Posted inରାଜ୍ୟ

ପୁରୀ ବିମାନବନ୍ଦର ବିଳମ୍ବ ପାଇଁ ରାଜ୍ୟକୁ ଦାୟୀ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୪।୩: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭରେ ବିଳମ୍ବକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଲୋକ ସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅନୁଦାନ ଦାବି ଆଲୋଚନାରେ ଭାଗନେଇ ସିନ୍ଧିଆ କହିଥିଲେ, ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ସମ୍ପର୍କିତ ପ୍ରାକ୍‌ ବାସ୍ତବତା ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। ଏହା ଉପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମନ୍ତ୍ରଣାଳୟ ଅପେକ୍ଷା କରିଥିବାବେଳେ ଏପର୍ଯ୍ୟନ୍ତ ତାହା ମିଳିନାହିଁ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଜାଣିବା ପରେ ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ।

ଯାଜପୁର ବିଜେଡି ଏମ୍‌ପି ଶର୍ମିଷ୍ଠା ସେଠୀ ମଙ୍ଗଳବାର ପ୍ରସ୍ତାବିତ ପୁରୀ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ବହୁସଂଖ୍ୟାରେ ଯାତ୍ରୀ ଓ ପର୍ଯ୍ୟଟକ ପୁରୀ ଆସୁଛନ୍ତି। ବର୍ତ୍ତମାନ ପୁରୀରେ ନୂଆ ବିମାନବନ୍ଦର ପ୍ରତିଷ୍ଠା ଜରୁରୀ ହୋଇପଡ଼ିଛି। ୨୦୨୧ ଜୁନ୍‌ରେ ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଟିମ୍‌ ପୁରୀ ଗସ୍ତ କରି ପ୍ରସ୍ତାବିତ ପ୍ରକଳ୍ପ ଉପରେ ଅନୁଧ୍ୟାନ କରିଥିଲେ। ସେହିପରି କୋଲକାତାରେ ଥିବା ବିଜୁ ବାବୁଙ୍କ ଡାକୋଟା ବିମାନ ଭୁବନେଶ୍ୱରକୁ ଆଣିବା ଲାଗି ଶର୍ମିଷ୍ଠା ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଅନୁମତି ପ୍ରଦାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ଝାରସୁଗୁଡ଼ା ବିମାନବନ୍ଦରରେ ଏକ ବିମାନ ଉଡ଼ାଣ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଝାରସୁଗୁଡ଼ାରୁ ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ, ରାୟପୁର ଓ ଭୁବନେଶ୍ୱରକୁ ବିମାନ ଚଳାଚଳ କରୁଛି। କୋଭିଡ୍‌ ସମୟରେ ପ୍ରାୟ ୨.୫ ଲକ୍ଷ ଯାତ୍ରୀ ଝାରସୁଗୁଡ଼ା ବିମାନବନ୍ଦର ଦେଇ ଯାତାୟାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

ଛତୁ ତୋଳିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲରେ ବଳାତ୍କାର, ବିବାହ ପାଇଁ ଜିଦି କରିବାରୁ ଖାଇଦେଲେ ବିଷ ଫଳ

ଟିକିରି,୯।୭(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ସମୟରେ ନାବାଳିକାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ…

ଶ୍ୱଶୁର ଘରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, କାରଣ ଜାଣିଲେ ହେବେ…

ଵ୍ରହ୍ମପୁର,୯।୭(ସୁବାସ ଚନ୍ଦ୍ର ପାଢ଼ୀ): ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri