ବଢ଼ୁଛି ବର୍ଷାଦିନିଆ ଛତୁର ଚାହିଦା

କେନ୍ଦୁଝର, ୯ା୭ (ସ୍ବ.ପ୍ର.)-ଛତୁ ଶାକାହାରୀମାନଙ୍କ ପ୍ରିୟଖାଦ୍ୟ। ସମସ୍ତେ ଛତୁ ଖାଇବାକୁ ଭଲ ପାଇଥାନ୍ତି। ଯଦିଓ ଆଜିକାଲି ବର୍ଷ ତମାମ ଛତୁ କୃତ୍ରିମ ଉପାୟରେ ଚାଷ କରି ଉପତ୍ାଦନ କରାଯାଉଛି ତେବେ ପ୍ରାକୃତିକ ପରିବେଶରେ ଉଠୁଥିବା ଛତୁର ଚାହିଦା ଅଧିକ ଓ ସ୍ବାଦ ଅତି ନିଆରା। ବିଶେଷ କରି ବର୍ଷାଦିନ ଆସିଲେ ରାସ୍ତାଘାଟରେ ଛତୁର ପସରା ମେଲିଯାଏ। କେନ୍ଦୁଝରରେ ବନବାସୀମାନେ ବର୍ଷାଦିନେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ବଣଜଙ୍ଗଲରୁ ସଂଗ୍ରହ କରି ରାସ୍ତାଘାଟ, ହାଟବଜାରରେ ପସରା ମେଲାଇ ଗ୍ରାହକଙ୍କ ଅପେକ୍ଷାରେ ବସିଥାନ୍ତି।
ବିଭିନ୍ନ ପ୍ରକାରର ଛତୁ ବଣଜଙ୍ଗଲରେ ଫୁଟିଥାଏ। ବର୍ଷା ପାଣି ପଡ଼ିବା ପରେ ବାଡ଼ିବଗିଚା, ଜଙ୍ଗଲ ମାଟିରେ ଛତୁ ଫୁଟିଥାଏ।ବନବାସୀମାନେ ସକାଳୁ ସକାଳୁ ଟୋକେଇ,ବ୍ୟାଗ, ଝୁଡ଼ି, ପାଛିଆ ଆଦି ଧରି ଜଙ୍ଗଲକୁ ଯାଇ ଛତୁ ସଂଗ୍ରହ କରିଥାନ୍ତି। ଛତୁ ମଧ୍ୟରେ ଅଧିକ ସୁଆଦିଆ ହେଉଛି ବାଲି ଛତୁ, ରୁଟୁକା, ବିହୁଡୁଣୀ ଓ କୁଟା ଛତୁ। ଏଣୁ ସେସବୁର ଚାହିଦା ଅଧିକ। ବନବାସୀମାନଙ୍କଠାରୁ ବେପାରୀମାନେ ଏହି ଛତୁ କିଣିନେଇ ଚଢା ଦରରେ ଲୋକଙ୍କୁ ବିକିଥାନ୍ତି। ଫଳରେ ବନବାସୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି। ଏହି ଛତୁ ମଧ୍ୟ ବାହାର ଜିଲା ଓ ରାଜ୍ୟକୁ ଚାଲାଣ ହୋଇଥାଏ। ଜିଲାକୁ ଆସୁଥିବା ଲୋକ ବା ପର୍ଯ୍ୟଟକମାନେ ମଧ୍ୟ ଖୁସିରେ କିଣି ନେଇଥାନ୍ତି ା ଏହା ବ୍ୟତୀତ ପିଚ, ମଣ୍ଡା, ପତୁରା, ମହାମଣି, ଭାନୁ, ଅଙ୍ଗାରୁ, କୁଟା, ବାଉଁଶ, କାଠଛତୁ ଆଦି ଛତୁ ଜଙ୍ଗଲରେ ମିଳିଥାଏ। ଯାହାର ଚାହିଦା ଓ ଦାମ୍‌ ଅନ୍ୟ ଅପେକ୍ଷା କମ୍‌।
ଛତୁ ସ୍ବାସ୍ଥ୍ୟ ପକ୍ଷେ ହିତକର ା ଅନେକ ସମୟରେ ଜଙ୍ଗଲରେ ବିଷାକ୍ତ ଛତୁ ମଧ୍ୟ ମିଳିଥାଏ। ଯାହାକୁ ଖାଇ ଲୋକେ ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡ଼ନ୍ତି। ଏଣୁ ଛତୁକୁ ବାଛି ଖାଇବା ଉଚିତ ବୋଲି ବୈଦ୍ୟ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ଆଗରୁ ଘରବାଡ଼ି, ପଡ଼ିଆ, ଜଙ୍ଗଲ ଓ ପାହାଡ଼ରେ ବହୁତ ପ୍ରକାର ଛତୁ ମିଳୁଥିଲା। ତେବେ ଆଜିକାଲି ଆଉ ସେତେ ମିଳୁନାହିଁ। ଜଙ୍ଗଲ ଓ ପାହାଡ଼ ଭିତରକୁ ଯିବାକୁ ପଡୁଛି ଏବଂ ଅନେକ ସମୟରେ ଦୁର୍ଘଟଣାର ଶିକାର ହେବାକୁ ପଡୁଛି ବୋଲି ଛତୁ ସଂଗ୍ରହକାରୀ ରାଇମଣି ନାଏକ କହିଛନ୍ତି। ଜଙ୍ଗଲ କ୍ଷୟ ଏବଂ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଆଗଭଳି ଛତୁ ମିଳୁନାହିଁ। ତେବେ ଏହାର ଆବଶ୍ୟକତା ଆଜିକାଲି ଚାଷ ହେଉଥିବା କୁଟା ଛତୁ, ବଟମ ଆଦି ଛତୁ ପୂରଣ କରୁଥିଲେ ହେଁ ସେଭଳି ସ୍ବାଦ ମିଳୁନାହିଁ ବୋଲି ଶିକ୍ଷାବିତ ଡ. ଅନିଲ କୁମାର ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri