‘ନଅ ହାତିଆ ଶାଢ଼ି’ର ସ୍ରଷ୍ଟା

ସ୍ତକର ଇଂଲିଶ୍‌ ନାମ ‘ନାଇନ୍‌ ୟାର୍ଡ ସାରିଜ୍‌’। ଏହାର ଓଡ଼ିଆ ମର୍ମାନୁବାଦ କଲେ କୁହାଯାଇପାରିବ ‘ନଅ ହାତିଆ ଶାଢ଼ି’। ଲେଖିକା ପ୍ରଶାନ୍ତି ରାମ ସିଙ୍ଗାପୁରରେ ରହୁଥିବା ଭାରତୀୟ ମୂଳବାସିନ୍ଦା। ଉପନ୍ୟାସ କ୍ଷେତ୍ରରେ ଏହା ଲେଖିକାଙ୍କ ପ୍ରଥମ ପଦାର୍ପଣ ହୋଇଥିଲେ ହେଁ ପୁସ୍ତକର ନାମକରଣ ପ୍ରତୀକାତ୍ମକ ରଖିଦେଇଥିବାରୁ ତାହା ପାଠିକାପାଠକଙ୍କୁ ବେଶ୍‌ ଆକୃଷ୍ଟ କରିଛି।
ଏକ ତାମିଲ ବ୍ରାହ୍ମଣ ପରିବାରର ବହୁପିଢ଼ିର କାହାଣୀକୁ ଉକ୍ତ ପୁସ୍ତକରେ ଏଭଳି ସନ୍ନିବେଶିତ କରାଯାଇଛି ଯେ, ସେଥିରେ ମହିଳାମାନଙ୍କ ଭୂମିକା ଅଗ୍ରପ୍ରାଧାନ୍ୟ ଲାଭକରିଛି। ସିଙ୍ଗାପୁର, ସିଡ୍‌ନୀ, ନ୍ୟୁୟର୍କ ଓ କନେକ୍ଟିକଟ୍‌ ଭଳି ଅନ୍ତର୍ଜାତୀୟ ନଗରୀରେ ଏହି ପରିବାରର ଉପସ୍ଥିତିକୁ ଲେଖିକା ଅତି ସୂକ୍ଷ୍ମ ଭାବେ ବର୍ଣ୍ଣନା କରିଛନ୍ତି। ତେବେ ବହିର ଅଧିକ ପୃଷ୍ଠା ମାଡ଼ିବସିଛି ସିଙ୍ଗାପୁର। ୧୯୫୦ରୁ ୨୦୧୯ ଯାଏ ୯ ଜଣ ମହିଳାଙ୍କ ଜୀବନର ଗତିକୁ ପୁସ୍ତକରେ ବନ୍ଧେଇବା ବେଳେ ସତେ ଯେମିତି ସେମାନଙ୍କୁ ୯ ହାତିଆ ଶାଢ଼ିରେ ସେ ଗୁଡ଼େଇ ଦେଇଛନ୍ତି। ସବୁ ଚରିତ୍ର କାଳ୍ପନିକ ସ୍ତରର। ହେଲେ ସେଥିରେ ତାମିଲ ଜୀବନଧାରା ଓ ସଂସ୍କୃତିକୁ ଏକ ପ୍ରବହମାନ ଧାରାରେ ଯିବା ଲାଗି ବାଟ ଦେଖାଇଛନ୍ତି। ଗୋଟେ ଚରିତ୍ର ‘ରାଜି’। ଏହି ବୟସ୍କା ମହିଳା ତାମିଲନାଡୁର ଏକ ଆଶ୍ରମରେ ରୁହନ୍ତି। ତାଙ୍କ ଝିଅ ପଦ୍ମା ନିଜ ପରିବାରକୁ ପାରମ୍ପରିକ ଢଙ୍ଗରେ ଅତି ସଂଘର୍ଷମୟ ଅବସ୍ଥାରେ ନେଇଚାଲିଛନ୍ତି। ପରବର୍ତ୍ତୀ ସମୟରେ ପଦ୍ମାଙ୍କ ବିବାହଯୋଗ୍ୟା ଝିଅ କୀର୍ଥନା ସିଙ୍ଗାପୁରରେ ପ୍ରବାସୀ ଜୀବନ ବିତାଉଥିବାର ଦୃଶ୍ୟକୁ ଲେଖିକା ପୁସ୍ତକରେ ନିଖୁଣ ଭାବେ ସ୍ଥାନ ଦେଇଛନ୍ତି। ମହିଳା ସଂହତିକୁ ଦର୍ଶାଇବାକୁ ଯାଇ ପ୍ରଶାନ୍ତିଙ୍କ ବର୍ଣ୍ଣନାର ଏକ ଦୃଶ୍ୟ ରହିଛି ଆମ୍ମାଙ୍କ ଚିଠି ଲେଖାରୁ। ୫୬ ବର୍ଷ ପରେ ଆମ୍ମା ତାଙ୍କ ଝିଅଙ୍କ ପାଖକୁ ପ୍ରଥମ ଚିଠି ଲେଖୁଛନ୍ତି। ସେଥିରେ ସେ କହୁଛନ୍ତି, ତୁ ଓ ତୋ ସାନ ଭଉଣୀ ମୋ ଅନ୍ତରର ବେଦନା ବୁଝିବା ପାଇଁ ଠିକ୍‌ ବୟସରେ ପହଞ୍ଚତ୍ୟାଇଛ। ଯେତେବେଳେ ତୁମ ବାବା ମୋତେ ଛାଡ଼ି ଚାଲିଗଲେ ଓ ତାଙ୍କ ଆତ୍ମା ସ୍ବର୍ଗରେ ବିଲୀନ ହୋଇଯାଇଥିଲା, ସେତେବେଳେ ତୁମ୍ଭମାନଙ୍କୁ ନେଇ ମୁଁ କେମିତି ଚଳିବି ଭାବୁଥିଲି। ଅନ୍ତ୍ୟେଷ୍ଟି ସରିବା ପରେ ଦୁଇ ଭଉଣୀ ସିଙ୍ଗାପୁର ପଳାଇଗଲ। ଚେନ୍ନାଇରେ କେବଳ ମୁଁ ରହିଗଲି। ସେତେବେଳେ ଜଣେ ବିଧବାଙ୍କୁ ଲୋକେ କେଉଁ ଦୃଷ୍ଟିରେ ଦେଖନ୍ତି ତାହା ଯିଏ ଆଖିରେ ଦେଖି ନ ଥିବେ ବିଶ୍ୱାସ କରିପାରିବେ ନାହିଁ। ମୋତେ ଯେମିତି ଗୋଟେ ବଡ଼ ରୋଗ ହୋଇଯାଇଛି ସେଭଳି ଲୁଚି ରହିବାର ଜୀବନ ବିତାଇବାକୁ ପଡ଼ିଛି। ତଥାପି କୌଣସି ପୁରୁଷଙ୍କ ସହାୟତା ବିନା ଧୈର୍ଯ୍ୟର ସହ ମୁଁ ପରିସ୍ଥିତିକୁ ମୁକାବିଲା କରିଛି। ତୁ ମୋତେ ସବୁବେଳେ ସିଙ୍ଗାପୁର ପଳାଇଯିବା ଲାଗି ବାଧ୍ୟ କରିଛୁ। କିନ୍ତୁ ବିଧବାର ନିଜ ଘର ଛଡ଼ା ପୃଥିବୀରେ ଆଉ ଭଲ ସ୍ଥାନ ନାହିଁ ବୋଲି ମୁଁ ଧରି ନେଇଥିଲି। ଏତେ ଯନ୍ତ୍ରଣା ଭିତରେ ଖୁସିରେ ରହିବାକୁ ଚେଷ୍ଟା କରିଛି। ଏଠି କହିରଖେ- ତୋ ବାବା କେତେ ଭଲ ଥିଲେ ତାହା ତୁମକୁ ଦେଖାଇବା ଦରକାର ନାହିଁ। ଯେତେବେଳେ ମୁଁ କୌଣସି କଥାରେ ବିଚଳିତ ହୋଇଯାଉଥିଲି ସେ ମୋତେ ଅବିଚଳ ରହିବାକୁ ଶକ୍ତି ଦେଉଥିଲେ। ସେ ମଣିଷର ସଦ୍‌ଗୁଣ ଓ ଜୀବନ ଜିଇବାର ମୂଲ୍ୟବୋଧ ଶିଖାଇଯାଇଛନ୍ତି। ଏତେ ସତ୍ତ୍ୱେ ତାଙ୍କ ବିନା ମୋ ଜୀବନ ଅଧୁରା ଲାଗୁଛି।
ଉକ୍ତ ଉପନ୍ୟାସରେ ଆମ୍ମାଙ୍କ ଚରିତ୍ରର ବର୍ଣ୍ଣନା ଏହିଭଳି ଚାଲିଥିବା ବେଳେ ସିଙ୍ଗାପୁରରେ ସେହି ତାମିଲ ପରିବାରର ତିନି ମହିଳା ପିଢ଼ିଙ୍କ ଚରିତ୍ରକୁ ଲେଖିକା ଅତି ସାବଲୀଳ ଢଙ୍ଗରେ ବର୍ଣ୍ଣନା କରିଥିବାରୁ ‘ନାଇନ୍‌ ୟାର୍ଡ ସାରିଜ୍‌’ ସିଙ୍ଗାପୁର ସାହିତ୍ୟ ପୁରସ୍କାର ପାଇପାରିଛି। ସେପ୍ଟେମ୍ବର ୧୦ରେ ପ୍ରଶାନ୍ତି ଏହି ସମ୍ମାନ ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଢେର ଚର୍ଚ୍ଚାକୁ ଆସିଛି। ସମୀକ୍ଷକଙ୍କ ମତରେ ପ୍ରଶାନ୍ତିଙ୍କ ପ୍ରତ୍ୟେକଟି ଲେଖାରେ ସେ କିଛି ଭିନ୍ନ ଛାପ ଛାଡ଼ି ଯିବାକୁ ଚାହିଁଥାଆନ୍ତି। ତାଙ୍କ ସୃଜନଶୀଳତା ଗତାନୁଗତିକ ଶୈଳୀରୁ ଊର୍ଦ୍ଧ୍ୱକୁ ଉଠିପାରୁ ଥିବାରୁ ପାଠକୀୟ ଆଦୃତି ପାଇଚାଲିଛି।
ପ୍ରଶାନ୍ତି ରାମ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲଜିକାଲ ୟୁନିଭର୍ସିଟିରେ ପୂର୍ଣ୍ଣକାଳୀନ ରାଇଟିଂ ଲେକ୍‌ଚରର ଭାବେ ଅବସ୍ଥାପିତ। ସେହିଠାରୁ ସେ ମଧ୍ୟ କ୍ରିଏଟିଭ୍‌ ରାଇଟିଂରେ ପିଏଚ୍‌.ଡି. କରିଛନ୍ତି। ସେ ଅନେକ କ୍ଷୁଦ୍ର ଗଳ୍ପ ଓ ପ୍ରବନ୍ଧ ରଚନା କରିଛନ୍ତି। ୨୦୨୦ରେ ସାହିତ୍ୟ ପତ୍ରିକା ‘ମୋହଗାନି ଜର୍ନାଲ’ର ସହପ୍ରତିଷ୍ଠାତା ଥିବା ପ୍ରଶାନ୍ତି ଏବେ ଫିକ୍ସନ ଏଡିଟର ଭାବେ କାର୍ଯ୍ୟରତ। ନିଜ ସୃଜନସମ୍ପତ୍ତି ସୃଷ୍ଟିର ପ୍ରେରଣା ସେ ନିଜ ଶୟନକକ୍ଷର ବାତାୟନ ଦେଇ ଆସୁଥିବା ପ୍ରାକୃତିକ ଆଲୋକରୁ ପାଇଥାଆନ୍ତି ବୋଲି କହିଥାଆନ୍ତି। ଏବଂ ତାହାକୁ ପ୍ରୋତ୍ସାହନ ଦେବାରେ ଗ୍ରୀନ୍‌ ଟି’ ଓ ଫୋନ୍‌ର ସାଇଲେଣ୍ଟ ମୋଡ୍‌ ବିଶେଷ ସହାୟକ ହୋଇଥାଏ ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?