ବଦଳି ପରେ ବି ଜଗତ୍‌ସିଂହପୁର ଛାଡୁନାହାନ୍ତି ଡିପିସି

ଜଗତ୍‌ସିଂହପୁର ଅଫିସ,୧୮।୯: ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ସପନ ଜେନାଙ୍କ ପଦୋନ୍ନତି ହୋଇଛି। ସେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପଦବୀ ଅଳଙ୍କୃତ କରିଛନ୍ତି। ପଦୋନ୍ନତି ପରେ ୮ ତାରିଖରେ ତାଙ୍କୁ ନୟାଗଡ଼ ଡିଇଓ ଭାବେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏଥିମଧ୍ୟରେ ୯ ଦିନ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ସେ ଜଗତ୍‌ସିଂହପୁର ଛାଡିନାହାନ୍ତି। କାହିଁକି ଛାଡୁନାହାନ୍ତି ତାକୁ ନେଇ ନାନା କଥା ଆଲୋଚନା ଚାଲିଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଜେନା ଜଗତ୍‌ସିଂହପୁର ଜିଲାରେ ପାଖାପାଖି ୧୨ ବର୍ଷରୁ ଅଧିକ ସମୟ କଟାଇ ସାରିଲେଣି। ୧୯୯୬ରୁ ପାଖାପାଖି ୬/୭ ବର୍ଷ କାଳ ରଘୁନାଥପୁର ପି.ସି. ବିଦ୍ୟାପୀଠର ପ୍ରଧାନଶିକ୍ଷକ ଥିଲେ। ପରେ ଅନ୍ୟତ୍ର ବଦଳି ହୋଇ ଯାଇଥିଲେ। ୨୭ା୬ା୨୦୧୪ରୁ ଡିପିସି ଭାବେ ପୁଣି ଜଗତ୍‌ସିଂହପୁର ଫେରିଥିଲେ। ସେବେଠାରୁ ୬ ବର୍ଷରୁ ଅଧିକ ସମୟ ହେବ ଜଗତ୍‌ସିଂହପୁର ଡିପିସି ଭାବେ କାମ କରି ଆସୁଥିଲେ। ଏବେ ପଦୋନ୍ନତି ଓ ବଦଳି ହେଲା ପରେ ସେ ଜଗତ୍‌ସିଂହପୁର ଡିଇଓ ହେବାକୁ ଚାହୁଁଥିବା ସହରରେ ଚର୍ଚ୍ଚା ଚାଲିଛି। ଏ ସମ୍ପର୍କରେ ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ପୂର୍ବରୁ ପ୍ରଧାନଶିକ୍ଷକ ଭାବେ ପାଖାପାଖି ୪ ବର୍ଷ ରହିଥିଲେ। ଏବେ ଡିପିସି ଭାବେ ୬ ବର୍ଷରୁ ଅଧିକ ସମୟ ରହିଲେଣି। ଜଗତ୍‌ସିଂହପୁର ଡିଇଓଙ୍କ ବଦଳି ହୋଇଛି। ତେଣୁ ତାଙ୍କୁ ଏହି ସ୍ଥାନରେ ରଖିବା ପାଇଁ ସେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି। ସେ କଟକରେ ରହୁଥିବାରୁ ନୟାଗଡ଼ ଦୂର ହେବ। ତେଣୁ ବଦଳି ବାତିଲ ପାଇଁ ନିର୍ଦ୍ଦେଶକଙ୍କ ନିକଟରେ ନିବେଦନ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri