ବନ୍ଦ ଘରୁ ମିଳିଲା ମା’ଙ୍କ ସହ ଦୁଇ ପୁତ୍ରଙ୍କ ମୃତଦେହ

କେନ୍ଦୁଝର/ଚମ୍ପୁଆ (ସ୍ବ.ପ୍ର.): ଚମ୍ପୁଆ ଥାନା ଅନ୍ତର୍ଗତ ଦୁରୁକୁଳିଆ ଗ୍ରାମରେ ଏକ ଘରୁ ପୋଲିସ ଜଣେ ମହିଳା ଏବଂ ତାଙ୍କ ୨ ପୁଅଙ୍କ ମୃତଦେହ ଜବତ କରିଛି। ମୃତ ମହିଳା ଜଣଙ୍କ ହେଲେ କ୍ଷଣପ୍ରଭା ନାଏକ (୩୫), ଦୁଇ ଶିଶୁ ପୁତ୍ରଙ୍କ ବୟସ ୩ ରୁ ୪ ବର୍ଷ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ତାଙ୍କ ସାମୀ ଭୀମସେନ ନାଏକ ଜଣେ ଚାଷୀ। ସେ ଘରେ ନ ଥିବା ବେଳେ ଏହି ଅଘଟଣା ଘଟିଛି। ତେବେ ଦୁଇ ଶିଶୁ ପୁତ୍ରଙ୍କୁ ମାରି ମା’ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିଲେ ହେଁ ପୋଲିସ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି। ତାଙ୍କର ବଡ ଝିଅ ସ୍କୁଲ ଯାଇଥିବାରୁ ସୁରକ୍ଷିତ ଅଛନ୍ତି। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଯାଇଥିବା ବେଳେ ସେଠାରୁ ଫେରିବା ପରେ ଏଭଳି ଘଟଣା ଦେଖି ପୋଲିସକୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ଗାଁକୁ ବ୍ୟାପିଲାଣି କ୍ୟାମ୍ପସ ରାଜନୀତି; ମହାବିଦ୍ୟାଳୟ ଛାଡି ଗାଁରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ବଞ୍ଚୋ,୧୧।୧୦(ପ୍ରଦୋଷ ବିଶ୍ୱାଳ ): କ୍ୟାମ୍ପସରୁ ଗାଁ ମୁହାଁ ହେଲାଣି ଛାତ୍ର ସଂସଦ ନିର୍ବାଚନର ତାତି । ମହାବିଦ୍ୟାଳୟ ପରିସରରେ ସୀମିତ ରହିନାହିଁ ଛାତ୍ର ରାଜନୀତି । ଏବେ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?