ପଣ୍ଡିତଙ୍କ ବେଦମନ୍ତ୍ରରେ କମ୍ପିଲା ସହର, ମା’ ସାତ ଭଉଣୀଙ୍କ…

ଗଞ୍ଜାମ,୨୨ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର କୈବର୍ତ୍ତ ସାହିଠାରେ ଥିବା ମା’ ସାତ ଭଉଣୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରବିବାର ଅନୁଷ୍ଠିତ ହୋଇଛି। ପ୍ରାତଃରେ ଋଷୁକୂଲ୍ୟା ନଦୀ ଘାଟରୁ ପାଣି ଅଣାଯିବା ପରେ ଘୃତଯଜ୍ଞ ଆରମ୍ଭ ହୋଇଥିଲା। ଏହି ଅବସରରେ ମନ୍ଦିରରେ ଦଶ ମହାବିଦ୍ୟା ବିଗ୍ରହ ଓ ମା’ କତ୍ୟାୟିନୀଙ୍କ ବିଗ୍ରହ ମଧ୍ୟ ପ୍ରତିଷ୍ଠା ହୋଇଥିଲା। ପଣ୍ଡିତ ବିଭୂତି ଭୂଷଣ ତ୍ରିପାଠୀ ଓ ପ୍ରକାଶ ଚନ୍ଦ୍ର ଶତପଥୀଙ୍କ ଶିବ କାଳୀ ବେଦ ମନ୍ତ୍ର ଧ୍ୱନିରେ ଦିନ ତମାମ ସହର ପ୍ରକମ୍ପିତ ହୋଇଥିଲା। ପୁରୋହିତ ତନ୍ମୟ ଷଢଙ୍ଗୀ, କେଦାର ପଣ୍ଡା ଓ ମଣ୍ଟୁ ପଣ୍ଡା ପ୍ରମୁଖ ହୋମ ଓ ଘୃତ ଯଜ୍ଞରେ ମନ୍ତ୍ର ପାଠ କରିଥିଲେ। ମା’ ସାତ ଭଉଣୀ ମନ୍ଦିର ପୂଜକ ଡମ୍ବୁରୁ ରାଉଳ ପଣ୍ଡିତମାନଙ୍କୁ ଯଜ୍ଞସ୍ଥଳରେ ସହଯୋଗ କରିଥିଲେ। କୈବର୍ତ୍ତ ସାହି ବାସିନ୍ଦା ରମେଶ ଚନ୍ଦ୍ର ବେହେରା ଓ ତାଙ୍କ ଧର୍ମ ପତ୍ନୀଙ୍କ ଦ୍ୱାରା ହୋମ କାର୍ଯ୍ୟ ସମ୍ପର୍ଣ ହୋଇଥିଲା। ଏହି ପ୍ରତିଷ୍ଠା ଉତ୍ସବରେ ସମସ୍ତ ସାହି ବାସିନ୍ଦାଙ୍କ ସମେତ ରମେଶ ଚନ୍ଦ୍ର ମହାପାତ୍ର, ସନା ବେହେରା, କାଙ୍ଗାଳି ବେହେରା, ବ୍ରଜ ସୁନ୍ଦର ବେହେରା ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

ପାର୍ବଣକୁ ନେଇ ପୁରୁଷୋତ୍ତମପୁର ପୋଲିସର କଡ଼ା ପଦକ୍ଷେପ: ମନଇଚ୍ଛା ହୋଇପାରିବନି ପୂଜା କି ଭସାଣି

ପୁରୁଷୋତ୍ତମପୁର,୨୮ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ପୂଜା, ପାର୍ବଣକୁ ଗୁରୁତ୍ୱ ଦେଇ ପୁରୁଷୋତ୍ତମପୁର ପୋଲିସ କଡ଼ା ପଦକ୍ଷେପ ନେଇଛି। ଯେପରି…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ବଡ଼ଖେମୁଣ୍ଡି ହାଇସ୍କୁଲରେ ଶିକ୍ଷକ ଅଭାବ; ସ୍ମାରକପତ୍ର ଦେଲେ ଛାତ୍ର

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲରେ ଦୀର୍ଘଦିନ ହେଲା ଆବଶ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଯାହାଫଳରେ ଛାତ୍ରଙ୍କ ପାଠପଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri