କଟକଣା ଭଙ୍ଗକାରୀଙ୍କ ପ୍ରତି କଠୋର

ଢେଙ୍କାନାଳ ଅଫିସ, ୭।୧୨-କଟକଣା ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ଯାଏ କୌଣସି ପରିସ୍ଥିତିରେ କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ ବୋଲି ଜିଲାପାଳ ସ୍ପଷ୍ଟ କରିବା ପରେ ଏହାକୁ ଗୁରୁତ୍ୱର ସହିତ ନେଇଛନ୍ତି ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ପ୍ରଶାସନ। କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷିତ କୁଞ୍ଜକାନ୍ତ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ରବିବାର ରାତିରେ ଏକ ବରଯାତ୍ରୀ ଡିଜେ ଜବତ କରାଯାଇଥିବାବେଳେ ରାତିଅଧିଆ ପାଠପଢ଼ା ଜାରି ରଖିଥିବା ବିଟ୍‌ ଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।
କୁଞ୍ଜକାନ୍ତସ୍ଥିତ ସାଇକୃପା ଆବାସିକ ବିଦ୍ୟାଳୟ ହଷ୍ଟେଲର ୫୬ ଛାତ୍ରୀଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ପ୍ରଶାସନ ପକ୍ଷରୁ ଜୋର୍‌ ଦିଆଯାଉଛି। ଉକ୍ତ ଅଞ୍ଚଳକୁ ୧୦ ତାରିଖ ଯାଏ ଜିଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେହିପରି ରାତି ୧୦ରୁ ସକାଳ ୫ ଯାଏ ରାତ୍ରିକାଳୀନ କର୍ଫୁ ଜାରି କରାଯାଇଛି। ଏହା ସତ୍ତ୍ୱେ ବିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ବିଳମ୍ବିତ ରାତି ଯାଏ ପାଠପଢା ଚାଲିଥିବା ସୂଚନା ପାଇ ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲା। ଶିକ୍ଷାଦାନ ଚାଲିଥିବା ପ୍ରକୋଷ୍ଠରେ ସାମାଜିକ ଦୂରତା ରକ୍ଷା କରାଯାଇ ନ ଥିଲା। ଏହି ଘଟଣାରେ ସୋମବାର ପୌରସଂସ୍ଥା ପକ୍ଷରୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୩ଦିନ ମଧ୍ୟରେ ଏହା ଉପରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଖିଲାପ ହେଲେ କୋଭିଡ୍‌ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ନୋଟିସ୍‌ ମାଧ୍ୟମରେ ଜଣାଇଛନ୍ତି। ସେହିପରି ଢେଙ୍କାନାଳ ସହରରେ ରବିବାର ରାତି ପ୍ରାୟ ୧୦ଟାରେ କୋଭିଡ୍‌ ନିୟମ ଭାଙ୍ଗି ବାହାଘର ଶୋଭାଯାତ୍ରା ଆୟୋଜନ ହୋଇଥିଲା। ଶୋଭାଯାତ୍ରାରେ ଉଚ୍ଚଶବ୍ଦ ସୃଷ୍ଟିକାରୀ ଡିଜେ ବଜାଯାଉଥିଲା। ଏହି ଘଟଣାରେ ବାହାଘର ଆୟୋଜନକାରୀ ମାଣ୍ଡବାସାହି ଅଞ୍ଚଳର ଲିଟୁନ କୁମାର ସାହୁଙ୍କ ନାମରେ ଟାଉନ ଥାନାରେ ନଂ. ୫୨୨/୨୧ରେ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି।
ଅପରପକ୍ଷେ ଜିଲାପାଳ ସରୋଜ କୁମାର ସେଠୀଙ୍କ ନେତୃତ୍ୱରେ ଗଣେଶ ବଜାର, ମହାବୀର ବଜାର, ଦକ୍ଷିଣକାଳୀ ରୋଡ୍‌, କେତେକ ମଲ୍‌, ବ୍ୟବସାୟିକ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିଲା। କଟକଣା ଉଲ୍ଲଂଘନ କରାଯାଇଥିବା ସ୍ଥାନରୁ ଜରିମାନା ଆଦାୟ କରାଯାଇଛି। ଜିଲାପାଳ ମାସ୍କ ବଣ୍ଟନ କରି ସଚେତନତା ସୃଷ୍ଟି କରିଥିଲେ। ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଦାନ୍ତ, ନଖ,ବଜ୍ରକାପ୍ତା କାତି ଜବତ

ଭୁବନେଶ୍ୱର(ବ୍ୟୁରୋ)/ବାରିପଦା ଅଫିସ,୧୭ା୨:ମୟୂରଭଞ୍ଜ ଜିଲା ଯଶିପୁର ଥାନା ତଥା କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ ପଡ଼ାଗଡ ଗ୍ରାମ ନିକଟରେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)...

ଇଂ. ବସନ୍ତ ପରିଡ଼ା ଆଇଡବ୍ଲ୍ୟୁଡବ୍ଲ୍ୟୁଏର ପ୍ରଥମ ଓଡ଼ିଆ ମହାସଚିବ ନିର୍ବାଚିତ

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ଦେଶ ବିଦେଶର ୧୨ଶହରୁ ଅଧିକ ଇଞ୍ଜିନିୟର ଏବଂ ଦକ୍ଷ ବିଶେଷଜ୍ଞଙ୍କୁ ନେଇ ଜଳ ଓ ବର୍ଜ୍ୟଜଳ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଖିଳ ଭାରତୀୟ ସଂସ୍ଥା...

ଲାଗିଲା ମମତା ବିରୋଧୀ ପୋଷ୍ଟର

ପୁରୀ ଅଫିସ,୨୭ା୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଏବେ ବିରୋଧ ଚାଲିଛି। ବିଶେଷ କରି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଉଗ୍ରରୂପ...

୫୫ ନଂ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ ଅଫିସ,୨୫ା୧୧: ଢେଙ୍କାନାଳ ସହର କଲେଜ ବାଇପାସ୍‌ଛକ ଠାରେ ଶୁକ୍ରବାର ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ...

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ୨ କଳା ପରୀକ୍ଷାଫଳ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ଆସନ୍ତା ଅଗଷ୍ଟ ୮ତାରିଖରେ ପ୍ରକାଶ ପାଇବ ଯୁକ୍ତ୨ କଳା ପରୀକ୍ଷାଫଳ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା...

CORONAVIRUS UPDATE: ରାଜ୍ୟରେ ପୁଣି ୨୧୯୬ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୩୪୫ରେ ପହଞ୍ଚିଲା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୧୯୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୩୪୫ ରେ ପହଞ୍ଚିଛି।...

କୋରାପୁଟ ଜିଲା କୃଷି ଅଧିକାରୀଙ୍କ ଗାଡ଼ିରୁ ମିଳିଲା ୧୧ ଲକ୍ଷ ଟଙ୍କା

ଜୟପୁର, ୨।୭(ଡି.ଏନ୍‌.ଏ./ନି.ପ୍ର.)- କୋରାପୁଟ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ଗାଡ଼ିରୁ ଗୁରୁବାର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏହାପରେ ଜୟପୁର...

ଗାଡ଼ି ପାସ୍‌ ନବୀକରଣ ଅନାବଶ୍ୟକ, ଖୋଲା ରହିବ ଟାୟାର ମରାମତି ଦୋକାନ: ପୋଲିସ କମିଶନର

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଡ଼ି ପାସ୍‌ ନବୀକରଣର ଆବଶ୍ୟକତା ନାହିଁ। କରୋନା (କୋଭିଡ-୧୯) ସ୍ଥିତିର ସୁଧାର...

Advertisement
Archives

Model This Week