ପୁରୁଷୋତ୍ତମପୁର,୨୮ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେଏନପୁର ଗ୍ରାମରେ ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ଭାସିଯାଇ ନିଖୋଜ ହେବାର ୭ ଦିନ ପରେ ମଧ୍ୟ ଶୁଭଲକ୍ଷ୍ମୀ ବେହେରା (୩୫)ଙ୍କ ପତ୍ତା ମିଳୁନି। ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଦମକଳ ବାହିନୀ ବୋଟ ମାଧ୍ୟମରେ ନଦୀରେ ଖୋଜାଖୋଜି କରି ନୟାନ୍ତ ହୋଇପଡ଼ିଥିବ ବେଳେ ଶେଷରେ ଶନିବାର ଛତ୍ରପୁରରୁ ୧୨ ଜଣିଆ ଡ୍ରାଇଭ୍ ଟିମ୍ ଅତ୍ୟାଧୁନିକ ସାମଗ୍ରୀ, ବୋଟ୍କୁ ନେଇ ପାଣିରେ ବୁଡ଼ି ଖୋଜିବା ଆରମ୍ଭ କରିଛନ୍ତି।

