ମୁଖ୍ୟ ପାରିଲେନି, ଅଫିସର କରିବେ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ):କୋଟିଆ ଗ୍ରାମପୁଞ୍ଜ, ନେରେଡି ବ୍ୟାରେଜ, ଝଞ୍ଜାବତୀ ଜଳପ୍ରପାତ, ପୋଲାଭରମ, ବାହୁଦା ନଦୀ ଜଳ ଛାଡ଼ିବା, ବାଲିମେଳା ଓ ଅପର ସିଲେରୁ ଜଳବିଦ୍ୟୁତ୍‌ କ୍ଷେତ୍ର ଆଦି ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମାଧାନ ପାଇଁ ଆନ୍ଧ୍ର ଏବଂ ଓଡ଼ିଶା ସରକାରଙ୍କ ଅଫିସରମାନେ ମିଳିତ ଭାବେ କାମ କରିବେ। ଆନ୍ଧ୍ର ଏବଂ ଓଡ଼ିଶା ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରମୁଖ ସମସ୍ୟାଗୁଡ଼ିକର ସମାଧାନ ସକାଶେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ। ଆନ୍ଧ୍ର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଉଭୟ ରାଜ୍ୟ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି। ତଦନୁଯାୟୀ ମିଳିତ ଏନ୍‌ଓସି ପ୍ରସଙ୍ଗକୁ ତୁଟାଇବା ପାଇଁ ଦୁଇ ସରକାର କାର୍ଯ୍ୟ କରିବେ। ଏଥିସହିତ ଉଭୟ ପଡ଼ୋଶୀ ମାଓବାଦୀ ଦମନ ସହ ଗଞ୍ଜେଇ ଚାଷ ମୂଳୋତ୍ପାଟନ କରିବା ଦିଗରେ ପରସ୍ପରକୁ ସହଯୋଗ କରିବେ।
ଶ୍ରୀକାକୁଲମ୍‌ଠାରେ ଥିବା ବି.ଆର୍‌. ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲୁଗୁ ଚେୟାର ସ୍ଥାପନ କରିବାକୁ ନବୀନ ଓ ଜଗନମୋହନ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଦୁଇ ରାଜ୍ୟର ସୀମାବର୍ତ୍ତୀ ସ୍କୁଲଗୁଡ଼ିକରେ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି ଦେବା ସହ ବହି ଯୋଗାଇ ପରୀକ୍ଷା ପାଇଁ ପଦକ୍ଷେପ ନେବାକୁ ସହମତି ପ୍ରକାଶ କରିଛନ୍ତି। ବିବାଦଗୁଡ଼ିକୁ ମିଳିତ ସହଯୋଗ ଏବଂ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ସମାଧାନ କରିବାକୁ ୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ନିଷ୍ପତ୍ତି ହୋଇଛି।
ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେଠାରୁ ସେ ସିଧା ରାଜ୍ୟ ଅତିଥି ଭବନକୁ ଆସିଥିଲେ। ଏହା ପରେ ଲୋକସେବା ଭବନ ଯାଇଥିଲେ। ସେଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତାଙ୍କୁ ଉତ୍ତରୀୟ ଏବଂ ଏକ ମେମେଣ୍ଟୋ ଉପହାର ଦେଇ ସ୍ବାଗତ କରିଥିଲେ। ଜଗନମୋହନ ମଧ୍ୟ ନବୀନଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍‌ ଧରି ଜଳ ସମ୍ପଦ, ସୀମା ବିବାଦ, ଶକ୍ତି ଏବଂ ମାଓବାଦୀ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ଏହାସହିତ ଉଭୟ ରାଜ୍ୟର ଗୌରବମୟ ଇତିହାସ ଓ ଐତିହ୍ୟ ଉପରେ ମଧ୍ୟ ଆଲୋଚନା ହୋଇଛି। ସୂଚନାଥାଉ କି, ବିଗତ ବର୍ଷଗୁଡ଼ିକରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଭୟ ରାଜ୍ୟ ପରସ୍ପରକୁ ପୂର୍ଣ୍ଣ ସହାୟତା ଯୋଗାଇଛନ୍ତି।
ସନ୍ଧ୍ୟା ୭ଟାରେ ଜଗନମୋହନ ଆନ୍ଧ୍ର ଫେରିଯାଇଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଦୀର୍ଘଦିନ ଧରି ଲାଗି ରହିଥିବା ସୀମା ବିବାଦର ସମାଧାନ କରିବା ଦିଗରେ କେତେଦୂର ସହାୟକ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?