ସଂସଦରେ ଓଡ଼ିଶା ସମସ୍ୟା ଉଠାଅ

ଭୁବନେଶ୍ୱର,୧୭।୭(ବ୍ୟୁରୋ): କିଛିଦିନ ହେଲା ଭାଜପାର କେତେକ ନିଷ୍ପତ୍ତି ଏବଂ ଅନେକ କିଛି ରାଜନୈତିକ ଘଟଣାକ୍ରମ ସହ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଆଦି କଥାକୁ ନେଇ ବିଜେଡି ସହ ରାଜ୍ୟ ମୁଖ୍ୟ ବିରୋଧୀ ଦଳ ସମ୍ପର୍କ ବାବଦରେ ଭିନ୍ନ ପ୍ରକାର ଆଲୋଚନା ହୁଏ। ତେବେ କେନ୍ଦ୍ର ସରକାରଙ୍କ ବହୁ ମନ୍ତ୍ରୀଙ୍କ ଆଭିମୁଖ୍ୟ ଓଡ଼ିଶା ସରକାରଙ୍କ ପ୍ରତି ଯେଭଳି ରହୁଛି ତାହା ମଧ୍ୟରେ ଅନେକ ସମୟରେ ବିଭିନ୍ନ ମହଲରେ ଚର୍ଚ୍ଚା ଏବଂ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛି। ହେଲେ ରାଷ୍ଟ୍ରପତି ନିର୍ବାଚନ ଠିକ୍‌ ପୂର୍ବରୁ ଓଡ଼ିଶାର ବିଭିନ୍ନ ସମସ୍ୟା ନେଇ ବିଜେଡି ଏମ୍‌ପିମାନଙ୍କୁ ଯେଭଳି ମୁଖ୍ୟମନ୍ତ୍ରୀ ପାର୍ଲାମେଣ୍ଟରେ ଉଠାଇବା ଲାଗି କହିଛନ୍ତି, ତାହା ରାଜନୈତିକ ମୋଡ଼ ଓଡ଼ିଶାରେ କିଛି ମାତ୍ରାରେ ବଦଳିବ ବୋଲି ଆଶା କରାଯାଉଛି। ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ସଂସଦରେ ଜୋର୍‌ଦାର କରିବାକୁ ନବୀନ ଖୋଲାଖୋଲି ଏମ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
ଝିଅ ଦ୍ରୌପଦୀ ମୁର୍ମୁ ଆମ ଦେଶର ସର୍ବୋଚ୍ଚ ପଦବୀକୁ ମନୋନୀତ ହୋଇଛନ୍ତି। ଏହା ବାସ୍ତବରେ ଆମ ରାଜ୍ୟ ପାଇଁ ସମ୍ମାନ ଓ ଗର୍ବର ବିଷୟ। ଓଡ଼ିଶାବାସୀ ଏବଂ ବିଜେଡି ତରଫରୁ ୧୮ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପ୍ରାର୍ଥତ୍ତ୍ୱକୁ ଆମର ପୂର୍ଣ୍ଣ ସମର୍ଥନ ଦେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଜେଡିର ସମସ୍ତ ଲୋକ ସଭା ଏବଂ ରାଜ୍ୟ ସଭା ଏମ୍‌ପିଙ୍କୁ କହିଛନ୍ତି।
ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ଦଳୀୟ ଏମ୍‌ପିମାନଙ୍କୁ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ମେ ୩୦ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ସାକ୍ଷାତ ସମୟରେ ସେ ରାଜ୍ୟର ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାସହ ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛି। ସମ୍ପୃକ୍ତ ମନ୍ତ୍ରଣାଳୟ ସହିତ ସମସ୍ତ ବିଚାରାଧୀନ ପ୍ରସଙ୍ଗଗୁଡିକ ଗ୍ରହଣ କରିବାକୁ କହିଛି ଯାହାଦ୍ୱାରା ଏଗୁଡିକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମାଧାନ ହୋଇପାରିବ।
ସେ ପ୍ରଧାନମନ୍ତ୍ରୀଙ୍କୁ ୨୦୨୧-୨୨ ଖରିଫ ଋତୁ ପାଇଁ ରାଜ୍ୟରୁ ୫ ଲକ୍ଷ ମେଟ୍ରିକ ଟନ୍‌ ବଳକା ଭିଟାମିନ୍‌ଯୁକ୍ତ ଉଷୁନା ଚାଉଳ ଉଠାଇବା, ୫୮% ଗ୍ରେଡ୍‌ରୁ କମ୍‌ ମାନର ଲୁହାପଥର ଏବଂ ପେଲେଟ ଉପରେ ରପ୍ତାନି ଶୁଳ୍କ ପ୍ରତ୍ୟାହାର, ଫନୀ ପ୍ରଭାବିତ ପରିବାର ପାଇଁ ୧.୮୪ ଲକ୍ଷ ପିଏମ୍‌ଏୱାଇ (ଗ୍ରାମୀଣ) (ସ୍ବତନ୍ତ୍ର ଘର) ମଞ୍ଜୁର କରିବା ଏବଂ ଆୱାସ + ଯୋଜନା ଜରିଆରେ ୫.୦୯ ଲକ୍ଷ ତଥ୍ୟ ଆର୍‌ଏଚ୍‌ ପୋର୍ଟାଲରୁ ପିଡବ୍ଲ୍ୟୁଏଲ୍‌କୁ ସ୍ଥାନାନ୍ତର କରିବାକୁ କହିଛି। ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ୨୦୨୨-୨୩ ପରଠାରୁ ଡିଏମ୍‌ଏଫ୍‌ ଟ୍ରଷ୍ଟକୁ ଆୟକର ଶୁଳ୍ପ ଛାଡ଼ ପାଇଁ ଚିଠି ଲେଖିଛି। ଉପରୋକ୍ତ ସମସ୍ତ ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ଏବେ ଆଗେଇନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଏମ୍‌ପିମାନଙ୍କୁ କହିଛନ୍ତି।
ପୁଣି ଆହୁରି କହିଛନ୍ତି, ରାଜ୍ୟରେ ବିଚାରାଧୀନ ରେଳ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା, ଆମ କୃଷକଙ୍କ ସ୍ବାର୍ଥ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସ୍ବାମୀନାଥନ୍‌ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା, ଉଭୟ ବିଧାନସଭା ଏବଂ ପାର୍ଲାମେଣ୍ଟରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ, ଓଡ଼ିଶା ବିଧାନ ପରିଷଦର ଗଠନ, ଆମର ଦାବି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଅଷ୍ଟମ ସୂଚୀରେ ‘ହୋ’ ଭାଷାକୁ ଅନ୍ତର୍ଭୂକ୍ତ କରାଯିବା ସହିତ ଏହି ପ୍ରସଙ୍ଗକୁ ସଂସଦରେ ଜୋର୍‌ଦାର ଉପସ୍ଥାପନ କରିବା ଆବଶ୍ୟକ। ରେଳପଥ, ବ୍ୟାଙ୍କିଙ୍ଗ୍‌, ଟେଲି ସାନ୍ଧ୍ରତା, କୋଇଲା ରୟାଲଟି ଦେୟ, ସ୍ବଚ୍ଛ ଶକ୍ତି ସେସ୍‌ ଏବଂ ଉପକୂଳ ରାଜପଥ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଅବହେଳିତ। ତେଣୁ ଓଡ଼ିଶାର ସ୍ବାର୍ଥକୁ ନେଇ ଉପରୋକ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଜୋର୍‌ଦାର ଉଠାଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?