
ଥୁଆମୂଳ ରାମପୁର,୧୩ା୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଥୁଆମୂଳ ରାମପୁର ଥାନା ପକ୍ଷରୁ ବୁଧବାର ମହୁଲପାଟଣା ପଞ୍ଚାୟତ କାର୍ଯ୍ୟାଳୟଠାରେ ନୂଆ ଆପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ, ସମିତି ସଭ୍ୟାସଭ୍ୟ ଓ ଓ୍ବାର୍ଡମେମ୍ବର ସମେତ ଗ୍ରାମର ମହିଳାପୁରୁଷ ଯୋଗଦାନ କରିଥିଲେ। ନୂଆ ଆପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ ସଂହିତା ୨୦୨୩ ଉପରେ ବିଶଦ ଆଲୋଚନା ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଏକ ଆପରାଧିକ ନ୍ୟାୟ ବ୍ୟବସ୍ଥା ସୃଷ୍ଟି କରିବା ଯାହା କେବଳ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ରଖେ ନାହିଁ ବରଂ ଆଇନ ବ୍ୟବସ୍ଥାକୁ ବଜାୟ ରଖିବାରେ ସହାୟକ ହୋଇଥାଏ ବୋଲି ଫାଣ୍ଡି ଅଧିକାରୀ ଭୀମସେନ ଦଣ୍ତସେନା ବୁଝାଇଥିଲେ। କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀ ସହଯୋଗ କରିଥିଲେ।