ଚନ୍ଦକା ହାତୀ ବେକରେ ଲାଗିବ ରେଡିଓ କଲାର; ସାଟେଲାଇଟ୍‌ ଜରିଆରେ ନଜର ରଖିବ ବନ ବିଭାଗ

ଭୁବନେଶ୍ୱର, ୧୨ା୯ (ବ୍ୟୁରୋ): ଚନ୍ଦକା ବନଖଣ୍ଡରେ ଥିବା ହାତୀଙ୍କ ବେକରେ ରେଡିଓ କଲାର ଲାଗିବ। ଏହାଦ୍ୱାରା ସାଟେଲାଇଟ ଜରିଆରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବ ବନ ବିଭାଗ। ଚନ୍ଦକା ବନଖଣ୍ଡ ଅଞ୍ଚଳରେ କିଛି ହାତୀ ବାରମ୍ବାର ଭୁବନେଶ୍ୱର ଓ ଆଖପାଖ ଜନବସତିକୁ ପଶିଯାଇ ଉପଦ୍ରବ କରୁଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଲାଣି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଚନ୍ଦକା ବନଖଣ୍ଡର ଦୁଇଟି ଦନ୍ତା ‘ରାମୁ’ ଓ ‘ବାହୁ ବଳୀ’ ଏବଂ ଗୋଟିଏ ମାଖନା ଦେହରେ ରେଡିଓ କଲାର ପିନ୍ଧାଯିବ। ରବିବାର ଇଣ୍ଡିଆନ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସାଇନ୍ସ ସେଣ୍ଟର ଫର୍‌ ଇକୋଲୋଜିର ପ୍ରଫେସର ଡ. ରମଣ ସୁକୁମାର ଓ ତାଙ୍କ ଟିମ ଭୁବନେଶ୍ୱରରେ ପହଞ୍ଚତ୍ ସବିଶେଷ ସ୍ଥିତି ଅନୁଧ୍ୟାନ କରିବେ। ଆସନ୍ତା ୧୩ରୁ ୧୯ ତାରିଖ ମଧ୍ୟରେ ହାତୀଙ୍କୁ ରେଡିଓ କଲାର କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଏହି କାର୍ଯ୍ୟରେ ଗୋଡିବାରିରେ ଥିବା କୁମକି ହାତୀ ଯଶୋଦାକୁ ନିୟୋଜିତ କରାଯିବ। ଇତିମଧ୍ୟରେ ତାକୁ ଭରତପୁର ଅଣାଯାଇଛି। ଏହି ହାତୀ ପିଠିରେ ବସି ବିଶେଷଜ୍ଞମାନେ ଭରତପୁରର ତାଲିକାଭୁକ୍ତ ହାତୀଙ୍କୁ ଟ୍ରାଙ୍କୁଲାଇଜ୍‌ କରିବେ। ତା’ପରେ ହାତୀଙ୍କ ବେକରେ ରେଡ଼ିଓ କଲାର ବନ୍ଧା ଯିବ। ଓୟୁଏଟିର ଭେଟେରିନାରୀ କଲେଜ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡ. ଇନ୍ଦ୍ରମଣି ନାଥ ମଧ୍ୟ ଏହି ଟିମ୍‌ରେ ସାମିଲ ରହି ସହଯୋଗ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଅନେକ ସମୟରେ ଭରତପୁର ଜଙ୍ଗଲରେ ଥିବା ମାଖନା ନନ୍ଦନକାନନ ପାଚେରି ଭାଙ୍ଗି ପଶୁଛି। ସେହିଭଳି ଚୂନକୋଳି, ସମେଇଗାଡ଼ିଆ, ପଥର ଗାଡ଼ିଆ, ଅନ୍ଧାରୁଆ ଆଦି ଅଞ୍ଚଳରେ ହାତୀ ଅନେକ ସମୟରେ ବସ୍ତି ଭିତରେ ପଶି ଉପଦ୍ରବ କରୁଛନ୍ତି। କିଛିବର୍ଷ ତଳେ ଭରତପୁରରେ ଜଣେ ବୃଦ୍ଧାଙ୍କୁ ହାତୀ ପାଦରେ ଦଳି ମାରି ଦେଇଥିଲା। ତେଣୁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହିତ ଚନ୍ଦକା ବନଖଣ୍ଡ କର୍ମଚାରୀ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେଉଥିଲେ। ସେଥିପାଇଁ ଚନ୍ଦକା ବନଖଣ୍ଡ ହାତୀଙ୍କର ଚଳପ୍ରଚଳ ତଥା ଗତିବିଧି ଉପରେ ରେଡିଓ କଲାର ଜରିଆରେ ନଜର ରଖିବା ସହିତ, ଲୋକମାନଙ୍କୁ ମଧ୍ୟ ଆଗୁଆ ସତର୍କ କରେଇା ବ୍ୟବସ୍ଥା କରିବ। ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ହାତୀମାନଙ୍କର ରେଡିଓ କଲାର ବ୍ୟବସ୍ଥା ନିଶ୍ଚୟ ସ୍ବାଗତଯୋଗ୍ୟ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି।
ଭୁବନେଶ୍ୱରରେ ରେଡିଓ କଲାର ସଫଳ ହେଲେ, ରାଜ୍ୟର ଅନ୍ୟ ଯେଉଁ ବନଖଣ୍ଡରେ ହାତୀ ଉପଦ୍ର ଅଧିକ ରହିଛି ସେ ଅଞ୍ଚଳରେ ମଧ୍ୟ ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବ। ଭୁବନେଶ୍ୱର ପରେ ସୁନ୍ଦରଗଡ଼ ବନଖଣ୍ଡରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ବ୍ୟବସ୍ଥା ହେଉଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ଛତ୍ରପୁର ସହରରେ କୁକୁର-ମାଙ୍କଡ଼ଙ୍କ ଉପଦ୍ରବ, ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।…

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର, ପୂର୍ବରୁ…

ଭୁବନେଶ୍ୱର,୧୭ା୯: ଡେପୁଟି କମିଶନର ଅଫ ପୋଲିସ(ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଚାକିରିରୁ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?