ଆଜିଠୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାରଠାରୁ ପ୍ରଥମଥର ପାଇଁ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠପଢ଼ା ହେବ। ଗଣଶିକ୍ଷା ବିଭାଗ ରାଜ୍ୟରେ ଏହି ନୂଆ ପ୍ରୟୋଗ ଆରମ୍ଭ କରିବାକୁ ଯାଉଛି। ପ୍ରଥମରୁ ଦଶମ ଶ୍ରେଣୀ ଯାଏ ଛାତ୍ରୀଛାତ୍ର ‘ଶିକ୍ଷା ଦର୍ପଣ’ କାର୍ଯ୍ୟକ୍ରମ ଓ ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ିବେ। କରୋନା ପାଇଁ ପିଲାଙ୍କ ପାଠପଢ଼ାରେ ବହୁ ବ୍ୟାଘାତ ସୃଷ୍ଟି ହୋଇଛି। ଶିକ୍ଷାନୁଷ୍ଠାନ ପୁଣି କେବେ ଖୋଲିବ ତାହା ଏବେ ବି ଆଶଙ୍କାରେ ରହିଛି। ତେଣୁ ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ବିଭାଗ ପକ୍ଷରୁ ପାଠପଢ଼ା ପାଇଁ ଏଭଳ ବିକଳ୍ପ ପ୍ରୟାସ ଆରମ୍ଭ କରାଯାଇଛି। ୨୧ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ୧୦ଟା ୩୦ ଯାଏ ପ୍ରାଥମିକ ଶ୍ରେଣୀର କ୍ଲାସ ହେବ। ସେହିପରି ୨୧ରୁ ଜୁଲାଇ ୩୧ ଯାଏ ସକାଳ ୧୦ଟା ୪୫ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହାଇସ୍କୁଲ ଶ୍ରେଣୀର ପାଠପଢ଼ା ହେବ। ସେପଟେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କହିଛି, ୟୁଟ୍ୟୁବ କିମ୍ବା ଅନଲାଇନ୍‌ ଉପରେ ଅଧିକ ନିର୍ଭର ନ କରି ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ଶିକ୍ଷାଦାନକୁ ସରକାର ଅଧିକ ଗୁରୁତ୍ୱ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୭ା୯: ପବିତ୍ର ସୁନିଆ ଏବଂ ବିଶ୍ୱକର୍ମା ପୂଜା ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି...

କଂଗ୍ରେସର କଟାକ୍ଷ: ଅନ୍ଧ ଭାବେ ବିଜେଡି ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ ଦେଉଛି

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ପାସ୍‌ ହେବା ପରେ ବୁଧବାର ରାଜ୍ୟ ସଭାରେ ଆଗତ କରାଯାଇଛି। ଏହାକୁ ବିଜେଡି ପକ୍ଷରୁ ସମର୍ଥନ କରାଯିବା...

ଉଗାଣ୍ଡାରେ ସିରିଜ ବୋମା ବିସ୍ଫୋରଣ: ୩ ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ସୁରକ୍ଷିତ

ଭୁବନେଶ୍ୱର, ୧୭ା୧୧(କ୍ରୀଡ଼ା ପ୍ରତିନିଧି):ଉଗାଣ୍ଡାର କାମ୍ପାଲା ସହରରେ ମଙ୍ଗଳବାର ସିରିଜ ବୋମା ବିସ୍ଫୋରଣ ହୋଇଛି। ତେବେ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଖେଳିବା ପାଇଁ ସେଠାରେ ଥିବା ଭାରତୀୟ...

କୁଚିଣ୍ଡାରେ କଂଗ୍ରେସ, ଭାଜପାର ୧୨ଘଣ୍ଟିଆ ବନ୍ଦ

କୁଚିଣ୍ଡା,୪।୧୧(ଡି.ଏନ.ଏ.): ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ କଂଗ୍ରେସ ନେତାଙ୍କୁ ଆକ୍ରମଣ ପ୍ରତିବାଦରେ ବୁଧବାର ଭାଜପା ଓ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।...

୨୮ରେ ଓପିଏସ୍‌ସି ପରୀକ୍ଷା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ ତଥା ଓପିଏସ୍‌ସି ପରୀକ୍ଷା ଆସନ୍ତା ୨୮ ତାରିଖ ତଥା ବୁଧବାର ଅନଷ୍ଠିତ ହେବ। ଗତ ୨୫ ତାରିଖରେ ଏହି ପରୀକ୍ଷା...

ମାସେ ବନ୍ଦ ରହିବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ସେବା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱରକୁ ବ୍ୟାଙ୍କକ୍‌କୁ ଚଳାଚଳ କରୁଥିବା ଏୟାର ଇଣ୍ଡିଆର ଡାଇରେକ୍ଟ ଫ୍ଲାଇଟ୍‌ ସେବା ସେପ୍ଟେମ୍ବର ୨୩ରୁ ଅସ୍ଥାୟୀଭାବେ ବନ୍ଦ ରହିବ। ଏହା ଅକ୍ଟୋବର ଶେଷ କିମ୍ବା...

ପ୍ରସାରଣରେ ‘ଧରିତ୍ରୀ’ ଏକ ନମ୍ବର

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ଧରିତ୍ରୀ ରାଜ୍ୟର ସର୍ବାଧିକ ପ୍ରସାରିତ ଖବରକାଗଜ। ୨୦୧୮-୧୯ ଆର୍ଥିକବର୍ଷର ହିସାବ ଅନୁଯାୟୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ତଥ୍ୟରେ ଏହା ଦର୍ଶାଯାଇଛି। ୨୦୧୮-୧୯...

ଡ୍ୟାମ୍‌ରେ ମରିକି ପଡିଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ

ଖପ୍ରାଖୋଲ,୧୬।୪: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଅପର ସୁକତେଲ ଡ୍ୟାମରେ ପ୍ରାୟ ୫ ଦିନ ହେଲା ମାଛ ମଡ଼କ ଦେଖିବାକୁ ମିଳିଛି। ଡ୍ୟାମରେ କୁଇଣ୍ଟାଲ...

Advertisement


Archives

Model This Week