ଶ୍ରଦ୍ଧାଳୁଙ୍କୁ ରାଧାପାଦ ଦର୍ଶନ ମନା

ପୁରୀ ଅଫିସ/ସାକ୍ଷୀଗୋପାଳ,୧୧।୧୧ (ସ୍ବ.ପ୍ର/ଡି.ଏନ୍‌.ଏ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ରାଧାପାଦ ଦର୍ଶନ ଉପରେ କଟକଣା ଜାରି ହୋଇଛି। ଆସନ୍ତା ୧୨ ଓ ୧୫ ତାରିଖରେ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯିବ ବୋଲି ବୁଧବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ତାରିଖରେ ଅଁଳା ନବମୀ ଓ ୧୫ ରେ ବଡ଼ ଏକାଦଶୀ ଥିବାରୁ ଦର୍ଶନ ଉପରେ କଟକଣା ଜାରି ହେବ।
ଅଁଳାନବମୀରେ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ। ତେବେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ କଟକଣା ଲାଗୁ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କଟକଣା ସମୟରେ କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତି ଓ ସେବାୟତଙ୍କୁ ସମ୍ପୃକ୍ତ ଅଞ୍ଚଳ ଓ ମନ୍ଦିରରେ ପ୍ରବେଶ ଲାଗି ଅନୁମତି ମିଳିବ। ସେହିପରି ମନ୍ଦିରରେ ପରମ୍ପରା ଅନୁଯାୟୀ ନୀତିକାନ୍ତି ହେବ। ଅଗ୍ନିଶମ ବିଭାଗ ପକ୍ଷରୁ ମନ୍ଦିର ପରିସର ସାନିଟାଇଜ ଏବଂ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସଫେଇ କରାଯିବ। ଏନେଇ ବୁଧବାର ଉପଜିଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ସାକ୍ଷୀଗୋପାଳଠାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସହକାରୀ ଦେବୋତ୍ତର କମିଶନର ସୁଦୀପ ମିଶ୍ର, ତହସିଲଦାର ଚିନ୍ମୟ ଜୟସିଂ, ବିଡିଓ କ୍ଷୀରୋଦ ବେହେରା, ଏସ୍‌ଡିପିଓ ଦେବଦତ୍ତ ବରାଳ, ଥାନା ଅଧିକାରୀ ଦେବୀପ୍ରସାଦ ପାତ୍ର, ବ୍ଲକ୍‌ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ମନ୍ଦିର ନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର ଏବଂ ସମ୍ପାଦକ ବିଜୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ‘ମିଶନ ଶକ୍ତି ବିଭାଗ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ଲାଗି ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ...

ବର୍ଷାରେ ବେହାଲ ରାଜଧାନୀ: ଇସ୍କନ ମନ୍ଦିର ଆଗରେ ପୁଣି ଭାସିଲା କାର୍‌, ବାଇକ୍‌; ରାସ୍ତାରେ କୃତ୍ରିମ ହ୍ରଦର ଭ୍ରମ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଯୋଜନା ଉପରେ ଯୋଜନା। ବର୍ଷା ଦିନେ ସ୍ମାର୍ଟ ସିଟି ବାସିନ୍ଦାଙ୍କ ଅବସ୍ଥା ସୁଧାରିବା ଲାଗି ସରକାରୀସ୍ତରରେ ଅନେକ ପ୍ରତିଶ୍ରୁତି। ହେଲେ ଫଳାଫଳ ଶୂନ। ବିଗତ...

ବଡ଼ ବ୍ୟବସ୍ଥା, ନିଯୁକ୍ତି ନାହିଁ

ଯାଜପୁର ଅଫିସ,୧୯ା୪ ଗତ ୫ ବର୍ଷ ମଧ୍ୟରେ ୪୫,୭୬୫ ଜଣ ଡିଗ୍ରୀ ଓ ଡିପ୍ଲୋମାଧାରୀ ଯୁବତୀଯୁବକ ନିଯୁକ୍ତି ଆଶାରେ ରାଜ୍ୟର ନିୟୋଜନ କାର୍ଯ୍ୟାଳୟଗୁଡ଼ିକରେ ସେମାନଙ୍କ ନାମ...

ଉମାମହେଶ୍ୱର ଦେବ ଟ୍ରଷ୍ଟ ବୋର୍ଡକୁ ନେଇ ବିବାଦ

ବାଲୁଗାଁ ,୧୩ା୧୨(ଡି.ଏନ୍‌.ଏ.): ବାଲୁଗାଁ  ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ହସ୍ତାନ୍ତରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ...

ପେଟରୁ ୫୭ କେଜି ଟ୍ୟୁମର ବାହାରିବା ଘଟଣା: ସୁସ୍ଥ ହୋଇ ଫେରିଗଲେ ଫୁଲମତି

ଖୋର୍ଦ୍ଧା ଅଫିସ,୧୩ା୧୧: ଦୀର୍ଘ ୧୦ ବର୍ଷ ପେଟରେ ୫୭ କେଜି ଟ୍ୟୁମର ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ ନବରଙ୍ଗପୁର ଜିଲା ପାଣ୍ଡ୍ରିପାଖନା କଚରପଡ଼ା ଗ୍ରାମର ଫୁଲମତି...

୧୨ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧ,୨୧।୧(ସ୍ବ.ପ୍ର): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧ ଜିଲାରେ ଜମି ହରାଇଥିବା ପ୍ରଜାମାନେ ବଜାର ଦର ଆଧାରରେ କ୍ଷତିପୂରଣ ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ...

ଭାବ ଲଗାଇଲେନି ଭାବବିନୋଦିଆ

ଅନୁଗୋଳ ଅଫିସ, ୨୮।୧୧ ଦୀର୍ଘ ୨୫ ବର୍ଷ ପରେ ଶୁକ୍ରବାର ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ ଶ୍ରୀଜୀଉ। ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଏହା ଥିଲା...

ଟଙ୍କା ପାଇଁ ମଝି ରାସ୍ତାରେ ଫୁଟିଲା ଗୁଳି: ଦୁର୍ବୃତ୍ତ ଝାମ୍ପିନେଲେ ବ୍ୟାଗ; ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ବ୍ୟବସାୟୀ

କଟକ ସଦର,୯।୯(ଡି.ଏନ୍‌.ଏ.): ଟଙ୍କା ପାଇଁ ମଝି ରାସ୍ତାରେ ଫୁଟିଲା ଗୁଳି। ଏଭଳି ଘଟଣା ଘଟିଛି କଟକ ଜିଲା କନ୍ଦରପୁର ଥାନା ଅଥଙ୍ଗାରେ ନିକଟରେ। ଏଥିରେ ଜଗତସିଂହପୁର...

Advertisement
Archives

Model This Week