ଶ୍ରୀରାମ ଧ୍ୱନିରେ କମ୍ପୁଛି ସହର

ଭଦ୍ରକ ଅଫିସ,୯।୪ କୋଭିଡ୍‌ କଟକଣା ହଟିବା ପରେ ଭଦ୍ରକ ସହରରେ ଗଣପର୍ବ ଭାବେ ପରିଚିତ ଶ୍ରୀରାମ ନବମୀ ମହୋତ୍ସବ ଏଥର ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ଏଥିପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇଉଠିଛି। ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ସାରା ସହର। ଆସନ୍ତା ୧୦ ତାରିଖରେ ମୁଖ୍ୟ ମହୋତ୍ସବ ପାଳନ ହେବାକୁ ଥିବାବେଳେ ୭ଦିନ ପୂର୍ବରୁ ସ୍ଥାନୀୟ ଗାନ୍ଧୀପଡ଼ିଆଠାରେ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ବତନ୍ତ୍ର ପୂଜାପାଠ ଆରମ୍ଭ ହୋଇଛି। ଗଣଦୌଡ଼, ସାଧୁସନ୍ଥ ପୂଜନ, ଗୋ-ପୂଜନ ସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗାନ୍ଧୀପଡ଼ିଆଠାରେ ପ୍ରଭୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ମଧ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ୩ ପୀଠ ଆରଡ଼ିର ବାବା ଆଖଣ୍ଡଳମଣି, ଯାଜପୁରର ମା’ ବିରଜା ଓ ଭଦ୍ରକାଳୀଙ୍କ ପୀଠରୁ ଶତାଧିକ ଭକ୍ତଙ୍କୁ ନେଇ ଆଜ୍ଞାମାଳ ଅଣାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଛି। ଶ୍ରୀରାମ ନବମୀ ମହାଯଜ୍ଞ ଲାଗି ଭଦ୍ରକ ସହରର ଲୋକନାଥ ମନ୍ଦିରରୁ ଘଟ ଅଣାଯାଇ ଯଜ୍ଞ ଆରମ୍ଭ ହୋଇଛି।
ଅପରାହ୍ନରେ ୨୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମହିଳାଙ୍କ ହୁଳହୁଳି ସାଙ୍ଗକୁ ଘଣ୍ଟୁଆଙ୍କ ଘଣ୍ଟନାଦ, ଢୋଲ ବାଦ୍ୟ ଶୋଭାଯାତ୍ରା ନିଆରା ମାହୋଲ ସୃଷ୍ଟି କରିଥିଲା। ମହିଳାମାନେ ସାଳନ୍ଦୀ ନଦୀରୁ ଘଟୋତ୍ତଳନ କରି ବନ୍ତ ଛକ ରାସ୍ତା ଦେଇ ସହର ପରିକ୍ରମା କରି ଗାନ୍ଧୀପଡ଼ିଆ ଯଜ୍ଞପୀଠରେ ପହଞ୍ଚିଥିଲେ। ମାଳତୀଲତା ସାହୁ, ରଞ୍ଜିତା ସ୍ବାଇଁ, କଳ୍ପନା ଜେନା, ଭାରତୀ ବିଶ୍ୱାଳ, ଗୀତା ପଢ଼ିଆରୀ, ହରପ୍ରିୟା ସାହୁ, ଲିପିକା ବାରିକ, ଉଷା ପାଢ଼ୀ, ଗୀତିକା ମହାପାତ୍ର, ରମିତା ପାଢୀ, ଉର୍ମିଳା ସେଠୀ, ପଙ୍କଜିନୀ ଳେଙ୍କା, ପଦ୍ମିନୀ ଦ୍ୱିବେଦୀ, ଉର୍ମିଳା ସାହୁ, ଶ୍ରାବଣୀ କିନ୍ନର, ଚୈତାଳି ଖିଲାର ପ୍ରମୁଖ ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ। ଜିଲାର ବିଭିନ୍ନ ପ୍ରାନ୍ତରୁ ମହିଳାମାନେ ଏଥିରେ ସାମିଲ ହୋଇଥିଲେ। ଶ୍ରୀରାମ ମହାଯଜ୍ଞ ସମିତି ସଭାପତି ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଯୁଗ୍ମ ସମ୍ପାଦକ ତପନ ମହାନ୍ତି, ଉପସଭାପତି ପ୍ରଦୀପ୍ତ ବିଶ୍ୱାଳ, ସହ କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ବରିଷ୍ଠ ସଦସ୍ୟ ଜଗନ୍ନାଥ ଦାଶ, ଉପଦେଷ୍ଟା ଅଭିମନ୍ୟୁ ସେଠୀ, ବଦ୍ରି ନାରାୟଣ ଧଳ, ତୁଷାର ଦାସ ଓ ସ୍ବାଧୀନ ସୁନ୍ଦର ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେରଗଡ଼ରେ ପ୍ରଧାନଶିକ୍ଷକଙ୍କର କରୋନାରେ ମୃତ୍ୟୁ: ଯୋଦ୍ଧା ଭାବେ ଗ୍ରହଣ କରିବାକୁ ଦାବି

ଶେରଗଡ଼,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଥୁରୁବୁରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶିଷ୍ଠ କୁମାର ପ୍ରହରାଜଙ୍କର କରୋନାରେ ମଙ୍ଗଳବାର ସାରେ ମୃତ୍ୟୁ ଘଟିଛି। ସେ ଗତ...

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୩୧।୫: ପ୍ରକାଶ ପାଇଲା ୨୦୨୨-୨୩ ଶିକ୍ଷାବର୍ଷର ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)କାର୍ଯ୍ୟାଳୟରେ ବୁଧବାର ବିଧିବଦ୍ଧ ଭାବେ ପରୀକ୍ଷାଫଳ...

ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ, ଜଣେ ଅଟକ

ଭଦ୍ରକ ଅଫିସ,୬।୧୦(ଡି.ଏନ୍‌.ଏ.): ଭଦ୍ରକ ପୁରୁଣାବଜାର ପୋଲିସ ସୋମବାର ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବା ସହ ଜଣକୁ ଅଟକ ରଖିଛି। ସୂଚନାନୁସାରେ, ପୁରୁଣାବଜାର ଥାନା...

ବ୍ରହ୍ମପୁର ମେୟର ପଦବୀ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

ବ୍ରହ୍ମପୁର ଅଫିସ,୭ା୩: ପୌର ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଆଜି ଶେଷ ଦିନରେ କଂଗ୍ରେସ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ...

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ୭ଦିନ ମଧ୍ୟରେ ଦାଖଲ ହେବ କଣ୍ଟିଜେଣ୍ଟ ପ୍ଲାନ୍‌

ଖୋର୍ଦ୍ଧା ଅଫିସ,୧ା୬: ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ...

ଗୁରୁତର ହେବା ପରେ ହସ୍ପିଟାଲରେ ପହଞ୍ଚୁଛନ୍ତି କରୋନା ରୋଗୀ, ବଞ୍ଚାଇ ହେଉନାହିଁ: ଜିଲାପାଳ

ଛତ୍ରପୁର, ୨୯।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଭୟାବହତାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୈନିକ ଶତାଧିକ ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା...

ରାୟଗଡ଼ାର ସରସ୍ବତୀ ସର୍ବକନିଷ୍ଠା ଜିଲା ପରିଷଦ ସଭାପତି

ରାୟଗଡ଼ା ଅଫିସ,୧୪ା୩: ରାୟଗଡ଼ା ଜିଲା ପରିଷଦ ସଭାପତି ରୂପେ କାଶୀପୁର ବ୍ଲକ ‘ଗ’ ଜୋନ୍‌ର ଜିଲା ପରିଷଦ ସଭ୍ୟା ସରସ୍ବତୀ ମାଝି ନିର୍ବାଚିତ ହୋଇଛନ୍ତି। ବିଜେଡିରୁ...

ମୋ ଭାଷା, ମୋ ପରିଚୟ

ଭୁବନେଶ୍ୱର,୨୧।୨(ବ୍ୟୁରୋ) : ମା’ ଗର୍ଭରୁ ମାଟିରେ ପାଦ ରଖିବା ପରେ ମଣିଷ ଯେଉଁ ଭାଷା ପ୍ରଥମେ ଶିଖେ ଓ କହେ, ତାହା ହେଉଛି ମାତୃଭାଷା। ବ୍ୟକ୍ତିର...

Advertisement
Archives

Model This Week