ଛାତିଏ ପାଣିରେ ପଶି ମୃତଦେହକୁ ନେଲେ ଶ୍ମଶାନ

ଚନ୍ଦାହାଣ୍ଡି, ୨୧।୮(ଡି.ଏନ୍‌.ଏ.): ମଶାଣୀକୁ ଯିବାକୁ ନାହିଁ ରାସ୍ତା। ନାଳରେ କମ୍‌ ଉଚ୍ଚତା ପୋଲ। ତେଣୁ ଛାତିଏ ପାଣିରେ ପଶି ମୃତଦେହକୁ ସତ୍କାର ପାଇଁ ନେଇଛନ୍ତି ପରିବାର ଲୋକେ। ଏପରି ଦୃଶ୍ୟ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଅଧୀନ ଚକାମାଲ ଗ୍ରାମରେ ଦେଖିବାକୁ ମିଳିଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ସୂଚନାନୁସାରେ ଚକାମାଲ ଗ୍ରାମ ହରିଜନ ସାହିର ମନିରାମ ସୁନାନୀ (୫୮)ଙ୍କ ଶନିବାର ମୃତ୍ୟୁ ହୋଇଛି। ଗାଁ ନାଳ ପାରିହେଲେ ମଶାଣୀ ପଡେ। ଏପଟେ ଲଗାଣ ବର୍ଷା ରେ ନାଳରେ ବନ୍ୟା ପାଣି ଛାତିଏ ଜମି ରହିଛି। ନାଳରେ ଥିବା ପୋଲ କମ ଉଚତା ବିଶିଷ୍ଟ ହୋଇ ଥିବାରୁ ଏହା ଉପରେ ଦୁଇଫୁଟ ପାଣି। କିନ୍ତୁ ଅନ୍ୟ ଉପାୟ ନ ପାଇ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ମୃତଦେହକୁ ଛାତିଏ ପାଣିରେ କାନ୍ଧ ରେ ବୋହି ନାଳ ସେପଟେ ଥିବା ମଶାଣୀକୁ ନେଇ ସତ୍କାର କରି ଥିଲେ। ମଶାଣୀରେ ଘର ନ ଥିବାରୁ ବର୍ଷାରେ ଭିଜିଭିଜି ମୃତଦେହ ସତ୍କାର କରାଯାଇଛି। ଏହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ୍ଟ ଦେଖାଦେବା ସହ ତୁରନ୍ତ ପ୍ରଶାସନ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ପ୍ରକାଶ ଥାଉକି ଚକାମାଳ, ଏବଂ ଅନକାବେଡା ପଞ୍ଚାୟତ ସଦର ମଝିରେ ଏକ ନାଳ ରହିଛି । ୮୦ ଦଶକରେ ତତ୍କାଳୀନ ଅନକାବେଡା ସରପଞ୍ଚ ସ୍ବର୍ଗତ ମୁକୁନ୍ଦ ପାଣ୍ଡେଙ୍କ ପ୍ରଚେଷ୍ଟାରେ ଏକ କମ ଉଚ୍ଚତାର ପୋଲ ନିର୍ମାଣ କରା ଯାଇଥିଲା। ବର୍ତ୍ତମାନ ଏହା ଭଗ୍ନ ଅବସ୍ଥାରେ। ଏହାରି ଭିତରେ ଅନକାବେଡାରୁ କୋନ୍ଦିଓଡା ଛକ ପ୍ରର୍ଯ୍ୟନ୍ତ ଆର୍‌ଡି ରୋଡ ତିଆରି ହୋଇଛି। ଆର୍‌ ଡି ରୋଡ ତିଆରି ହୋଇ ଥିଲେ ମଧ୍ୟ ପୁରୁଣା ପୋଲକୁ ଉଚ୍ଚା କରା ନ ଯାଇ ଏହାରି ଉପରେ ପିଚୁ ପକାଇ କାମ ସାରି ଦେଇଛନ୍ତି । ବର୍ଷା ମାସରେ ନାଳ ବନ୍ୟାପାଣିରେ ଫୁଲିବା ସହ ପୋଲ ଉପରେ ୩ ରୁ ୪ ଫୁଟ ପାଣି ଆସିବାରୁ ଅନକାବେଡା ଏବଂ ଚକାମାଳର ଯୋଗାଯୋଗ ବିଛିନ୍ନ ହୋଇ ପଡିଥାଏ। ସେ ପଟେ ଥିବା ବିଲକୁ କିମ୍ବା ପଞ୍ଚାୟତ କାର୍ଯ୍ୟଳୟକୁ ଗଲେ ଲୋକଙ୍କୁ ୫ କି ମି ବରିଗୁଡା ଛକ ଦେଇକି ଯିବାକୁ ପଡିଥାଏ ବୋଲି ଗ୍ରାମବାସୀ କହିଛନ୍ତି। ଏ ବାବଦ ରେ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ ଗୁହାରି କଲେ ହଁ ରେ ହଁ ମାରି କେବଳ ମାପ ନେଇ ସେମାନେ ଉଭାନ ହୋଇ ଯାଉଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାଜେଶ ସୋରେନଙ୍କୁ ପଚାରିବାରୁ ଏହାକୁ ଉଚ୍ଚତା ବିଶିଷ୍ଟ କରି ନିର୍ମାଣ କରା ଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?