ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା: ଅଧିକାରୀଙ୍କ ଅନୁପସ୍ଥିତି ଓ ‘କୁକୁଡ଼ା ବିହୀନ ଘର’ ନେଇ ବର୍ଷିଲେ ବିଧାୟକ ପ୍ରତିନିଧି; ଅଫଲାଇନ୍ ଆବେଦନ ଦାବି

ଥୁଆମୂଳ ରାମପୁର, ୨୮/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁରସ୍ଥିତ ବାବା ଖଣ୍ଡୁଆଳ ମିନି ଷ୍ଟାଡିୟମ୍‌ଠାରେ ଶୁକ୍ରବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ପଟେ ସରକାରୀ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯିବା ସହ ସହାୟତା ବଣ୍ଟନ କରାଯାଇଥିବା ବେଳେ, ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଓ ଯୋଜନାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ସଭାମଞ୍ଚ ଏବଂ ଗଣମାଧ୍ୟମ ସମ୍ମୁଖରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଲାଞ୍ଜିଗଡ଼ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ।

ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମେଳାରେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ପବିତ୍ର ନାଏକ ମୁଖ୍ୟ ଅତିଥି ଏବଂ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀ, ଜିଲା ପରିଷଦ ସଦସ୍ୟା ଟୁନି ଖୋସଲା, ମଣ୍ଡଳ ସଭାପତି ଦୟାନିଧି ଭୋଇ ଓ ପୁଷ୍ପ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଜିଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ୬୦୦ ଜଣ ମତ୍ସ୍ୟ ଓ ପ୍ରାଣୀପାଳନ ଚାଷୀ, ଛାତ୍ରୀ ଏବଂ ଜନସାଧାରଣଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୫ ଜଣ ଚାଷୀଙ୍କୁ କାର୍ଯ୍ୟାଦେଶ ଏବଂ ୬ ଜଣ ହିତାଧିକାରୀଙ୍କୁ ଡମି ଚେକ୍ ପ୍ରଦାନ କରାଯାଇଥିଲା।

ସଭାମଞ୍ଚ ଓ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ  ନାଏକ ଅଭିଯୋଗ କରିଥିଲେ ଯେ, ବ୍ଲକ୍‌ରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ଅଧିକାରୀମାନେ ନିୟମିତ ଭାବେ କାର୍ଯ୍ୟାଳୟ କିମ୍ବା କ୍ଷେତ୍ରକୁ ଆସୁନାହାନ୍ତି। ରୋଗାକ୍ରାନ୍ତ ପଶୁଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଲେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ବୋଲି ସେ ଚେତାବନୀ ଦେଇଥିଲେ।

ଏଥିସହ ବ୍ଲକ୍‌ର ବିଭିନ୍ନ ଏଲ୍.ଆଇ. ସେଣ୍ଟରରେ ନିଜସ୍ୱ ଗୃହ ନିର୍ମାଣ ଓ ଆବଶ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ସେ ଦାବି କରିଥିଲେ।

ଅନ୍ୟପକ୍ଷରେ, ବିରିକୋଟ ଓ କାଠକୁରା ଭଳି ଗ୍ରାମରେ କୁକୁଡ଼ା ଘର ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ କୁକୁଡ଼ା ନ ଥିବା ନେଇ ସେ ପ୍ରଶ୍ନ ଉଠାଇଥିଲେ। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି.) ମାଧ୍ୟମରେ ଯୋଜନାର ପ୍ରକୃତ ଉପକାରିତା ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହେଉନଥିବା ସେ ଅଭିଯୋଗ କରିଥିଲେ।

ଦୁର୍ଗମ ଅଞ୍ଚଳରେ ନେଟୱର୍କ ସମସ୍ୟା ଏବଂ ଗରିବ ଚାଷୀଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବାରୁ ଅନଲାଇନ୍ ଆବେଦନ କରିବା ସମ୍ଭବ ହେଉନାହିଁ ବୋଲି ଶ୍ରୀ ନାଏକ ମତ ପ୍ରକାଶ କରିଥିଲେ। ତେଣୁ ସମସ୍ତ ଯୋଜନାରେ ଅଫଲାଇନ୍‌ରେ ଆବେଦନ ଗ୍ରହଣ କରିବା ସହ ବ୍ଲକ୍ ବୈଠକରେ ବିଭାଗୀୟ ଅଧିକାରୀମାନେ ନିୟମିତ ଉପସ୍ଥିତ ରହିବାକୁ ସେ ଆହ୍ୱାନ ଦେଇଥିଲେ।

ମେଳାରେ ଚାଷୀମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିବା ବେଳେ, ଯୋଜନାର ସଫଳ କାର୍ଯ୍ୟକାରିତା, ଅଧିକାରୀଙ୍କ ନିୟମିତ ଉପସ୍ଥିତି ଓ ଦୁର୍ଗମ ଅଞ୍ଚଳର ଚାଷୀଙ୍କୁ ସୁବିଧା ଯୋଗାଇବା ନେଇ ଉଠିଥିବା ପ୍ରଶ୍ନ ଏବେ ଗୁରୁତ୍ୱ ବହନ କରୁଛି

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତକୁ ଯାଇଥିଲେ IIC, ଗାଁରେ ହେଲା ମରଣାନ୍ତକ ଆକ୍ରମଣ

କଣାସ,୨୮।୧୧: ତଦନ୍ତ ପାଇଁ ଗାଁକୁ ଯାଇଥିବା ବେଳେ ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ। ପୁରୀ ଜିଲା କଣାସ ଅଞ୍ଚଳର ଗଡ଼ିସାଗଦା ଥାନା IIC ଦିଲୀପ ଧଳ ଆକ୍ରମଣର…

ସିରାଜ ବାଦ, ବୁମରାଙ୍କ ପ୍ରତ୍ୟାବର୍ତ୍ତନ? ଶ୍ରୀଲଙ୍କା ବିପକ୍ଷରେ ଭାରତର ସମ୍ଭାବ୍ୟ ଦିନିକିଆ ଦଳ ଉପରେ ନଜର ପକାନ୍ତୁ

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ଅଛି, ଯେଉଁଠାରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଚାଲିଛି। ଏହି ସିରିଜ ଶେଷ ହେବା ପରେ…

ଠାକୁର ମଦନମୋହନ ସ୍ବାମୀଙ୍କ ସମ୍ପତ୍ତି ସୁରକ୍ଷାରେ ଐତିହାସିକ ବିଜୟ, ମନ୍ଦିର କମିଟିକୁ ଫେରିଲା ଜବରଦଖଲ ଜମି

ଗଞ୍ଜାମ,୨୮ା୧୧(ବିଦ୍ୟାଧର ସାହୁ): ଦୀର୍ଘ ୫୦ ବର୍ଷର ଆଇନଗତ ଲଢ଼େଇ ପରେ ଗଞ୍ଜାମ ସହରର ବ୍ରାହ୍ମଣ ଢମଣା ସାହିସ୍ଥିତ ମହାପ୍ରଭୁ ଶ୍ରୀ ମଦନମୋହନ ସ୍ବାମୀଙ୍କ ୬୦୦ ଡେସିମିଲି (ତିନି…

ବୈଭବ ସୂର୍ଯ୍ୟବଂଶୀଙ୍କ ଠାରୁ ମଧ୍ୟ ଅଧିକ ଦ୍ରୁତ ଗତିରେ ରନ ସଂଗ୍ରହ କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଛନ୍ତି ଏହି ବ୍ୟାଟର, ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୧୧: ଆଜିକାଲି, ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ଆଇପିଏଲ (IPL) ହେଉ, ଆନ୍ତର୍ଜାତୀୟ କ୍ରିକେଟ ହେଉ କିମ୍ବା ଅଣ୍ଡର-୧୯ (Under-19)…

ଗାଧୋଇବାକୁ ଯାଇ ମହିଳା ନିଖୋଜ, ୭ ଦିନ ପରେ ବି ମିଳୁନି ପତ୍ତା

ପୁରୁଷୋତ୍ତମପୁର,୨୮ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେଏନପୁର ଗ୍ରାମରେ ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ଭାସିଯାଇ ନିଖୋଜ ହେବାର ୭…

ବାପାଙ୍କ ଜୁଇ ନଲିଭୁଣୁ ପୁଅର ଜୀବନ ଚାଲିଗଲା: ୨୪ ଘଣ୍ଟାରେ ଦୁଇ ମୃତ୍ୟୁରେ ସ୍ତବ୍ଧ ଗାଁ

ଛେଣ୍ଡିପଦା,୨୮।୧୧(ଅଜିତ୍ ଧଳ): ଗୋଟିଏ ପରିବାର ଉପରେ ଦୁଇ ଦିନରେ ଦୁଇ ଦୁଃଖଦ ଘଟଣା। ପ୍ରଥମେ ବାପାଙ୍କ ମୃତ୍ୟୁ, ଆଉ ତାଙ୍କ ମୃତ୍ୟୁର ୨୪ ଘଣ୍ଟା ନପୂରୁଣୁ ପୁଅର…

ଚେତିଲା ପ୍ରଶାସନ: ବନ୍ୟାର କାରଣ ଖୋଜିବା ସହ ସ୍ଥାୟୀ ସମାଧାନର ବ୍ଲୁ ପ୍ରିଣ୍ଟ୍‌ ଲାଗି ବୈଷୟିକ ଟିମ୍‌ର ଅନୁଧ୍ୟାନ

ପୁରୁଷୋତ୍ତମପୁର,୨୮ା୧୧(ସବିତା ମିଶ୍ର): ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାର ଦୁଃଖ ଏବେ ବି ଭୁଲିନାହାନ୍ତି ପୁରୁଷୋତ୍ତମପୁରବାସୀ। ଋଷିକୁଲ୍ୟା ନଦୀର ଉଛୁଳା ଜଳ ନଦୀବନ୍ଧ ଡେଇଁବା ସହ ବିଭିନ୍ନ…

IPLରେ ସର୍ବାଧିକ ବିଜୟ ହାସଲ କରିଥିବା ଅଧିନାୟକ: ଧୋନୀ ଶୀର୍ଷରେ, ରୋହିତ ଦ୍ୱିତୀୟ ସ୍ଥାନରେ, ବିରାଟଙ୍କ ଆଗରେ ରହିଛନ୍ତି…

ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର୍‌ ଲିଗ (IPL) ର ୧୯ ବର୍ଷର ଇତିହାସରେ ସବୁଠାରୁ ସଫଳ ଅଧିନାୟକ କିଏ? ଏହି ପ୍ରଶ୍ନ ଆସିବା ମାତ୍ରେ ମନକୁ ପ୍ରଥମେ ଏମ.ଏସ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?