ଚନ୍ଦକା ହାତୀ ବେକରେ ଲାଗିବ ରେଡିଓ କଲାର; ସାଟେଲାଇଟ୍‌ ଜରିଆରେ ନଜର ରଖିବ ବନ ବିଭାଗ

ଭୁବନେଶ୍ୱର, ୧୨ା୯ (ବ୍ୟୁରୋ): ଚନ୍ଦକା ବନଖଣ୍ଡରେ ଥିବା ହାତୀଙ୍କ ବେକରେ ରେଡିଓ କଲାର ଲାଗିବ। ଏହାଦ୍ୱାରା ସାଟେଲାଇଟ ଜରିଆରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବ ବନ ବିଭାଗ। ଚନ୍ଦକା ବନଖଣ୍ଡ ଅଞ୍ଚଳରେ କିଛି ହାତୀ ବାରମ୍ବାର ଭୁବନେଶ୍ୱର ଓ ଆଖପାଖ ଜନବସତିକୁ ପଶିଯାଇ ଉପଦ୍ରବ କରୁଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଲାଣି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଚନ୍ଦକା ବନଖଣ୍ଡର ଦୁଇଟି ଦନ୍ତା ‘ରାମୁ’ ଓ ‘ବାହୁ ବଳୀ’ ଏବଂ ଗୋଟିଏ ମାଖନା ଦେହରେ ରେଡିଓ କଲାର ପିନ୍ଧାଯିବ। ରବିବାର ଇଣ୍ଡିଆନ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସାଇନ୍ସ ସେଣ୍ଟର ଫର୍‌ ଇକୋଲୋଜିର ପ୍ରଫେସର ଡ. ରମଣ ସୁକୁମାର ଓ ତାଙ୍କ ଟିମ ଭୁବନେଶ୍ୱରରେ ପହଞ୍ଚତ୍ ସବିଶେଷ ସ୍ଥିତି ଅନୁଧ୍ୟାନ କରିବେ। ଆସନ୍ତା ୧୩ରୁ ୧୯ ତାରିଖ ମଧ୍ୟରେ ହାତୀଙ୍କୁ ରେଡିଓ କଲାର କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଏହି କାର୍ଯ୍ୟରେ ଗୋଡିବାରିରେ ଥିବା କୁମକି ହାତୀ ଯଶୋଦାକୁ ନିୟୋଜିତ କରାଯିବ। ଇତିମଧ୍ୟରେ ତାକୁ ଭରତପୁର ଅଣାଯାଇଛି। ଏହି ହାତୀ ପିଠିରେ ବସି ବିଶେଷଜ୍ଞମାନେ ଭରତପୁରର ତାଲିକାଭୁକ୍ତ ହାତୀଙ୍କୁ ଟ୍ରାଙ୍କୁଲାଇଜ୍‌ କରିବେ। ତା’ପରେ ହାତୀଙ୍କ ବେକରେ ରେଡ଼ିଓ କଲାର ବନ୍ଧା ଯିବ। ଓୟୁଏଟିର ଭେଟେରିନାରୀ କଲେଜ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡ. ଇନ୍ଦ୍ରମଣି ନାଥ ମଧ୍ୟ ଏହି ଟିମ୍‌ରେ ସାମିଲ ରହି ସହଯୋଗ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଅନେକ ସମୟରେ ଭରତପୁର ଜଙ୍ଗଲରେ ଥିବା ମାଖନା ନନ୍ଦନକାନନ ପାଚେରି ଭାଙ୍ଗି ପଶୁଛି। ସେହିଭଳି ଚୂନକୋଳି, ସମେଇଗାଡ଼ିଆ, ପଥର ଗାଡ଼ିଆ, ଅନ୍ଧାରୁଆ ଆଦି ଅଞ୍ଚଳରେ ହାତୀ ଅନେକ ସମୟରେ ବସ୍ତି ଭିତରେ ପଶି ଉପଦ୍ରବ କରୁଛନ୍ତି। କିଛିବର୍ଷ ତଳେ ଭରତପୁରରେ ଜଣେ ବୃଦ୍ଧାଙ୍କୁ ହାତୀ ପାଦରେ ଦଳି ମାରି ଦେଇଥିଲା। ତେଣୁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହିତ ଚନ୍ଦକା ବନଖଣ୍ଡ କର୍ମଚାରୀ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେଉଥିଲେ। ସେଥିପାଇଁ ଚନ୍ଦକା ବନଖଣ୍ଡ ହାତୀଙ୍କର ଚଳପ୍ରଚଳ ତଥା ଗତିବିଧି ଉପରେ ରେଡିଓ କଲାର ଜରିଆରେ ନଜର ରଖିବା ସହିତ, ଲୋକମାନଙ୍କୁ ମଧ୍ୟ ଆଗୁଆ ସତର୍କ କରେଇା ବ୍ୟବସ୍ଥା କରିବ। ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ହାତୀମାନଙ୍କର ରେଡିଓ କଲାର ବ୍ୟବସ୍ଥା ନିଶ୍ଚୟ ସ୍ବାଗତଯୋଗ୍ୟ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି।
ଭୁବନେଶ୍ୱରରେ ରେଡିଓ କଲାର ସଫଳ ହେଲେ, ରାଜ୍ୟର ଅନ୍ୟ ଯେଉଁ ବନଖଣ୍ଡରେ ହାତୀ ଉପଦ୍ର ଅଧିକ ରହିଛି ସେ ଅଞ୍ଚଳରେ ମଧ୍ୟ ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବ। ଭୁବନେଶ୍ୱର ପରେ ସୁନ୍ଦରଗଡ଼ ବନଖଣ୍ଡରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ବ୍ୟବସ୍ଥା ହେଉଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri