Posted inଜାତୀୟ

ଭାରତ ପାଇଁ ବିପଦ ଘଣ୍ଟି: ୭ ମାସରେ ୪୧୩ ଥର ଥରିଲାଣି ପୃଥିବୀ

ନୂଆଦିଲ୍ଲୀ,୧୮।୯: ଚଳିତବର୍ଷ ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ଭାରତରେ ମଧ୍ୟ ଏହି ମହାମାରୀ ଯୋଗୁ ଅନେକ ଲୋକଙ୍କ ଜୀବନ ଗଲାଣି। ତେବେ ଭାରତ ପାଇଁ ଆଉ ଏକ ବିପଦ ସାଜିଛି ଭୂକମ୍ପ। ୨୦୨୦ ମସିହାରେ ଦେଶରେ ଅନେକ ଛୋଟ ଏବଂ ବଡ଼ ଭୂକମ୍ପ ଲୋକେ ଅନୁଭବ କରିଲେଣି। ଗତ ୭ ମାସରେ ଦେଶରେ ୪୧୩ଥର ଭୂକମ୍ପ ହୋଇଥିବା ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରୀ ଡା ହର୍ଷବର୍ଦ୍ଧନ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି।
୨୦୨୦ ମାର୍ଚ୍ଚରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଭାରତରେ ସମୁଦାୟ ୪୧୩ ଥର ଭୂକମ୍ପ ଘଟିଛି। ଜାତୀୟ ଭୂକମ୍ପ ବିଜ୍ଞାନ ନେଟୱାର୍କ (ଏନ୍‌ଏସ୍‌ଏନ୍‌)ଦ୍ୱାରା ଏହି ଭୂକମ୍ପ ଆକଳନ ବିଜ୍ଞାନ ମନ୍ତ୍ରଣାଳୟକୁ ଦିଆଯାଇଛି। ଏହି ୪୧୩ ଭୂକମ୍ପ ମଧ୍ୟରୁ ୧୩୫ଟି ଭୂକମ୍ପ ଏଭଳି ସୃଷ୍ଟି ହୋଇଥିଲା ଯାହାର ତୀବ୍ରତା ବହୁତ କମ ଥିଲା। ଏଭଳି ଭୂକମ୍ପକୁ ଲୋକେ ଅନୁଭବ କରିପାରି ନ ଥିଲେ। ୧୫୩ଟି ଭୂକମ୍ପ ଝଟ୍‌କା ଲୋକେ ଅନୁଭବ କରିପାରିଥିଲେ। କିନ୍ତୁ କୌଣସି ଅଧିତ୍କ କ୍ଷୟକ୍ଷତି ହୋଇ ନ ଥିଲା। ଏହି ସମୟ ମଧ୍ୟରେ ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୩ରୁ ୩.୯ ଥିଲା। ୧୧୪ଥର ଭୂକମ୍ପ ୪.୦ରୁ ୪.୯ ତୀବ୍ରତାର ଥିଲା। ଯାହା ଦେଶର ବଡ ବଡ ସହରରେ ଅନୁଭୂତ ହୋଇଥିଲା। ସେହିପରି ୫.୦ରୁ ୫.୯ ତୀବ୍ରତାର ଭୂକମ୍ପ ୧୧ଥର ସୃଷ୍ଟି ହୋଇଥିଲା। ସୌଭାଗ୍ୟବଶତଃ ଏଥିରେ କୌଣସି ଲୋକ ମୃତାହତ ହୋଇ ନ ଥିଲେ। ଅବଶ୍ୟ କିଛି ଦୁର୍ବଳ କୋଠା ଏବଂ ସାଧାରଣ କ୍ଷୟକ୍ଷତି ହୋଇଥିବା ଜଣାପଡିଥିଲା। ଗତ ଏପ୍ରିଲ ଏବଂ ମେ ମାସରେ ଅଧିକଥର ଭୂକମ୍ପ ଅନୁଭୂତ ହୋଇଥିଲା। ୨୦୧୯ରେ ୪.୨ତୀବ୍ରତାର ୩୩୮ଟି ଭୂକମ୍ପ ହୋଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri