ଆଜି ଦେଶରେ ଆଦିବାସୀ ରାଷ୍ଟ୍ରପତି-ଓଡ଼ିଶାରେ ଆଦିବାସୀ ମୁଖ୍ୟମନ୍ତ୍ରୀ, ଏହା ଜନଜାତି ନେତୃତ୍ୱର ପ୍ରତୀକ: ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୮।୧୧ (ବାବୁଲା ପ୍ରଧାନ): ଦେଶର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ଭୂମିକା ଓ ଅବଦାନ ଅତୁଳନୀୟ। ବ୍ରିଟିଶ ଶାସନ ବିରୋଧରେ ଆଦିବାସୀମାନେ ଯେଉଁ ସାହସ, ବୀରତ୍ୱ ଓ ତ୍ୟାଗର ପରିଚୟ ଦେଇଥିଲେ, ତାହା ଇତିହାସରେ ଚିରସ୍ମରଣୀୟ ହୋଇ ରହିବ। ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନକୁ ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ଦେବା ସହ ଅନାଲୋଚିତ ଇତିହାସକୁ ଲୋକଲୋଚନକୁ ଆଣିବା ଆବଶ୍ୟକ। ଆଜି ଦେଶ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଏବଂ ଓଡ଼ିଶା ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇଛି, ଯାହା ଆଦିବାସୀ ସମାଜର ନେତୃତ୍ୱ ଓ ଅଗ୍ରଗତିର ପ୍ରତୀକ ବୋଲି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମତବ୍ୟକ୍ତ କରିଛନ୍ତି।

ଶନିବାର ଦିନ ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେ.ଏସ୍‌.ୟୁ.ବି.) ମହାବିଦ୍ୟାଳୟ ପରିସରରେ ଆୟୋଜିତ ଦୁଇଦିନିଆ ଜାତୀୟ ସେମିନାରକୁ ଉଦ୍‌ଘାଟନ କରି ବିଧାୟକ ନାୟକ ଏହା କହିଛନ୍ତି। ଘୁମୁସର ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଭାରତୀୟ ଐତିହାସିକ ଗବେଷଣା ପରିଷଦ (ICHR)ର ଆର୍ଥିକ ସହଯୋଗରେ ଏହି ସେମିନାର ଆୟୋଜିତ ହୋଇଛି। ଓଡ଼ିଶାର ଅନାଲୋଚିତ ଔପନିବେଶିକ ବିରୋଧୀ ଆଦିବାସୀ ଆନ୍ଦୋଳନ, ବିଶେଷକରି କନ୍ଧ ବିଦ୍ରୋହ ଏହି ସେମିନାରର ମୁଖ୍ୟ ବିଷୟବସ୍ତୁ ରହିଛି।

ଘୁମୁସର ଗବେଷଣା ପ୍ରତିଷ୍ଠାନର ସଭାପତି ତଥା ପୂର୍ବତନ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଦିନର ଉଦ୍‌ଘାଟନୀ ଅଧିବେଶନରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପୂର୍ବତନ ପ୍ରଫେସର ଡ. ରାମଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଏବଂ ପୁଣେସ୍ଥିତ ଏନ୍‌ଡିଏର ପୂର୍ବତନ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଓ ICHR ସଦସ୍ୟ ଡ. ହରିହର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏଥିସହ ବାଲିଗୁଡ଼ାର ପୂର୍ବତନ ଅଧ୍ୟକ୍ଷ ଡ. ମଧୁସୂଦନ ମହାପାତ୍ର, କୋରାପୁଟସ୍ଥିତ କେନ୍ଦ୍ରୀୟ ଜନଜାତି ଗବେଷଣା ସଂସ୍ଥା (କୋଟ୍ସ)ର ସମ୍ମାନଜନକ ପ୍ରଫେସର ଡ. ମାଗୁଣି ଚରଣ ବେହେରା ଏବଂ କେ.ଏସ୍‌.ୟୁ.ବି. ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ସହକାରୀ ପ୍ରଫେସର ଡ. ରମାକାନ୍ତ ଭୂୟାଁଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଶଙ୍କର୍ଷଣ ମଲ୍ଲିକ, ଓଡ଼ିଶା ଇତିହାସ କଂଗ୍ରେସର ଉପସଭାପତି ସୁଶାନ୍ତ ଦାସ, ଭୁବନେଶ୍ୱର ବିଜେବି କଲେଜର ସହକାରୀ ପ୍ରଫେସର ଡ. ଅନିତା ପାଢ଼ୀ ଏବଂ ଟିକାବାଲି କଲେଜର ପ୍ରଫେସର ଡ. ବିଷ୍ଣୁ ପ୍ରସାଦ ରଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ନଭେମ୍ବର ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିଥିବା ଏହି ଜାତୀୟ ସେମିନାରରେ ବିଭିନ୍ନ ଅଞ୍ଚଳରୁ ଗବେଷକ, ଇତିହାସବିତ୍‌, ଅଧ୍ୟାପକ ଓ ଶିକ୍ଷାବିତ୍‌ମାନେ ଯୋଗଦେଇ ଓଡ଼ିଶାର ଆଦିବାସୀ ସଂଗ୍ରାମର ଅନାଲୋଚିତ ଦିଗ ଉପରେ ଗବେଷଣାମୂଳକ ଆଲୋଚନା କରୁଛନ୍ତି। ଏହାଦ୍ୱାରା ଆଦିବାସୀ ବୀରମାନଙ୍କ ଐତିହାସିକ ଅବଦାନ ଓ ସଂଗ୍ରାମର ଗାଥା ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚିବା ସହ ଇତିହାସର ଅନାଲୋଚିତ ଅଧ୍ୟାୟ ଉନ୍ମୋଚିତ ହେବ ବୋଲି ଆଶା ପ୍ରକାଶ ପାଇଛି। ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ତପନ କୁମାର ମିଶ୍ର ଓ ସେମିନାର ସଂଯୋଜକ ଡ. ଶ୍ୟାମ ପ୍ରସାଦ ମିଶ୍ରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଡ. ଦାମୋଦର ଷଡ଼ଙ୍ଗୀ, ଡ. ଶିରୀଶ କୁମାର ଷଡ଼ଙ୍ଗୀ, ଲୋକନାଥ ମହାନ୍ତି, ସନ୍ତୋଷ ଜେନା, ଜଗବନ୍ଧୁ ଜେନା, ବାବୁଲା ପ୍ରଧାନ, ଡ. ରବିନ୍ଦ୍ର କୁମାର ମିଶ୍ର, ଅଶୋକ ସ୍ୱାଇଁ ଏବଂ ନେତାଜୀ ବିଷୋୟୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷର କୁନି ଝିଅ ଆଗରେ ସ୍ତ୍ରୀଙ୍କୁ ଇଟାରେ ଛେଚି ମାରିଦେଲେ ନିଶାସକ୍ତ ସ୍ୱାମୀ

ଦେବଗଡ଼,୨୮ା୧୧(ଶଶାଙ୍କ ଶେଖର ଝାଙ୍କର): ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ଇଟାରେ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ସଇତାନ ସ୍ୱାମୀ। ଶନିବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ…

ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩୫୬ରେ ଅଲଆଉଟ୍‌, ଭାରତ ୧୧୬/୬

ଖ୍ରୀଷ୍ଟଚର୍ଚ୍ଚ,୨୮ା୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ବ୍ୟାକ୍‌ଫୁଟ୍‌ରେ ରହିଛି। ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ…

ଯେଉଁ ଦଳ ବିପକ୍ଷରେ କରିଥିଲେ ଡେବ୍ୟୁ, ସେହି ଦଳ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍; ଟେଷ୍ଟ କ୍ରିକେଟରୁ ଅବସର ନେବେ…

ନୂଆଦିଲ୍ଲୀ,୨୮।୧୧: ବାଂଲାଦେଶ କ୍ରିକେଟ ଦଳର ସବୁଠାରୁ ଅଭିଜ୍ଞ ଏବଂ ସଫଳ ବ୍ୟାଟର୍ ମୁଶଫିକୁର ରହିମ ଟେଷ୍ଟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶ କ୍ରିକେଟ…

ପ୍ରଶାସନକୁ ଅପେକ୍ଷା ନ କରି ଆଗେଇ ଆସିଲେ ଗ୍ରାମବାସୀ

ବାଲିଶଙ୍କରା,୨୮ା୧୧(ହୃଦାନନ୍ଦ ବାରିକ): ଯେଉଁ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସରକାରୀ ବିଭାଗ ରହିଛି, ସେହି ରାସ୍ତାର ଗର୍ତ୍ତ ପୋତିବାକୁ ଶେଷରେ ଗ୍ରାମବାସୀଙ୍କୁ ହାତରେ କୋଦାଳ ଧରିବାକୁ…

IPL 2027: ‘ଆମେ ପ୍ରଶଂସକଙ୍କ ଭରସା ହରାଇଛୁ…’ ୩ ବର୍ଷ ପରେ MI ଅଧିନାୟକ ଭାବେ ଫେରିବା ପରେ ଭାବବିହ୍ୱଳ ହେଲେ ରୋହିତ

ନୂଆଦିଲ୍ଲୀ,୨୮।୧୧: ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଆଗାମୀ IPL ସିଜନ୍ ପାଇଁ ୩୯ ବର୍ଷୀୟ ରୋହିତ ଶର୍ମାଙ୍କୁ ପୁନର୍ବାର ଦଳର ଅଧିନାୟକ ନିଯୁକ୍ତ କରିଛି।…

ମୃତ ଏନ୍‌ପିଏସ୍‌ ଶିକ୍ଷୟିତ୍ରୀଙ୍କ ପରିବାରକୁ ମିଳିଲା ପୁରୁଣା ପେନ୍‌ସନ୍‌ ସୁବିଧା

ଭଞ୍ଜନଗର, ୨୮/୧୧ (ବାବୁଲା ପ୍ରଧାନ): କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଭଞ୍ଜନଗର ବ୍ଲକ୍‌ର ଏନ୍‌ପିଏସ୍‌ ଶିକ୍ଷୟିତ୍ରୀ ସ୍ୱର୍ଗତ ଅଞ୍ଜଳି ମଲ୍ଲିକଙ୍କ ପରିବାରକୁ ମିଳିଛି ପୁରୁଣା ପେନ୍‌ସନ୍‌ ଯୋଜନାର…

ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ: ମାଉସୀ ଘରକୁ ଯାଉଥିବା ବେଳେ ବୋଲେରୋରେ …

ମୋହନା,୨୮।୧୧( ମନ୍ମଥ ମିଶ୍ର ): ରାସ୍ତାରୁ ଜଣେ ଯୁବତୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ମାଉସୀ ଘରକୁ ଯାଉଥିବା ବେଳେ କାନକଟା ରାସ୍ତାରୁ କିଛି ଦୁର୍ବୃତ୍ତ ତାଙ୍କୁ…

ଅଣ୍ଡର-୧୯ ଏସିଆ କପ ପାଇଁ ଦଳ ଘୋଷଣା କଲା BCCI ; ଏହି ୧୫ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୮।୧୧: BCCI ଅଣ୍ଡର-19 ମହିଳା ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ମହିଳା ଚୟନ କମିଟି ଭାବିକା ଆହିରେଙ୍କୁ ଅଧିନାୟିକା ଏବଂ ଅନାଦି ତାଗଡେଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?