କରୋନାରେ ଟିଏମ୍‌ସି ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ

କୋଲକାତା,୨୪।୬: କରୋନା ସଂକ୍ରମଣରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ ଘଟିଛି। ବୁଧବାର ସକାଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ତାମୋନାସ୍‌ଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୩ ଥର ପଶ୍ଚିମବଙ୍ଗର ଫାଲତା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୧୯୯୮ଠାରୁ ସେ ଟିଏମ୍‌ସି କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ତାମୋନାସ୍‌ ଦୀର୍ଘ ୩୫ ବର୍ଷ ଧରି ଦଳକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍‌ ଧାନଖର ମଧ୍ୟ ଟୁଇଟ୍‌ କରି ତାମୋନାସ୍‌ଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖସୁଛି ସଂକ୍ରମଣ: ଆଜି ୪୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ରବିବାର ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ...

୭ରୁ ୧୧ବର୍ଷର ପିଲାଙ୍କୁ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ

ନୂଆଦିଲ୍ଲୀ,୨୫।୬: ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟି ଅଫ୍‌ ଇଣ୍ଡିଆର ଏକ ବିଶେଷଜ୍ଞ କମିଟି ଶୁକ୍ରବାର ୭ରୁୁ ୧୧ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ ଇନ୍‌ଷ୍ଟିଚ୍ୟୁଟର କୋଭୋଭାକ୍ସ ଟିକାର...

ତାଲା ଖୋଲିଦେଲା ଅନ୍‌ଲକ୍‌ ୧

ନୂଆଦିଲ୍ଲୀ,୩୧ା୫(ପି.ଟି.): ସାରା ଦେଶରେ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ରବିବାର ଶେଷ ହେଉଥିବାବେଳେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ କେବଳ ନିଷିଦ୍ଧାଞ୍ଚଳରେ ଜୁନ୍‌ ୩୦ ପର୍ଯ୍ୟନ୍ତ...

ଲୋକ ସଭାରେ କଞ୍ଚା ବାଇଗଣ ଖାଇଲେ ଏମ୍‌ପି

ନୂଆଦିଲ୍ଲୀ,୧।୮: ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧିକୁ ବିରୋଧ କରି ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଛି। ସୋମବାର ତୃଣମୂଳ କଂଗ୍ରେସ (ଟିଏମସି)...

ଦେଶରେ ଆଜି ୪୪୦ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୦।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ...

ଭାରତ ପହଞ୍ଚିଲେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ, ମୋଦିଙ୍କୁ କରିବେ ସାକ୍ଷାତ୍‌

ନୂଆଦିଲ୍ଲୀ,୧୯ ।୧୦: ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପହଞ୍ଚିଛନ୍ତି । ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ତାଙ୍କୁ ସ୍ୱାଗତ କରିଛନ୍ତି...

୩୭ ବିଧାୟକଙ୍କ ସମର୍ଥନ ସହ ଉପବାଚସ୍ପତିଙ୍କୁ ଚିଠି ଲେଖିଲେ ସିନ୍ଦେ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ଯୋଗୁ ମହା ବିକାଶ ଅଘାଡ଼ି ସରକାର ଉପରେ ସଙ୍କଟ ଦେଖାଦେଇଛି। ୩୭ ବିଦ୍ରୋହୀ...

ରାଜ୍ୟରେ ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୪।୭(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୫୩୦ ଜଣ ସୁସ୍ଥ ହୋଇଥିବାବେଳେ ରାୟଗଡାରୁ ୬୧, କଟକରୁ ୩୫,...

Advertisement
Archives

Model This Week