Posted inରାଜ୍ୟ

ଓଡ଼ିଶାକୁ ତୁରନ୍ତ ସାର ଯୋଗାଅ

ଭୁବନେଶ୍ୱର (ବ୍ୟୁରୋ)/ନୂଆଦିଲ୍ଲୀ,୧।୮: ରାଜ୍ୟରେ ସାର ଅଭାବକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଚିଠି ଲେଖିଛନ୍ତି। ଏପ୍ରିଲ ମାସରେ ରାଜ୍ୟକୁ ଆବଶ୍ୟକତା ଅନୁଯାୟୀ ସାର ଯୋଗାଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ମେ, ଜୁନ୍‌ ଓ ଜୁଲାଇ ମାସରେ ରାଜ୍ୟରେ ଉତ୍କଟ ସାର ଅଭାବ ଦେଖାଦେଇଛି।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଚଳିତ ଖରିଫ ଋତୁରେ ରାଜ୍ୟକୁ ୨, ୩୧, ୫୩୦ ମେଟ୍ରିକ ଟନ ୟୁରିଆ ବଦଳରେ ଏ ପର୍ଯ୍ୟନ୍ତ ମାତ୍ର ୧, ୪୫, ୧୪୫ ମେଟ୍ରିକ ଟନ ସାର ମିଳି ପାରିଛି। ସେହିପରି ଏହି ସମୟସୀମା ମଧ୍ୟରେ ରାଜ୍ୟକୁ ୧, ୫୨, ୦୦୦ ମେଟ୍ରିକ ଟନ ବଦଳରେ ମିଳିଛି ୯୭, ୭୬୩ ମେଟ୍ରିକ ଟନ ଡିଏପି , ୪୨, ୮୬୭ ମେଟ୍ରିକ ଟନ ଏମ୍‌ଓପି, ୧,୦୫,୭୯୮ ମେଟ୍ରିକ ଟନ ଏନ୍‌ପିକେଏସ୍‌। ଆବଶ୍ୟକତାର ୬୯ ପ୍ରତିଶତ ଯୋଗାଇ ଦେବାକୁ ଥିବାବେଳେ ୬୨% ୟୁରିଆ ମିଳିପାରିଛି। ଅନ୍ୟ ସାର ୬୦ରୁ ୭୪ ପ୍ରତିଶତ ମିଳିଛି। ଗତ କିଛିବର୍ଷ ଧରି ରାଜ୍ୟର ଚାଷୀମାନେ ବାତ୍ୟା ଯୋଗୁ ବହୁମାତ୍ରାରେ ଶସ୍ୟ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଜୁଲାଇରୁ ସେପ୍ଟେମ୍ବର ହେଉଛି ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ଚାଷୀମାନଙ୍କର ପର୍ଯ୍ୟାପ୍ତ ୟୁରିଆର ଆବଶ୍ୟକତା ରହିଛି। ସେହିପରି ଜୁଲାଇରୁ ଅଗଷ୍ଟ ମଧ୍ୟରେ ଅନ୍ୟ ସାରର ଆବଶ୍ୟକତା ରହିଛି। ସାର ଅଭାବ ରାଜ୍ୟର କୃଷି ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏପରି କି ଅନେକ ଜିଲାରେ ସାରକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଚାଷୀମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆବଶ୍ୟକ ପରିମାଣର ସାର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିଜୁ ଜନତା ଦଳ (ବିଜେଡି) ଏମ୍‌ପିମାନଙ୍କର ଏକ ପ୍ରତିନିଧି ଦଳ ଶନିବାର ମନ୍ତ୍ରୀ ମାଣ୍ଡବ୍ୟଙ୍କୁ ଭେଟି ଓଡ଼ିଶାର ଚାଷୀମାନଙ୍କୁ ତୁରନ୍ତ ସାର ଯୋଗାଇଦେବା ପାଇଁ ଦାବି କରିଛନ୍ତି। ଏନେଇ ସେମାନେ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ଏବେ ଖରିଫ ଋତୁ ଚାଲିଥିବାବେଳେ ଓଡ଼ିଶାକୁ ଆବଶ୍ୟକ ପରିମାଣର ସାର ଯୋଗାଇ ଦିଆଯାଇ ନ ଥିବାରୁ ଚାଷକାର୍ଯ୍ୟ ବ୍ୟାହତ ହୋଇଥିବା ସେମାନେ ଜଣାଇଥିଲେ। ଏମ୍‌ପିମାନେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ କୃଷି ସେକ୍ଟରର ଦ୍ରୁତ ଅଭିବୃଦ୍ଧି ଏବଂ ଚାଷୀମାନଙ୍କ କଲ୍ୟାଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଚାଷୀମାନେ ଆମର ଗର୍ବ ଏବଂ କୃଷି ଦେଶର ଜୀବନରେଖା ହୋଇଥିବାରୁ ଉପଯୁକ୍ତ ସମୟରେ ସାର ଯୋଗାଇଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଜେଡି ଏମ୍‌ପିମାନେ କହିଥିଲେ। ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମାଣ୍ଡବ୍ୟ ତାଙ୍କ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri