Posted inଜାତୀୟ

ଓଆର୍‌ଏଫ୍‌କୁ ଚାନ୍ଦା ଦେଇଛି ଚାଇନା କନ୍‌ସୁଲେଟ

ନୂଆଦିଲ୍ଲୀ,୩୦ା୬: ଗଲଓ୍ବାନ ବିଫଳତାରୁ ଦୃଷ୍ଟି ହଟାଇବା ପାଇଁ ରାଜୀବ ଗାନ୍ଧୀ ଫାଉଣ୍ଡେଶନ ଭାରତରେ ଥିବା ଚାଇନା ଦୂତାବାସରୁ ଚାନ୍ଦା ସଂଗ୍ରହ କରିଥିବା ଭାଜପା ଅଭିଯୋଗ ଆଣିଥିଲା। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏହି ଫାଉଣ୍ଡେଶନର ଅଧ୍ୟକ୍ଷା ଥିବାବେଳେ ମନମୋହନ ସିଂ, ରାହୁଲ ଗାନ୍ଧୀ, ପି. ଚିଦାମ୍ବରମ ଓ ପ୍ରିୟଙ୍କା ଗାନ୍ଧୀ ଏହାର ବୋର୍ଡ ସଦସ୍ୟ ଅଛନ୍ତି। ତେବେ ଭାଜପା ସହ ସମ୍ପୃକ୍ତ କେତେକ ସଂସ୍ଥାରେ ଚାଇନା ଅର୍ଥ ଲାଗିଥିବା କଥାକୁ ଗୈରିକ ଦଳ ଭୁଲିଯାଇଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ପୁଅ ସମ୍ପୃକ୍ତ ଥିବା ବୈଦେଶିକ ନୀତି ଥିଙ୍କ୍‌ଟ୍ୟାଙ୍କ ଅବ୍‌ଜର୍ଭର ରିସର୍ଚ୍ଚ ଫାଉଣ୍ଡେଶନ (ଓଆର୍‌ଏଫ୍‌) ୨୦୧୬ରେ ଚାଇନାର ବାଣିଜି୍ୟକ ଦୂତାବାସରୁ ଅର୍ଥ ସଂଗ୍ରହ କରିଥିଲା। ଓଆର୍‌ଏଫ୍‌କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସହାୟତା କରୁଛି। ଅନ୍ୟ ଏକ ଥିଙ୍କ୍‌ଟ୍ୟାଙ୍କ ବିବେକାନନ୍ଦ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନ (ଭିଆଇଏଫ୍‌) ବୈଦେଶିକ ନୀତି ଓ ରଣନୀତି ପ୍ରସଙ୍ଗରେ ୯ଟି ଚାଇନା ଅନୁଷ୍ଠାନ ସହ ସମ୍ପର୍କ ରଖି କାର୍ଯ୍ୟ କରୁଥିବା ଏହାର ଓ୍ବେବସାଇଟ୍‌ରେ ଘୋଷଣା କରିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭିଆଇଏଫ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଛନ୍ତି, ଯାହାଙ୍କର ଭାଜପା ନେତା ଏବଂ ଆର୍‌ଏସ୍‌ଏସ୍‌ ସହ ଘନିଷ୍ଠ ସମ୍ପର୍କ ରହିଛି। ଜାତୀୟ ସୁରକ୍ଷା ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ଉଦ୍ଦେଶ୍ୟରେ ୨୦୦୫-୦୬ରେ କଂଗ୍ରେସ ଚାଇନା ଲିଙ୍କ୍‌ରୁ ଅର୍ଥ ସଂଗ୍ରହ କରିଥିବା କଥା ଭାଜପା ଉଠାଇ ନ ଥିଲେ, ଏହିସବୁ ଦାତାଙ୍କ ପରିଚୟ ଲୋକଲୋଚନକୁ ଆସି ନ ଥାନ୍ତା।
ବହିର୍ବ୍ୟାପାର ମନ୍ତ୍ରୀଙ୍କ ପୁଅ ଧ୍ରୁବ ଜୟଶଙ୍କର ଗତବର୍ଷ ଓଆର୍‌ଏଫ୍‌ରେ ଆମେରିକା ଉପକ୍ରମ (ୟୁଏସ୍‌ ଇନିସିଏଟିଭ୍‌)ର ନିର୍ଦ୍ଦେଶକ ହୋଇଥିଲେ। ପୂର୍ବରୁ ଚାଇନାରେ ଭାରତର ରାଷ୍ଟ୍ରଦୂତ ଥିବା ଏସ୍‌ ଜୟଶଙ୍କର ଓଆର୍‌ଏଫ୍‌କୁ ନିୟମିତ ଯାଇଥାନ୍ତି ଓ ବିଭିନ୍ନ ବୈଦେଶିକ ନୀତି ସମ୍ପର୍କରେ ଆଲୋଚନା କରିଥାନ୍ତି। ଏହି ସଂସ୍ଥାର ଓ୍ବେବ୍‌ସାଇଟରେ ବିଦେଶୀ ଦାତା ଓ ସେମାନେ ଦାନ କରିଥିବା ଅର୍ଥରାଶି ସମ୍ପର୍କରେ ଉଲ୍ଲେଖ ରହିଛି। ୨୦୧୬ରେ ଓଆର୍‌ଏଫ୍‌ ଚାଇନା କନ୍‌ସୁଲେଟ୍‌ ଜେନେରାଲଙ୍କଠାରୁ ତିନିଥରରେ ୧.୨୫ କୋଟି ଟଙ୍କା ଏବଂ ତା’ ପରବର୍ଷ ୫୦ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା। ୨୦୧୬ ଏପ୍ରିଲ୍‌ ୨୯ ଏବଂ ନଭେମ୍ବର ୪ରେ କୋଲକାତାସ୍ଥିତ ଚାଇନା କନ୍‌ସୁଲେଟ୍‌ ଜେନେରାଲଙ୍କଠାରୁ ଯଥାକ୍ରମେ ୭.୭ କୋଟି ଏବଂ ୧୧.୫୫ କୋଟି ସଂଗ୍ରହ କରିଥିବାବେଳେ ସେହିବର୍ଷ ଡିସେମ୍ବର ୩୧ରେ କନ୍‌ସୁଲେଟ ଜେନେରାଲ ଅଫ୍‌ ପିପୁଲ୍ସ ରିପବ୍ଲିକ ଅଫ୍‌ ଚାଇନାଠାରୁ ୧.୦୬୮ କୋଟି ସଂଗ୍ରହ କରିଥିଲା। ସେହିପରି ୨୦୧୭ ଡିସେମ୍ବର ୧ରେ କନ୍‌ସୁଲେଟ ଜେନେରାଲ ଅଫ୍‌ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାଠାରୁ ଓଆର୍‌ଏଫ୍‌ ୫୦ ଲକ୍ଷ ଟଙ୍କା ପାଇଥିଲା।
ବିବେକାନନ୍ଦ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନର ବିଭିନ୍ନ ଚାଇନା ଅନୁଷ୍ଠାନ ସହ ସମ୍ପର୍କ ରହିଥିବା ଏହାର େଓବ୍‌ସାଇଟରୁ ଜଣାପଡ଼ିଛି। ସେହି ଅନୁଷ୍ଠାନଗୁଡ଼ିକ ହେଲା ଚାଇନା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟରନ୍ୟାଶନାଲ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ (ବେଜିଂ); ଚାଇନା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଟରନ୍ୟାଶନାଲ ଷ୍ଟଡିଜ୍‌ (ବେଜିଂ); ସେଣ୍ଟର ଫର ସାଉଥ୍‌ ଏସିଆ ଷ୍ଟଡିଜ୍‌, ପେକିଂ ୟୁନିଭର୍ସିଟି (ବେଜିଂ); ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଫର ଇଣ୍ଡିଆନ ଓସନ ଇକୋନୋମିକ୍ସ, ୟୁନ୍ନାନ ୟୁନିଭର୍ସିଟି ଅଫ୍‌ ଫାଇନାନ୍ସ ଆଣ୍ଡ ଇକୋନୋମିକ୍ସ, କୁନ୍‌ମିଙ୍ଗ; ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଷ୍ଟ୍ରାଟେଜି ଅଫ୍‌ ଚାଇନିଜ୍‌ ଏକାଡେମୀ ଅଫ୍‌ ସୋସିଆଲ ସାଇନ୍ସ, ବେଜିଂ; ସେଣ୍ଟର ଫର ସାଉଥ୍‌ ଏସିଆ ଆଣ୍ଡ ଓ୍ବେଷ୍ଟ ଚାଇନା କୋଅପରେରେଶନ ଆଣ୍ଡ ଡେଭେଲପମେଣ୍ଟ ୟୁନିଭର୍ସିଟି, ଚେଙ୍ଗ୍‌ଡୁ, ଇନ୍‌ଷ୍ଟିଚ୍ୟୁଟ ଅଫ ସାଉଥ୍‌ ଏସିଆନ ଷ୍ଟଡିଜ୍‌, ସିଚୁଆନ ୟୁନିଭର୍ସିଟି, ଚେଙ୍ଗ୍‌ଡୁ, ସିଲ୍କ ରୋଡ ଲିଙ୍କ ଟ୍ୟାଙ୍କ ନେଟ୍‌ଓ୍ବାର୍କ ଡେଭେଲପମେଣ୍ଟ ରିସର୍ଚ୍ଚ କାଉନସିଲ୍‌, ବେଜିଂ ଏବଂ ସେଣ୍ଟର ଫର ଇଣ୍ଡିଆନ ଷ୍ଟଡିଜ୍‌, ଶେନଝେନ୍‌। ନିରାପତ୍ତା ପ୍ରତିଷ୍ଠାନ ସୂତ୍ରରୁ ଜଣାପଡିଛି, ଦୁଇ ଥିଙ୍କ୍‌ଟ୍ୟାଙ୍କର ସଦସ୍ୟମାନଙ୍କର ନର୍ଥ ବ୍ଲକ୍‌ ଓ ସାଉଥ୍‌ ବ୍ଲକ୍‌ ସହ ସମ୍ପର୍କ ରହିଥିଲା। ତେବେ କୌଣସି ଦାନ ସଂଗ୍ରହ କରିବା ଆଇନଗତ ନୁହେଁ ବୋଲି ରିପୋର୍ଟରେ କୁହାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ହେବେ ପରବର୍ତ୍ତି ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଉପ-ଆଡମିରାଲ ଦୀନେଶ ତ୍ରିପାଠୀଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ସେ ଏପ୍ରିଲ ୩୦ରେ ତାଙ୍କର ନୂତନ ପଦ ଗ୍ରହଣ...

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri