ଗଞ୍ଜାମ ବଡ଼ ବଜାରରୁ ସାନ ବଜାର ଯାଏଁ ବୁଲା ଗାଇଙ୍କ ଦୌରାତ୍ମ୍ୟ: ଡିଭାଇଡରରେ ପିଟି ହୋଇ ଯୁବକ ଗୁରୁତର, ସ୍ଥାୟୀ…

ଗଞ୍ଜାମ,୨୮।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ ବଜାରଠାରୁ ସାନ ବଜାର ପର୍ଯ୍ୟନ୍ତ ରାସ୍ତା ଉପରେ ମାଳ ମାଳ ବୁଲା ଗାଇଗୋରୁ ବୁଲୁଥିବାରୁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏଭଳି ଏକ ଅଘଟଣରେ ବୁଲା ଗାଇ ସାମ୍ନାକୁ ଚାଲିଆସିବାରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ହେଲେ ୱାର୍ଡ ନଂ-୪ ଗୌଡ଼ ସାହିର କପିଳାସ ଗୌଡ଼।

ସୂଚନା ଅନୁଯାୟୀ, କପିଳାସ ଗୌଡ଼ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ହଠାତ୍ ଏକ ଗାଇ ତାଙ୍କ ବାଇକ୍ ଆଗକୁ ଚାଲିଆସିଥିଲା। ଫଳରେ ସେ ବାଇକ୍ ଉପରୁ ଭାରସାମ୍ୟ ହରାଇ ଡିଭାଇଡରରେ ଧକ୍କା ହୋଇ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଗଞ୍ଜାମ ସହରର ଯୁବ ସ୍ୱେଚ୍ଛାସେବୀ ତଥା ଏନ୍‌ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ତୁରନ୍ତ ପପୁ ପଣ୍ଡା, ଉମାଶଙ୍କର ମହାନ୍ତି, ପ୍ରଭାତ କୁମାର ସାହୁ ଓ ବିଭୂତି ପଲାଇଙ୍କ ସହାୟତାରେ ନିଜ ସ୍କର୍ପିଓ ଗାଡ଼ିରେ କପିଳାସଙ୍କୁ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର ଡ. ମିର୍ଜା ଗୁରୁତର କପିଳାସଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ। କପିଳାସଙ୍କ ମୁହଁ, ଛାତି ଓ ହାତରେ ଗଭୀର ଆଘାତ ଲାଗିଥିବା ଡ. ମିର୍ଜା ସୂଚନା ଦେଇଛନ୍ତି। ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବ୍ରହ୍ମପୁର ମେଡିକାଲ ନେବା ସମୟରେ ଆଶୁତୋଷ ଦାସ, ଅରୁଣ ଗୌଡ଼, ସାଧୁ ଗୌଡ଼, ବୁଲୁ ଗୌଡ଼ ଓ ସଚ୍ଚିଦାନନ୍ଦ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟପକ୍ଷରେ, ସହରରେ ବୁଲା ଗାଇଗୋରୁଙ୍କ ଉପଦ୍ରବ ରୋକିବା ପାଇଁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସ୍ୱେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଁରୁ ବଲାଙ୍ଗୀର ଆସୁଥିଲେ, ଲଖପାଲି ଛକରେ ପଛପଟୁ ଧକ୍କା ଦେଲା ହାଇୱା; ବାଇକ୍ ଆରୋହୀ…

ବଲାଙ୍ଗୀର,୨୮।୧୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ପୁଇଁନ୍ତଲା ବ୍ଲକ୍ ନିକଟ ଲଖପାଲି ଛକରେ ଶନିବାର ସନ୍ଧ୍ୟାରେ ଏକ ବାଲି ବୋଝେଇ ହାଇୱା…

ଭାରତୀୟ ସମ୍ବିଧାନ ସମଗ୍ର ବିଶ୍ୱରେ ଅଦ୍ୱିତୀୟ: ଖେମୁଣ୍ଡି କଲେଜ ଉତ୍ସବରେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ…

ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ଶନିବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବ୍ରହ୍ମପୁର MP ଡ. ପ୍ରଦୀପ କୁମାର…

କଳାହାଣ୍ଡିରେ BJPକୁ ବଳ: ଥୁଆମୂଳ ରାମପୁର-ଡୁମେରପଦର ମଣ୍ଡଳ ବୈଠକରେ BJPରେ ଯୋଗଦେଲେ ୩୦ ବିଜେଡି କର୍ମୀ

ଥୁଆମୂଳ ରାମପୁର,୨୮/୧୧ (ଦୁର୍ଗା କୀର୍ତ୍ତି): ଭାରତୀୟ ଜନତା ପାର୍ଟି (BJP) କଳାହାଣ୍ଡି ଜିଲା ପକ୍ଷରୁ ଥୁଆମୂଳ ରାମପୁର ସ୍ଥିତ ଖଣ୍ଡୁଆଲ୍ ପଡ଼ିଆଠାରେ ଥୁଆମୂଳ ରାମପୁର ଓ ଡୁମେରପଦର…

ନଦୀରୁ ମୃତଦେହ ଉଦ୍ଧାର, ବଢ଼ିଲା ସନ୍ଦେହ

ନିରାକାରପୁର,୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନୁଣିଆବର ଘାଟ ନିକଟ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।…

କୋଟିଆ ସୀମାରେ ନୂଆ ବିବାଦ: ନାମାଙ୍କନ ପ୍ରତ୍ୟାହାର ପାଇଁ ଯାଉଥିବା ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କୁ ଅଟକ ରଖିଲା ଆନ୍ଧ୍ର ପୋଲିସ, ବିଳମ୍ବିତ ରାତିରେ…

ପଟ୍ଟାଙ୍ଗି,୨୮/୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଥମିବାର ନାଁ ଧରୁନଥିବା ବେଳେ ଏବେ ଏକ ନୂଆ…

ଗୁଡ଼ାରିରେ ନବୋଦୟ ପ୍ରବେଶିକା ପରୀକ୍ଷା ସମ୍ପନ୍ନ: ୨୬ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତା ପ୍ରକଟ

ଗୁଡ଼ାରି,୨୮।୧୧(ପ୍ରମୋଦ କୁମାର ପତି ): ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମଲେଖା ନିମନ୍ତେ ଶନିବାର ଗୁଡ଼ାରି ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଶାନ୍ତିଶୃଙ୍ଖଳାର…

ରାଜନୀତି ସହ ଶିଳ୍ପୋଦ୍ୟୋଗରେ ସଫଳତା: ହାଟଡିହୀ ଅଞ୍ଚଳ ପାଇଁ ଗୌରବ ଆଣିଲେ ଡ. ରତିକାନ୍ତ ରାଉତ

ହାଟଡିହୀ/ଛେନାପଦୀ,୨୮।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଉପାଧ୍ୟକ୍ଷ ତଥା ବିଶିଷ୍ଟ ଯୁବ ଉଦ୍ୟୋଗୀ ଡ. ରତିକାନ୍ତ ରାଉତଙ୍କୁ କଳିଙ୍ଗ ଟିଭି ପକ୍ଷରୁ ଆୟୋଜିତ ‘ବିକଶିତ…

ଫିଲ୍ମ ଷ୍ଟାଇଲରେ ଅପହରଣ! ବାପା-ମାଆଙ୍କ ସହ ଘରକୁ ଫେରୁଥିବା ବେଳେ ଝିଅଙ୍କୁ ବୋଲେରୋରେ ଟେକି ନେଲେ ଯୁବକ

ଗଜପତି,୨୮।୧୧(ଗିରିଧାରୀ ପରିଛା): ବାପା-ମାଆଙ୍କ ସହ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇ ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ ବୋଲେରୋରେ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଛି। ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?