ନିଯୁକ୍ତି ଦାବିରେ ତାତିଲେ ସ୍ଥାନୀୟ ବାସିନ୍ଦା: ଧାରଣା ଯୋଗୁ ଅଟକି ରହିଛି ମାଇନିଂ ଗାଡ଼ି

ଛତ୍ରପୁର,୨୮।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଆଇଆରଇଏଲ(IREL) ଡିସାଲିନେସନ ପ୍ଲାଣ୍ଟରେ ସ୍ଥାନୀୟ ଯୁବକଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ ତୀବ୍ର ହୋଇଛି। ଗତ ୩ ଦିନ ଧରି ପ୍ରବଳ ଶୀତ ଓ କାକରକୁ ଖାତିର ନ କରି ଛଟେଇ ଯୁବକ, ସେମାନଙ୍କ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା IREL ମାଇନିଂ ମୁଖ୍ୟ ରାସ୍ତାରେ ଧାରଣାରେ ବସିଛନ୍ତି। ଏହି ରାସ୍ତା ଅବରୋଧ ଯୋଗୁ କମ୍ପାନୀର ବହୁ ମାଇନିଂ ଗାଡ଼ି ବିଭିନ୍ନ ସ୍ଥାନରେ ଅଟକି ରହିଛି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୮ରେ ପ୍ଲାଣ୍ଟର ଫାଉଣ୍ଡେସନ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ କଠିନ ପରିଶ୍ରମ କରି କାମ କରିଆସୁଥିଲେ। ମାତ୍ର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ନିଯୁକ୍ତିରୁ ବାଦ ଦେଇ ବାହାର ଅଞ୍ଚଳର ଲୋକଙ୍କୁ କାମରେ ନିୟୋଜିତ କରୁଛନ୍ତି।

ଫଳରେ ସ୍ଥାନୀୟ ଯୁବକମାନେ ରୋଜଗାର ହରାଇ ଗୁରୁତର ଆର୍ଥିକ ଓ ପାରିବାରିକ ସଙ୍କଟ ଦେଇ ଗତି କରୁଛନ୍ତି। ଏନେଇ ଜିଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ବାଧ୍ୟ ହୋଇ ସେମାନେ ରାଜରାସ୍ତାକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ପୂର୍ବରୁ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୧୨ଜଣ ଯୁବକ ଏଠାରେ କାର୍ଯ୍ୟ କରୁଥିଲେ। ଛଟେଇ ବିରୋଧରେ ପୂର୍ବରୁ ହୋଇଥିବା ଆନ୍ଦୋଳନ ପରେ ୭ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା, କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ବଡ଼ ଆର୍ଯ୍ୟପଲ୍ଲୀ ଓ ସାନ ଆର୍ଯ୍ୟପଲ୍ଲୀର ଛଟେଇ ହୋଇଥିବା ତିନି ଯୁବକ ଡି. ଭୀମା, ଏସ. ନାଇଡୁ ଏବଂ ଏନ. ନରସିଂହଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଆନ୍ଦୋଳନକାରୀ ଅଡ଼ି ବସିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ଏବଂ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ IREL ଏବଂ ଜିଲା ପ୍ରଶାସନ ମଧ୍ୟରେ ହୋଇଥିବା ବୁଝାମଣା(ଏମ୍‌ଓୟୁ) ଅନୁଯାୟୀ ଏହି ଡିସାଲିନେସନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ସମୁଦ୍ରର ଲୁଣିଆ ଜଳକୁ ବିଶୋଧନ କରି ବ୍ୟବହାର ଯୋଗ୍ୟ କରୁଥିବା ଏହି ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ଅଣଦେଖା କରାଯିବା ଘଟଣା ଏବେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କୁ ଭେଟିଲେ ଚାଷୀ: କଲେ ବଡ଼ ଅଭିଯୋଗ

ରୁପ୍ରାରୋଡ,୨୮ା୧୧(ସଞ୍ଜୀବ ଦାସ): ରୁପ୍ରାରୋଡ୍‌ ଧାନମଣ୍ଡିରେ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ କରି କୃଷକ ନେତା ଦୁର୍ଯ୍ୟୋଧନ କୁମାରଙ୍କ ନେତୃତ୍ୱରେ ଚାଷୀମାନେ କଳାହାଣ୍ଡି ଜିଲାପାଳ ପାୱାର ସଚିନ…

ଗାଁରୁ ବଲାଙ୍ଗୀର ଆସୁଥିଲେ, ଲଖପାଲି ଛକରେ ପଛପଟୁ ଧକ୍କା ଦେଲା ହାଇୱା; ବାଇକ୍ ଆରୋହୀ…

ବଲାଙ୍ଗୀର,୨୮।୧୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ପୁଇଁନ୍ତଲା ବ୍ଲକ୍ ନିକଟ ଲଖପାଲି ଛକରେ ଶନିବାର ସନ୍ଧ୍ୟାରେ ଏକ ବାଲି ବୋଝେଇ ହାଇୱା…

ଭାରତୀୟ ସମ୍ବିଧାନ ସମଗ୍ର ବିଶ୍ୱରେ ଅଦ୍ୱିତୀୟ: ଖେମୁଣ୍ଡି କଲେଜ ଉତ୍ସବରେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ…

ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ଶନିବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବ୍ରହ୍ମପୁର MP ଡ. ପ୍ରଦୀପ କୁମାର…

ଖସୁଛି ପାରଦ: ଜି.ଉଦୟଗିରିରେ ୭.୬ ଡିଗ୍ରୀ

ଜି.ଉଦୟଗିରି,୨୮ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରବଳ ଥଣ୍ଡା ସହ ଜାଡ଼ ଅନୁଭୂତ ହେଉଛି। ସାରୁ ସକାଳ ୯ଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ କୁହୁଡ଼ି…

ଗଞ୍ଜାମ ବଡ଼ ବଜାରରୁ ସାନ ବଜାର ଯାଏଁ ବୁଲା ଗାଇଙ୍କ ଦୌରାତ୍ମ୍ୟ: ଡିଭାଇଡରରେ ପିଟି ହୋଇ ଯୁବକ ଗୁରୁତର, ସ୍ଥାୟୀ…

ଗଞ୍ଜାମ,୨୮।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ ବଜାରଠାରୁ ସାନ ବଜାର ପର୍ଯ୍ୟନ୍ତ ରାସ୍ତା ଉପରେ ମାଳ ମାଳ ବୁଲା ଗାଇଗୋରୁ ବୁଲୁଥିବାରୁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି।…

କଳାହାଣ୍ଡିରେ BJPକୁ ବଳ: ଥୁଆମୂଳ ରାମପୁର-ଡୁମେରପଦର ମଣ୍ଡଳ ବୈଠକରେ BJPରେ ଯୋଗଦେଲେ ୩୦ ବିଜେଡି କର୍ମୀ

ଥୁଆମୂଳ ରାମପୁର,୨୮/୧୧ (ଦୁର୍ଗା କୀର୍ତ୍ତି): ଭାରତୀୟ ଜନତା ପାର୍ଟି (BJP) କଳାହାଣ୍ଡି ଜିଲା ପକ୍ଷରୁ ଥୁଆମୂଳ ରାମପୁର ସ୍ଥିତ ଖଣ୍ଡୁଆଲ୍ ପଡ଼ିଆଠାରେ ଥୁଆମୂଳ ରାମପୁର ଓ ଡୁମେରପଦର…

ନଦୀରୁ ମୃତଦେହ ଉଦ୍ଧାର, ବଢ଼ିଲା ସନ୍ଦେହ

ନିରାକାରପୁର,୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନୁଣିଆବର ଘାଟ ନିକଟ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।…

କୋଟିଆ ସୀମାରେ ନୂଆ ବିବାଦ: ନାମାଙ୍କନ ପ୍ରତ୍ୟାହାର ପାଇଁ ଯାଉଥିବା ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କୁ ଅଟକ ରଖିଲା ଆନ୍ଧ୍ର ପୋଲିସ, ବିଳମ୍ବିତ ରାତିରେ…

ପଟ୍ଟାଙ୍ଗି,୨୮/୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଥମିବାର ନାଁ ଧରୁନଥିବା ବେଳେ ଏବେ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?