ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଏକ କୁକୁରର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କୁକୁର ଫୁଲ୍ ପାଣିଥିବା ଏକ ବାଲ୍ଟି ଉପରେ ଚଢ଼ି ପାଣି ଭିତରେ ପଶୁଛି। ଭିଡିଓ ଦେଖିଲେ ଲାଗିବ ଯେପରି କୁକୁର ଗାଧୋଇବାକୁ ଅଧିକ ଭଲ ପାଉଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ରାତିରେ ମସଲାଯୁକ୍ତ ଚିଲି ଚିକେନ ପାଇବା ପରେ ସକାଳେ ….। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
Morning after having a spicy chilli Chicken the night before…. pic.twitter.com/exok6yQvlH
— Susanta Nanda IFS (@susantananda3) July 28, 2020