ଧାରା ୩୦୭ରେ ମାମଲା ଦାବିକଲା କଂଗ୍ରେସ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତି ଦର୍ଶାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ସହ ହାଇକୋର୍ଟ ଜଜ୍‌ଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ ଦାବିରେ ଶୁକ୍ରବାର ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିଥିଲା। ହେଲେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କଂଗ୍ରେସ ଭବନରେ ପଶି ଛାତ୍ର କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ତେବେ କଂଗ୍ରେସ ଏହି ଘଟଣାର ବିଚାର ବିଭାଗୀୟ ଓ ପ୍ରଶାସନିକ ତଦନ୍ତ ସହ ଦୋଷୀ ପୋଲିସ ଉପରେ ହତ୍ୟା ଉଦ୍ୟମ ଦଫାରେ ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୋଲିସର କାର୍ଯ୍ୟାନୁଷ୍ଠାନକୁ କଡ଼ା ଭାଷାରେ ନିନ୍ଦା କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି, ଆଇନ ତା’ ବାଟରେ ଯିବ। ହେଲେ ଆଇନର ତଦନ୍ତକୁ ବାଟବଣା କରି ସରକାର ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି। ପ୍ରତିବାଦରେ ଛାତ୍ର କଂଗ୍ରେସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲାବେଳେ ପୋଲିସ କ୍ଷମତାର ଅପବ୍ୟବହାର କରି ମରଣାନ୍ତକ ଆକ୍ରମଣ କରୁଛି। ପୁଣି ଏକ ରାଜନୈତିକ ଦଳର କାର୍ଯ୍ୟାଳୟରେ ପଶି କର୍ମକର୍ତ୍ତାକୁ ମାଡ଼ ମାରିବା କେତେ ଦୂର ଆଇନ ସମ୍ମତ? ଏ ଆନ୍ଦୋଳନ ଏତିକିରେ ସରିନାହିଁ, ଆଗକୁ ଆହୁରି ତୀବ୍ର କରାଯିବ ବୋଲି ନିରଞ୍ଜନ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସରକାର ଶୁକ୍ରବାର ମାନବାଧିକାର ଦିବସ ପାଳନ କରୁଥିବାବେଳେ ଏପଟେ ଲାଠି ମାଡ଼ କରି ମାନବ ଅଧିକାର ଉଲ୍ଲଂଘନ କରିଛନ୍ତି। ଲାଠି ମାଡ଼ କରିଥିବା ପୋଲିସ ଅଫିସରଙ୍କ ବିରୋଧରେ ଧାରା ୩୦୭ ଅନୁଯାୟୀ ଆପରାଧିକ ମାମଲା ରୁଜୁ କରି ଦଣ୍ଡ ଦିଆଯାଉ। ନଚେତ୍‌ ଉପାନ୍ତ ଅଞ୍ଚଳରେ ପୋଲିସ ଉପରେ ଆସ୍ଥା ହରାଇ ମାଓବାଦୀ ହେବାପରି ଏଠାରେ ମଧ୍ୟ ପୋଲିସ ଉପରୁ ଆସ୍ଥା ତୁଟିଯିବ। ଆଉ ଯଦି ଅସନ୍ତୋଷ ଉଗ୍ରରୂପ ନିଏ, ତା’ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ। ଏଥିପାଇଁ କଂଗ୍ରେସ ମାନବାଧିକାର କମିଶନର ଦ୍ୱାରସ୍ଥ ହେବ ବୋଲି କହିଛନ୍ତି। ସେହିପରି ପୋଲିସ ଗାଡ଼ି ପୋଡ଼ି ଉଦ୍ୟମ ଆରୋପକୁ ନରସିଂହ ଏଡ଼ାଇଯାଇ କହିଛନ୍ତି, କମିଶନରେଟ ପୋଲିସର ଏହା ମନଗଢ଼ା କାହାଣୀ। ଯଦି ଭିଡ଼ ଅନିୟନ୍ତ୍ରିତ ହେଲା, ଆଇନର ବିଭିନ୍ନ ପ୍ରକ୍ରିୟା ଅନୁଯାୟୀ ପୋଲିସ ପ୍ରଥମେ ଭିଡ଼କୁ ବେଆଇନ ଘୋଷଣା କରିଥାନ୍ତା। ତା’ପରେ ପାଣି ମାଡ଼ରେ ଆନ୍ଦୋଳନକାରୀ ନ ହଟିଲେ ଲାଠି ଉଠେଇ ଡରେଇ ଥାନ୍ତା। ସେଥିରେ ଯଦି ଆୟତ୍ତ କରିପାରି ନ ଥାନ୍ତା, ତେବେ ଆନ୍ଦୋଳନକାରୀଙ୍କ ଅଣ୍ଟା ତଳକୁ ମୃଦୁ ଲାଠି ଚାଳନା କରାଯାଇଥାନ୍ତା। କିନ୍ତୁ ଶୁକ୍ରବାର ପୋଲିସ ବେଆଇନ ଭାବେ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତାଙ୍କ ମୁଣ୍ଡକୁ ଲାଠିରେ ପିଟି ରକ୍ତ ବୁହାଇବା ଦଣ୍ଡନୀୟ ଅପରାଧ। ଓଡ଼ିଶା ହାଇକୋର୍ଟ ଲେଙ୍ଗୁ ମିଶ୍ର ବନାମ ଓଡ଼ିଶା ସରକାର ମାମଲାର ରାୟ ପରିପ୍ରେକ୍ଷୀରେ ଅଣ୍ଡାମାଡ଼ ଅଭିଯୋଗରେ ପୋଲିସ କୌଣସି ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ। ବିଜୁ ପଟ୍ଟନାୟକଙ୍କ ଉପରେ ସଚିବାଳୟରେ ଆକ୍ରମଣ ହେଲା। କିନ୍ତୁ ସେତେବେଳେ ବିଜୁ ପଟ୍ଟନାୟକ କହିଥିଲେ, ‘ଗୁଳି ମୋ ପକେଟରେ, ବନ୍ଧୁକ ପୋଲିସ ହାତରେ।’ କଳାହାଣ୍ଡିରେ ଯେତେବେଳେ ତାଙ୍କ ଉପରେ ପଥର ମାଡ଼ ହେଉଥିଲା, ସେତେବେଳେ ସୁରକ୍ଷାକର୍ମୀଙ୍କୁ ସାମ୍ନାରୁ ହଟିଯିବାକୁ କହିବା ସହ ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏସବୁ ହିଁ ଜଣେ ଉତ୍ତମ ରାଜନେତାଙ୍କ ଗୁଣବତ୍ତାର ପରିଚୟ। କିନ୍ତୁ ନବୀନବାବୁ ତାଙ୍କ ପୁଅ ହିସାବରେ ଅନ୍ତତଃ କିଛି ଶିକ୍ଷାଲାଭ କରନ୍ତୁ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ଅଗରକରଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ରୋହିତ ଶର୍ମାଙ୍କୁ ମିଳିଗଲା ‘ଅଭୟଦାନ’!

ମୁମ୍ବାଇ,୪।୯: ଟିମ ଇଣ୍ଡିଆର ଚିଫ ସିଲେକ୍ଟର ଅଜିତ ଅଗରକର ପୁଣିଥରେ ଚର୍ଚ୍ଚାରେ। ଗୁରୁବାର BCCIର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇ ସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ…

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri