାଇଥିଲା।
ତୃଣମୂଳସ୍ତରରେ ଅଲ୍‌-ସଦରଙ୍କ ପହଞ୍ଚ ଏବଂ ସମର୍ଥକଙ୍କୁ ନିୟନ୍ତ୍ରଣରେ ରଖିବାରେ ସେ କେତେ ସଫଳ ତାହା ପୁଣି ଏହି ଘଟଣାରୁ ଜଣାପଡ଼ିଛି। ୨୦୧୬ରେ ମଧ୍ୟ ସମାନ ଢଙ୍ଗରେ ତାଙ୍କ ସମର୍ଥକମାନେ ପାର୍ଲାମେଣ୍ଟ ମଧ୍ୟରେ ପଶି ବିକ୍ଷୋଭ କରିବା ସହ ରାଜନୈତିକ ସଂସ୍କାର ଆଣିବାକୁ ଦାବି କରିଥିଲେ। ଗତ ଅକ୍ଟୋବର ସଂଘୀୟ ନିର୍ବାଚନରେ ସର୍ବାଧିକ ଆସନ ଦଖଲ ସତ୍ତ୍ୱେ ବହୁମତରୁ ବଞ୍ଚିତ ହେବାରୁ ନିକଟରେ ସେ ରାଜନୈତିକ ପ୍ରକ୍ରିୟାରୁ ଓହରି ଯାଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନ ହେବାକୁ ମଧ୍ୟ ସେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?