ଭରସା ହରାଉଛି ଅଭିଯୋଗ ବାକ୍ସ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସଂକ୍ରମଣରୁ ଥାନା ଓ ପୋଲିସ କର୍ମଚାରୀଙ୍କୁ ଦୂରେଇ ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ଅଭିଯୋଗକାରୀଙ୍କୁ ଆଉ ଥାନା ଭିତରକୁ ଛଡ଼ାଯାଉନି। ଅନ୍ୟତମ ବିକଳ୍ପ ସ୍ବରୂପ ଥାନା ପରିସରରେ ଅଭିଯୋଗ ବାକ୍ସର ବ୍ୟବସ୍ଥା ହୋଇଛି। ହେଲେ ଏହି ଅଭିଯୋଗ ବାକ୍ସ ଉପରେ ଲୋକଙ୍କର ଭରସା ପାଉନି। ଏହାକୁ ଖୋଲିଲେ କେବଳ ଛୋଟମୋଟ କିଛି ଅଭିଯୋଗ ବାହାରୁଛି। ଏଥିସହ ଅଭିଯୋଗ ପାଇଁ ଅନ୍ୟ ଯେଉଁସବୁ ବ୍ୟବସ୍ଥା କରାଯାଇଛି ତାହା ମଧ୍ୟ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଥିବା ଜଣାଯାଇଛି।
ମିଳିଥିବା ସୂଚନାନୁସାରେ, ରାଜ୍ୟରେ ୮ଶହରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେଣି। ବିଶେଷକରି କଟକ-ଭୁବନେଶ୍ୱର ଟ୍ବିନ୍‌ସିଟିର ଏକାଧିକ ଥାନାରେ କରୋନା ପ୍ରବେଶ କରିସାରିଛି। ଭୁବନେଶ୍ୱର କ୍ୟାପିଟାଲ ଥାନାର ୯ଜଣ, ନୟାପଲୀ ଥାନାର ୮ଜଣ ଓ ଜିଆର୍‌ପି ଥାନାର ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି କଟକର ପୁରୀଘାଟ ଥାନା, ବାଦାମବାଡ଼ି ଥାନା, ମଙ୍ଗଳାବାଗ ମେଡିକାଲ ଫାଣ୍ଡି କର୍ମଚାରୀ ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି। ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କଠାରୁ ପୋଲିସ ସଂକ୍ରମିତ ହେଉଥିବା ଜଣାପଡିବା ପରେ ଗତମାସ ୨୮ ତାରିଖରେ ପୋଲିସ ଡିଜି ଅଭୟ ଏକ ଏସ୍‌ଓପି ଜାରି କରିଥିଲେ, ଯେଉଁଥିରେ ଲୋକଙ୍କୁ ଥାନା ଯିବାକୁ ବାରଣ କରାଯାଇଛି। ଅଭିଯୋଗ ପାଇଁ ଥାନା ପରିସରରେ ରିସେପ୍‌ଶନ ସେଣ୍ଟର ଓ ଅଭିଯୋଗ ବାକ୍ସ ରଖିବାକୁ କୁହାଯାଇଛି। ଏହା ପରଠୁ ମଞ୍ଚେଶ୍ୱର ଥାନା ଅଭିଯୋଗ ବାକ୍ସରେ ୨୨ଜଣ ଅଭିଯୋଗ କରିଥିବାବେଳେ ଶହୀଦନଗର ଥାନାରେ ୫୦, ନୟାପଲ୍ଲୀ ୩୨, ଖାରବେଳନଗର ୨୩, କ୍ୟାପିଟାଲ ୩୪, ମହିଳା ଥାନାରେ ୧୦, ଚନ୍ଦ୍ରଶେଖରପୁର ୨୮, ଇନ୍‌ଫୋସିଟି ୨୦, ଖଣ୍ଡଗିରି ୬୦, ତମାଣ୍ଡୋ ୨୪, ଲକ୍ଷ୍ମୀସାଗର ୩୧, ବଡଗଡ଼ ୩୮, ଲିଙ୍ଗରାଜ ୨୭,ଏୟାରଫିଲ୍ଡ ୨୬, ଏୟାରପୋର୍ଟ ୧୮, ବାଲିପାଟଣା ୨୮, ବାଲିଅନ୍ତା ୨୯ ଓ ଚନ୍ଦକା ଥାନାରେ ୧୭ଟି ଅଭିଯୋଗ ହୋଇଥିବା ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଅଧିକାଂଶ ଗାଡ଼ି ଦୁର୍ଘଟଣା, ଗାଳିଗୁଲଜ, ଘରୋଇ
ଭରସା ହରାଉଛି…
ଝଗଡ଼ା, କରୋନା ସନ୍ଦିଗ୍ଧ ବାହାରେ ବୁଲିବା ଆଦି ଛୋଟ ଅଭିଯୋଗ ରହିଛି। ଏନେଇ ଜଣେ ଅଭିଯୋଗକାରୀ ରୋହିତ ସେଠୀ କୁହନ୍ତି, ଥାନାରେ ଝୁଲୁଥିବା ବାକ୍ସରେ ଅଭିଯୋଗ କଲେ ପୋଲିସ କାଳେ ଶୁଣିବେ କି ନାହଁ, ତେଣୁ ଏହା ଉପରେ ଭରସା ପାଉନି। ଯେତେବେଳେ ଅନେକ ସମୟରେ ପୋଲିସକୁ ବାରମ୍ବାର ଭେଟି ଏତଲା ଦେଲେ କାର୍ଯ୍ୟାନୁଷ୍ଠାନ ହେଉନି, ସେତେବେଳେ ଅଭିଯୋଗ ବାକ୍ସରୁ କେମିତି ନ୍ୟାୟ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଥାନା ଅଧିକାରୀ ସୋସିଆଲ ମଡ଼ିଆ ଯଥା ଫେସବୁକ୍‌ ଓ ଟୁଇଟର ମାଧ୍ୟମରେ ଅଭିଯୋଗ ପାଇଁ ସ୍ବତନ୍ତ୍ର ଫୋନ୍‌ ନମ୍ବର ଜାରି କରିବାକୁ କୁହାଯାଇଛି। ଏଥିସହ ପ୍ରତ୍ୟେକ ଥାନାର ଲ୍ୟାଣ୍ଡ୍‌ ଫୋନ୍‌, କ୍ଲୋଜ୍‌ଡ୍‌ ୟୁଜର ଗ୍ରୁପ୍‌ (ସିୟୁଜି) ସହ ଇ-ମେଲରେ ମଧ୍ୟ ଅଭିଯୋଗ ଗ୍ରହଣ ପାଇଁ ଡିଜିପି କହିଛନ୍ତି। ହେଲେ ବାସ୍ତବତା କିନ୍ତୁ ଭିନ୍ନ ରହୁଛି। ଅନେକ ସମୟରେ ଥାନାର ଲ୍ୟାଣ୍ଡ୍‌ଲାଇନ୍‌ ଅଚଳ ହୋଇଯାଉଥିବାବେଳେ ଥାନା ଅଧିକାରୀ ଧରୁଥିବା ସିୟୁଜି ନମ୍ବରକୁ କଲ୍‌ କଲେ ରିସିଭ୍‌ କରୁନାହାନ୍ତି। ଅଭିଯୋଗ ବାକ୍ସ ଉପରେ ରହିଥିବା ଫୋନ୍‌ ନମ୍ବରରେ କଲ୍‌ କଲେ ମଧ୍ୟ ସହଯୋଗ ମିଳୁ ନ ଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ଉଠୁଛି। ଥାନାଧିକାରୀଙ୍କ ଟୁଇଟ୍‌ର ଆକାଉଣ୍ଟ୍‌କୁ କିପରି ଅଭିଯୋଗ ପଠାଇବେ ତାହା ଲୋକେ ଜାଣିପାରୁ ନାହାନ୍ତି।
ଜଣେ ଥାନା ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ପ୍ରତି ସନ୍ଧ୍ୟାରେ ଉକ୍ତ ବାକ୍ସ ଖୋଲାଯାଇ ଅଭିଯୋଗକୁ ଦେଖାଯାଉଛି। ଗୁରୁତ୍ୱ ଅନୁସାରେ ମାମଲା ରୁଜୁ ହେଉଛି। ଅଧିକ ଛୋଟ ଅଭିଯୋଗ ଆସୁଥିବାରୁ ଫୋନ୍‌ କରି ସମାଧାନ କରୁଛୁ। ବଡ଼ ଅଭିଯୋଗ ଆମ ନିକଟକୁ ସିଧା ଆସୁଥିବାରୁ ମାମଲା ରୁଜୁ କରି ତଦନ୍ତ କରୁଛୁ। ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି, ଥାନା ଆଗରେ ଝୁଲୁଥିବା ବାକ୍ସରେ ଅଭିଯୋଗ କରିବା ବାଧ୍ୟତାମୂଳକ ନୁହେଁ। ଥାନା କର୍ମଚାରୀଙ୍କୁ ଲୋକଙ୍କ ସଂସ୍ପର୍ଶରେ ନ ଆସିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏହାସହ ଥାନାର କର୍ମଚାରୀ ଗ୍ଲୋବ୍ସ ପିନ୍ଧି ଥାନା ଗେଟ ଭିତରୁ ଅଭିଯୋଗ ଗ୍ରହଣ କରିପାରିବେ। ସେଥିରେ କିଛି ଅସୁବିଧା ନାହିଁ। ଲୋକଙ୍କ ଅଭିଯୋଗକୁ କମିଶନରେଟ ପୋଲିସ ସବୁବେଳେ ଗୁରୁତ୍ୱ ଦେଇ ଆସିଥିବା ଓ ଅଭିଯୋଗ ଗ୍ରହଣ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କହିଛନ୍ତି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri