ଟ୍ରକକୁ ଧକ୍କା ଦେଲା କାର: ୨ ମୃତ, ଜଣେ ଗୁରୁତର

ପରଜଙ୍ଗ,୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧିନ ୧୪୯ ନଂ. ଜାତୀୟ ରାଜପଥର ଘାଘରାମୁଣ୍ଡା ଛକ ନିକଟରେ ସୋମବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ କାର ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୟୁରଭଞ୍ଜ ଜିଲା ତିରିଙ୍ଗି ଥାନା ଇନ୍ଦିକୋଲି ଗ୍ରାମର ନାଲକୋ କର୍ମଚାରୀ ଫଗୁରାମ ସୋରେନଙ୍କ ପୁଅ କଲ୍ୟାଣ ସୋରେନ(୨୯) ଏବଂ ରାଇରଙ୍ଗପୁର ଥାନା ତୁରୁଷିବୁନି ଗ୍ରାମର ନାଲକୋ କର୍ମଚାରୀ ବାଜିନାଥ ହେମ୍ଭ୍ରମଙ୍କ ପୁଅ ବାଗନ ହେମ୍ଭ୍ରମ (୨୭)। ସେହିପରି ନାଲୋକର ବିନୟ କୁଜୁର (୨୭) ଦୁର୍ଘଟଣାରେ ଆହାତ ହୋଇଛନ୍ତି।
ଘଟଣାରୁ ଜଣାପଡିଛି, କଲ୍ୟାଣ, ବାଗନ ଉଭୟେ ତାଙ୍କ ସାଙ୍ଗ ଘର ପାଲଲହଡାକୁ କାର ଯୋଗେ ରବିବାର ଯାଇଥିଲେ। ସେଠାରେ ଭୋଜିଭାତ ଖାଇ ସାରି ସୋମବାର ଭୋରୁ ନାଲୋକ ଅଭିମୁଖେ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବରପାଇ ଥାନାଧିକାରୀ ସୋଭାଗ୍ୟ ସ୍ବାଇଁ, ମହାବିରୋଡ଼ ଫାଣ୍ଡି ଅଧିକାରୀ ସୌମ୍ୟରେନ୍ଦ୍ର ସାମଲ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଗାଡିକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଖୋଲିଲା ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଆଜି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଛି। ୮ ଦିନ ପରେ ବିଏମ୍‌ସି ଅଧିକାରୀ ଏବଂ ପୋଲିସ ଉପସ୍ଥିତିରେ...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଆସନ୍ତା ୨୬ରେ ବିଜୁ ଜନତା ଦଳ ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ରାଜ୍ୟବାସୀଙ୍କର ଦଳ ଉପରେ ରହିଥିବା ଆସ୍ଥା ବଜାୟ...

ପୋଲ ତଳେ ପଡିଛି ପିପିଇ କିଟ୍‌: ଗ୍ରାମବାସୀ ଭୟଭୀତ

ଶଙ୍କରାଖୋଲ,୩୧ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ୧୫୭ ନଂ. ଜାତୀୟ ରାଜପଥ ନିକଟ ଗୁଡ୍ରିଗଁା ପୋଲ ତଳେ ୫ଟି ପିପିଇ କିଟ୍‌ ପଡ଼ିଥିବା ଶୁକ୍ରବାର...

ପଣବନ୍ଦୀ ଓଡ଼ିଆ ନାବିକ ସୁଦୀପ ଉଦ୍ଧାର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କୁ ଉଦ୍ଧାର କରାଯାଇଛି। ସୁଦୀପଙ୍କ ସହ ସମସ୍ତ ୪ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା...

ମୋବାଇଲରେ ଗେମ୍‌ ଖେଳିବାକୁ ବିରୋଧ କରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ନାବାଳକ

ବିଞ୍ଝାରପୁର,୪ା୧୦(ଡି.ଏନ.ଏ.): ମୋବାଇଲରେ ଗେମ୍‌ ଖେଳିବାକୁ ମା’ ବିରୋଧ କରିବାରୁ ଜଣେ ନାବାଳକ ରବିବାର ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯାଜପୁର ଜିଲା ବିଞ୍ଝାରପୁର ଥାନା ଚନ୍ଦ୍ରମୁଁ...

ଚଳଚଞ୍ଚଳ ହେଲାଣି ପକ୍ଷୀଙ୍କ ଭୂସ୍ବର୍ଗ

ଖୋର୍ଦ୍ଧା ଅଫିସ,୨୫ା୧୦: ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଲାଣି। ଚଳିତ ବର୍ଷ ଅକ୍ଟୋବର ୨ୟ...

ରେଡ୍‌ ଜୋନ୍‌ରେ ସଂକ୍ରମିତଙ୍କ ଉପରେ ନଜର ରଖ-ଜିଲାପାଳ : ସମସ୍ତଙ୍କ ହେବ ସ୍ବାସ୍ଥ୍ୟ ଯାଞ୍ଚ

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.)- ଛତ୍ରପୁରଠାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ଅଧିକାରୀଙ୍କ ସହ କୋଭିଡ୍‌-୧୯ ପରିଚାଳନାଗତ ବିଭିନ୍ନ ବିଷୟ ନେଇ ଭିଡିଓ କନଫରେନ୍ସିଂ ଜରିଆରେ...

୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର,୧୩।୪(ବ୍ୟୁରୋ) ସମ୍ବଲପୁର ଜିଲାରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ...

Advertisement
Archives

Model This Week