ବଢ଼ୁଛି ବର୍ଷାଦିନିଆ ଛତୁର ଚାହିଦା

କେନ୍ଦୁଝର, ୯ା୭ (ସ୍ବ.ପ୍ର.)-ଛତୁ ଶାକାହାରୀମାନଙ୍କ ପ୍ରିୟଖାଦ୍ୟ। ସମସ୍ତେ ଛତୁ ଖାଇବାକୁ ଭଲ ପାଇଥାନ୍ତି। ଯଦିଓ ଆଜିକାଲି ବର୍ଷ ତମାମ ଛତୁ କୃତ୍ରିମ ଉପାୟରେ ଚାଷ କରି ଉପତ୍ାଦନ କରାଯାଉଛି ତେବେ ପ୍ରାକୃତିକ ପରିବେଶରେ ଉଠୁଥିବା ଛତୁର ଚାହିଦା ଅଧିକ ଓ ସ୍ବାଦ ଅତି ନିଆରା। ବିଶେଷ କରି ବର୍ଷାଦିନ ଆସିଲେ ରାସ୍ତାଘାଟରେ ଛତୁର ପସରା ମେଲିଯାଏ। କେନ୍ଦୁଝରରେ ବନବାସୀମାନେ ବର୍ଷାଦିନେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ବଣଜଙ୍ଗଲରୁ ସଂଗ୍ରହ କରି ରାସ୍ତାଘାଟ, ହାଟବଜାରରେ ପସରା ମେଲାଇ ଗ୍ରାହକଙ୍କ ଅପେକ୍ଷାରେ ବସିଥାନ୍ତି।
ବିଭିନ୍ନ ପ୍ରକାରର ଛତୁ ବଣଜଙ୍ଗଲରେ ଫୁଟିଥାଏ। ବର୍ଷା ପାଣି ପଡ଼ିବା ପରେ ବାଡ଼ିବଗିଚା, ଜଙ୍ଗଲ ମାଟିରେ ଛତୁ ଫୁଟିଥାଏ।ବନବାସୀମାନେ ସକାଳୁ ସକାଳୁ ଟୋକେଇ,ବ୍ୟାଗ, ଝୁଡ଼ି, ପାଛିଆ ଆଦି ଧରି ଜଙ୍ଗଲକୁ ଯାଇ ଛତୁ ସଂଗ୍ରହ କରିଥାନ୍ତି। ଛତୁ ମଧ୍ୟରେ ଅଧିକ ସୁଆଦିଆ ହେଉଛି ବାଲି ଛତୁ, ରୁଟୁକା, ବିହୁଡୁଣୀ ଓ କୁଟା ଛତୁ। ଏଣୁ ସେସବୁର ଚାହିଦା ଅଧିକ। ବନବାସୀମାନଙ୍କଠାରୁ ବେପାରୀମାନେ ଏହି ଛତୁ କିଣିନେଇ ଚଢା ଦରରେ ଲୋକଙ୍କୁ ବିକିଥାନ୍ତି। ଫଳରେ ବନବାସୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି। ଏହି ଛତୁ ମଧ୍ୟ ବାହାର ଜିଲା ଓ ରାଜ୍ୟକୁ ଚାଲାଣ ହୋଇଥାଏ। ଜିଲାକୁ ଆସୁଥିବା ଲୋକ ବା ପର୍ଯ୍ୟଟକମାନେ ମଧ୍ୟ ଖୁସିରେ କିଣି ନେଇଥାନ୍ତି ା ଏହା ବ୍ୟତୀତ ପିଚ, ମଣ୍ଡା, ପତୁରା, ମହାମଣି, ଭାନୁ, ଅଙ୍ଗାରୁ, କୁଟା, ବାଉଁଶ, କାଠଛତୁ ଆଦି ଛତୁ ଜଙ୍ଗଲରେ ମିଳିଥାଏ। ଯାହାର ଚାହିଦା ଓ ଦାମ୍‌ ଅନ୍ୟ ଅପେକ୍ଷା କମ୍‌।
ଛତୁ ସ୍ବାସ୍ଥ୍ୟ ପକ୍ଷେ ହିତକର ା ଅନେକ ସମୟରେ ଜଙ୍ଗଲରେ ବିଷାକ୍ତ ଛତୁ ମଧ୍ୟ ମିଳିଥାଏ। ଯାହାକୁ ଖାଇ ଲୋକେ ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡ଼ନ୍ତି। ଏଣୁ ଛତୁକୁ ବାଛି ଖାଇବା ଉଚିତ ବୋଲି ବୈଦ୍ୟ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ଆଗରୁ ଘରବାଡ଼ି, ପଡ଼ିଆ, ଜଙ୍ଗଲ ଓ ପାହାଡ଼ରେ ବହୁତ ପ୍ରକାର ଛତୁ ମିଳୁଥିଲା। ତେବେ ଆଜିକାଲି ଆଉ ସେତେ ମିଳୁନାହିଁ। ଜଙ୍ଗଲ ଓ ପାହାଡ଼ ଭିତରକୁ ଯିବାକୁ ପଡୁଛି ଏବଂ ଅନେକ ସମୟରେ ଦୁର୍ଘଟଣାର ଶିକାର ହେବାକୁ ପଡୁଛି ବୋଲି ଛତୁ ସଂଗ୍ରହକାରୀ ରାଇମଣି ନାଏକ କହିଛନ୍ତି। ଜଙ୍ଗଲ କ୍ଷୟ ଏବଂ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଆଗଭଳି ଛତୁ ମିଳୁନାହିଁ। ତେବେ ଏହାର ଆବଶ୍ୟକତା ଆଜିକାଲି ଚାଷ ହେଉଥିବା କୁଟା ଛତୁ, ବଟମ ଆଦି ଛତୁ ପୂରଣ କରୁଥିଲେ ହେଁ ସେଭଳି ସ୍ବାଦ ମିଳୁନାହିଁ ବୋଲି ଶିକ୍ଷାବିତ ଡ. ଅନିଲ କୁମାର ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକ ହୋଇ ହୋଟେଲରୁ କରିଥିଲେ ଚୋରି, ଧରାଇଦେଲା ସିସି ଟିଭି

ସୁନ୍ଦରଗଡ଼,୨୩।୫(ଡି.ଏନ୍‌.ଏ.): ସ୍ଥାନୀୟ ହୋଟେଲ ଜୟବିଜୟକୁ ଗ୍ରାହକ ଭାବେ ଆସି ଗତ ୧୬ ତାରିଖ ରାତିରେ କ୍ୟାଶ କାଉଣ୍ଟରରୁ ୧ଲକ୍ଷ ୪୦ ହଜାର ଟଙ୍କା ଚୋରିକରି ଫେରାର୍‌...

ବିବାହ ପୂର୍ବରୁ ନାବାଳିକା ଉଦ୍ଧାର

ଫିରିଙ୍ଗିଆ,୨୯ା୨: ବିବାହ ପାଇଁ ବରଘରେ ଥିବା ଜଣେ ନାବାଳିକାଙ୍କୁ ପୋଲିସ, ଚାଇଲ୍ଡ ଲାଇନ ଓ ଫିରିଙ୍ଗିଆ ସମନ୍ବିତ ଶିଶୁ ବିକାଶ ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର...

ଯାତନା ଭୋଗୁଛନ୍ତି ଯାତ୍ରୀ

ବଇଣ୍ଡା,୭ା୧୦: କରୋନାକୁ ଆଳ କରି ଯାତ୍ରୀ ପରିବହନରେ ଅବହେଳା କରୁଛି ରେଳବାଇ। ପୂର୍ବାପେକ୍ଷା କମ୍‌ ଟ୍ରେନ୍‌ ଚଳାଯାଉଥିବା ବେଳେ ଅନେକର ରହଣିସ୍ଥଳରେ ପରିବର୍ତ୍ତନ କରାଯାଇଛି। ଫଳରେ ରାଜ୍ୟ...

ଗଞ୍ଜାମ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କ ଦୀପ ଜାଳି ପ୍ରାର୍ଥନା, ସରପଞ୍ଚ ସଫାକଲେ ପାଇଖାନା

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟର ମାନଙ୍କରେ ଯୋଗ, ବ୍ୟାୟାମଠାରୁ ଆରମ୍ଭ କରି ନୈତିକ ଶିକ୍ଷା, ସ୍ବାସ୍ଥ୍ୟକର୍ମୀ ତାଲିମ ଦିଆଯାଉଛି। ସେଣ୍ଟରରେ ଥିବା ଅନ୍ତେବାସୀମାନେ...

ଅବ୍ୟବସ୍ଥା ଘେରରେ ଛେଳିଗଡ଼ ସ୍ମାର୍ଟ ବିଦ୍ୟାଳୟ

ଆର.ଉଦୟଗିରି,୨୬।୬(ଡି.ଏନ୍‌.ଏ.): ୫-ଟି ବିଦ୍ୟାଳୟ ନାମରେ ରାଜ୍ୟ ସରକାର ବିଦ୍ୟାଳୟଗୁଡିକୁ ରୂପାନ୍ତରିତ କରି ଛାତ୍ରୀଛାତ୍ରଙ୍କ ବିକାଶ ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ...

ତହସିଲଦାରଙ୍କ ଘରେ ଭିଜିଲାନ୍ସ: ୮ ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼/ଲେଫ୍ରିପଡା ୨୧।୯(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜିଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ବାସଭବନରେ...

ଭାରତ ମହାସାଗରରୁ ମିଳିଲା ବିରଳ ପ୍ରଜାତିର ମାଛ

ବ୍ରହ୍ମପୁର ଅଫିସ,୧୭ା୧: ଗଞ୍ଜାମ ଜିଲା ଗୋପାଳପୁରରେ ଥିବା ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ (ଜେଡ୍‌ଏସ୍‌ଆଇ)କୁ ପୁଣି ଏକ ସଫଳତା ମିଳିଛି। ଜେଡ୍‌ଏସ୍‌ଆଇର ବୈଜ୍ଞାନିକ ଡ. ଅନିଲ...

ଦୁର୍ଗା ପୂଜା ଦେଖିବାକୁ ଯିବା ବାଟରେ ସାମ୍ନାରୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୮ ଗୁରୁତର

ଭବାନୀପାଟଣା,୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ବୁଧବାର ଏକ ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮...

Advertisement
Archives

Model This Week