ଯଶଓ୍ବନ୍ତଙ୍କୁ ଭୋଟ ଦେବ କଂଗ୍ରେସ

ଭୁବନେଶ୍ବର, ୧୭।୭(ବ୍ୟୁରୋ): ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ବିଧାୟକ ଏବଂ ଏମ୍‌ପି ଭୋଟ ଦେବେ। ଏନେଇ ଶନିବାର ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକମାନଙ୍କୁ ପିସିସି ସଭାପତି ସାକ୍ଷାତ କରିଛନ୍ତି। ଦିଲ୍ଲୀରେ ହାଇକମାଣ୍ଡ ଶୁଣାଇଥିବା ନିଷ୍ପତ୍ତି ସମ୍ପର୍କରେ ସେ ବିଧାୟକମାନଙ୍କୁ ଅବଗତ କରାଇଛନ୍ତି। ଯଶଓ୍ବନ୍ତ ହାରନ୍ତୁ ବା ଜିତନ୍ତୁ ତାଙ୍କୁ ଭୋଟ ଦିଆଯିବ ବୋଲି କଂଗ୍ରେସ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ନିର୍ବାଚନ ଲାଗି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କଂଗ୍ରେସର ଏଜେଣ୍ଟ ଭାବେ ନିଯୁକ୍ତ କରାଯାଇଛନ୍ତି। ତେବେ ଏନ୍‌ଡିଏ ପ୍ରାର୍ଥୀ ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶାସକ ବିଜେଡି ସମର୍ଥନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଧାୟକ ଏବଂ ଏମ୍‌ପିଙ୍କୁ ଦ୍ରୌପଦୀଙ୍କୁ ଭୋଟ ଦେବା ନେଇ ନିର୍ଦ୍ଦେଶ ଦେଇସାରିଛନ୍ତି। ଅନ୍ୟପଟେ ଏନେଇ ମୁଖ୍ୟମନ୍ତ୍ରୀ ଶନିବାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକ ସଭା ଏବଂ ରାଜ୍ୟ ସଭା ସଦସ୍ୟମାନଙ୍କ ସହ କରିଛନ୍ତି।
ନିକଟରେ ଓ଼ଡିଶାର ଦୁଇ ଭାଜପା ବିଧାୟକ ମୁକେଶ ମହାଲିଙ୍ଗ ଏବଂ ନାଉରି ନାଏକ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଯେପରି କ୍ରସ୍‌ ଭୋଟିଂ ନ ହୁଏ ସେନେଇ କେନ୍ଦ୍ରରେ ହୋଇଥିବା ଏକ ଟ୍ରେନିଂ କ୍ୟାମ୍ପରେ ସାମିଲ ହୋଇଥିଲେ। ଶନିବାର ଏବଂ ରବିବାର ଆଉ ଏକ ଟ୍ରେନିଂ କ୍ୟାମ୍ପ ଦିଲ୍ଲୀରେ ଭାଜପା ପକ୍ଷରୁ ଆରମ୍ଭ ହୋଇଛି। ସେଥିରେ ଭାଜପାର ସମସ୍ତ ଏମ୍‌ପି ସାମିଲ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଆସନ୍ତା ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ଅବସରରେ ଭାଜପା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ରବିବାର ଓଡ଼ିଶାର ସମସ୍ତ ମନ୍ଦିର, ଦେବସ୍ଥାନ, ପୂଜାସ୍ଥଳୀରେ ପୂଜା ଅର୍ଚ୍ଚନା କରି ବିଜୟ କାମନା କରିବ। ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ, ଏମ୍‌ପି, ବିଧାୟକ ପ୍ରାର୍ଥୀ, ଏମ୍‌ପି ପ୍ରାର୍ଥୀ, ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୂଜାର୍ଚ୍ଚନା କରି ଭଗବାନକୁ ପ୍ରାର୍ଥନା କରିବାକୁ ସେ କହିଛନ୍ତି। ଅନ୍ୟପଟେ ଶନିବାର କ୍ରସ୍‌ ଭୋଟିଂ ନ ହେବା ଲାଗି ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଏକ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ମୁକେଶ ମହାଲିଙ୍ଗଙ୍କୁ ଭାଜପାର ନିର୍ବାଚନ ଏଜେଣ୍ଟ କରାଯାଇଛି। ସେହିପରି ବିଜେଡ଼ି ମଧ୍ୟ କ୍ରସ ଭୋଟିଂ ରୋକିବାକୁ ବିଧାନସଭାରେ ଏକ ମକ୍‌ଡ୍ରିଲ କାର୍ଯ୍ୟକ୍ରମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

ସୃଷ୍ଟି ହେଲା ଦୁର୍ଲଭ ରାଜଯୋଗ: କର୍କଟ ସମେତ ୫ ରାଶିଙ୍କ ଚମକିବ ଭାଗ୍ୟ, ଅଚାନକ ମିଳିବ ଖୁସିଖବର!

୨୦ ଅଗଷ୍ଟର ରାଶିଫଳ ଅନୁସାରେ, ଏହି ଦିନ ଚନ୍ଦ୍ରମା ଦିନ-ରାତି ବିଛା ରାଶିରେ ବିଶାଖା ପରେ ଅନୁରାଧା ନକ୍ଷତ୍ରରେ ଗୋଚର କରିବେ। ବିଛା ରାଶିରେ ଚନ୍ଦ୍ରମା ନୀଚସ୍ଥ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ଶ୍ରାବଣରେ ଶାହରୁଖ ଖାନ୍‌ଙ୍କ ଘରୁ ବାହାରିଲା ସାପ ଯୋଡ଼ି: ଜାଣନ୍ତୁ ଘରେ ସାପ ଆସିବା କେଉଁ ସଙ୍କେତ ଦିଏ…

ହିନ୍ଦୁ ଧର୍ମୀୟ ଶାସ୍ତ୍ରରେ ସାପକୁ ପୂଜନୀୟ ମନେ କରାଯାଏ। ଭଗବାନ ଶିବ ମଧ୍ୟ ନିଜ ବେକରେ ନାଗକୁ ଧାରଣ କରିଥିବାରୁ ନାଗଙ୍କୁ ନେଇ ଧାର୍ମିକ ମାନ୍ୟତା ରହିଛି।…

ଇଣ୍ଡୋନେସିଆରେ ପୁଣି ୫.୭ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା,୨୦।୮: ଇଣ୍ଡୋନେସିଆର ରୁଟେଙ୍ଗ ନିକଟରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଛି। USGS ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ରୁଟେଙ୍ଗର ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ରେ ୧୦…

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri