ଛାତିଏ ପାଣିରେ ପଶି ମୃତଦେହକୁ ନେଲେ ଶ୍ମଶାନ

ଚନ୍ଦାହାଣ୍ଡି, ୨୧।୮(ଡି.ଏନ୍‌.ଏ.): ମଶାଣୀକୁ ଯିବାକୁ ନାହିଁ ରାସ୍ତା। ନାଳରେ କମ୍‌ ଉଚ୍ଚତା ପୋଲ। ତେଣୁ ଛାତିଏ ପାଣିରେ ପଶି ମୃତଦେହକୁ ସତ୍କାର ପାଇଁ ନେଇଛନ୍ତି ପରିବାର ଲୋକେ। ଏପରି ଦୃଶ୍ୟ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଅଧୀନ ଚକାମାଲ ଗ୍ରାମରେ ଦେଖିବାକୁ ମିଳିଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ସୂଚନାନୁସାରେ ଚକାମାଲ ଗ୍ରାମ ହରିଜନ ସାହିର ମନିରାମ ସୁନାନୀ (୫୮)ଙ୍କ ଶନିବାର ମୃତ୍ୟୁ ହୋଇଛି। ଗାଁ ନାଳ ପାରିହେଲେ ମଶାଣୀ ପଡେ। ଏପଟେ ଲଗାଣ ବର୍ଷା ରେ ନାଳରେ ବନ୍ୟା ପାଣି ଛାତିଏ ଜମି ରହିଛି। ନାଳରେ ଥିବା ପୋଲ କମ ଉଚତା ବିଶିଷ୍ଟ ହୋଇ ଥିବାରୁ ଏହା ଉପରେ ଦୁଇଫୁଟ ପାଣି। କିନ୍ତୁ ଅନ୍ୟ ଉପାୟ ନ ପାଇ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ମୃତଦେହକୁ ଛାତିଏ ପାଣିରେ କାନ୍ଧ ରେ ବୋହି ନାଳ ସେପଟେ ଥିବା ମଶାଣୀକୁ ନେଇ ସତ୍କାର କରି ଥିଲେ। ମଶାଣୀରେ ଘର ନ ଥିବାରୁ ବର୍ଷାରେ ଭିଜିଭିଜି ମୃତଦେହ ସତ୍କାର କରାଯାଇଛି। ଏହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ୍ଟ ଦେଖାଦେବା ସହ ତୁରନ୍ତ ପ୍ରଶାସନ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ପ୍ରକାଶ ଥାଉକି ଚକାମାଳ, ଏବଂ ଅନକାବେଡା ପଞ୍ଚାୟତ ସଦର ମଝିରେ ଏକ ନାଳ ରହିଛି । ୮୦ ଦଶକରେ ତତ୍କାଳୀନ ଅନକାବେଡା ସରପଞ୍ଚ ସ୍ବର୍ଗତ ମୁକୁନ୍ଦ ପାଣ୍ଡେଙ୍କ ପ୍ରଚେଷ୍ଟାରେ ଏକ କମ ଉଚ୍ଚତାର ପୋଲ ନିର୍ମାଣ କରା ଯାଇଥିଲା। ବର୍ତ୍ତମାନ ଏହା ଭଗ୍ନ ଅବସ୍ଥାରେ। ଏହାରି ଭିତରେ ଅନକାବେଡାରୁ କୋନ୍ଦିଓଡା ଛକ ପ୍ରର୍ଯ୍ୟନ୍ତ ଆର୍‌ଡି ରୋଡ ତିଆରି ହୋଇଛି। ଆର୍‌ ଡି ରୋଡ ତିଆରି ହୋଇ ଥିଲେ ମଧ୍ୟ ପୁରୁଣା ପୋଲକୁ ଉଚ୍ଚା କରା ନ ଯାଇ ଏହାରି ଉପରେ ପିଚୁ ପକାଇ କାମ ସାରି ଦେଇଛନ୍ତି । ବର୍ଷା ମାସରେ ନାଳ ବନ୍ୟାପାଣିରେ ଫୁଲିବା ସହ ପୋଲ ଉପରେ ୩ ରୁ ୪ ଫୁଟ ପାଣି ଆସିବାରୁ ଅନକାବେଡା ଏବଂ ଚକାମାଳର ଯୋଗାଯୋଗ ବିଛିନ୍ନ ହୋଇ ପଡିଥାଏ। ସେ ପଟେ ଥିବା ବିଲକୁ କିମ୍ବା ପଞ୍ଚାୟତ କାର୍ଯ୍ୟଳୟକୁ ଗଲେ ଲୋକଙ୍କୁ ୫ କି ମି ବରିଗୁଡା ଛକ ଦେଇକି ଯିବାକୁ ପଡିଥାଏ ବୋଲି ଗ୍ରାମବାସୀ କହିଛନ୍ତି। ଏ ବାବଦ ରେ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ ଗୁହାରି କଲେ ହଁ ରେ ହଁ ମାରି କେବଳ ମାପ ନେଇ ସେମାନେ ଉଭାନ ହୋଇ ଯାଉଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାଜେଶ ସୋରେନଙ୍କୁ ପଚାରିବାରୁ ଏହାକୁ ଉଚ୍ଚତା ବିଶିଷ୍ଟ କରି ନିର୍ମାଣ କରା ଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ କଇଁଛଙ୍କ ସୁରକ୍ଷା ଚିନ୍ତା

ଢେଙ୍କାନାଳ ଅଫିସ, ୧୬।୧୨ – ଢେଙ୍କାନାଳ ଜିଲାର ବିସ୍ତୀର୍ଣ୍ଣ ନଦୀ ଅବବାହିକା ବିରଳ ପ୍ରଜାତିର କଇଁଛଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି। ଏମାନଙ୍କୁ ସୁରକ୍ଷା ଦେବାକୁ ସ୍ବେଚ୍ଛାସେବୀ...

ସୁନ୍ଦର ଧାରା ଖଣ୍ଡାଧାର

କେନ୍ଦୁଝର, ୧୬ା୧ (ସ୍ବ.ପ୍ର.)-କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲା ସୀମାନ୍ତରେ ରହିଛି ମାଲାଙ୍ଗଟୋଲି ପର୍ବତମାଳା । ଏହି ପର୍ବତମାଳାରେ ଉଚ୍ଚ ମାନର ଖଣିଜସମ୍ପଦ ଗଚ୍ଛିତ ଥିବାବେଳେ ଏହା...

ନଦୀବନ୍ଧ ମୁକୁଳା, ବନ୍ୟା ଆଶଙ୍କାରେ ଲୋକେ ଭୟଭୀତ

ସିଂହପୁର,୨୦ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅନ୍ତର୍ଗତ ଖରସ୍ରୋତା ନଦୀବନ୍ଧ ପ୍ରସସ୍ତିକରଣ କାର୍ଯ୍ୟ ଚାଲିଛି। ଏହି ନଦୀବନ୍ଧରେ ଠିକାଦାର ପକାଉଥିବା ମାଟି ଦୂରରୁ ନ...

ହୀରା ମୁଦି ଚୋରି ଘଟଣାର ଖୋଳତାଡ଼

ଅନୁଗୋଳ ଅଫିସ, ୨୩।୧୨: ଟ୍ରେନ୍‌ରୁ ଚୋରି ହୋଇଥିବା ହୀରା ମୁଦି, ମୋବାଇଲ, ୫୦ ହଜାର ଟଙ୍କାର ତଦନ୍ତ ପାଇଁ ବୁଧବାର ଅନୁଗୋଳ ଥାନାରେ ପହଞ୍ଚିଛି ଭୋପାଳ ପୋଲିସ।...

କଳାହାଣ୍ଡିରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌

ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌ ଥିବା ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବଲାଙ୍ଗୀର ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ...

ସ୍ପଷ୍ଟ ଦିବାଲୋକରେ ଲୁଟେରା ଆତଙ୍କ: ବାଇକ୍‌ ଡିକି ଭାଙ୍ଗି ୨୯ ହଜାର ଲୁଟ୍‌

ଭୁବନ, ୨୬।୭(ଡି.ଏନ.ଏ.)-ଭୁବନ ବସ୍‌ଷ୍ଟାଣ୍ଡରୁ ଶୁକ୍ରବାର ଅପରାହ୍ନ ୨ଟାରେ ବାଇକ୍‌ ଡିକି ଭାଙ୍ଗି ୨୯ ହଜାର ଟଙ୍କା ଏବଂ ଜରୁରୀ କାଗଜପତ୍ର ଲୁଟ୍‌ ହୋଇଛି। ଲୁଟ୍‌ର ଶିକାରଯ...

ମଣ୍ଡିରେ ଉପାସ ରହିବେନି ଚାଷୀ

ପାରଳାଖେମୁଣ୍ଡି,୧୧ା୧(ଡି.ଏନ୍‌.ଏ.): ଗଜପତି ଜିଲାରେ ମଣ୍ଡିକୁ ଧାନବିକ୍ରି କରିବାକୁ ଆସୁଥିବା ଚାଷୀମାନେ ଆଉ ଉପାସ ରହିବେନି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି।...

ପିଣ୍ଡାରେ ଚାଲିଛି ପାଠପଢ଼ା

ଚମ୍ପୁଆ, ୨୯।୫(ଡି.ଏନ.ଏ.): ୫-ଟି’ ବ୍ୟବସ୍ଥାରେ ବଦଳୁଛି ସ୍କୁଲର ରୂପରେଖ। ଚିକିମିକିଆ ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ...

Advertisement
Archives

Model This Week