ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍‌ ଉପରେ ମାଡ଼ିଗଲା ହାଇଓ୍ବା, ଜଣେ ମୃତ

ଭୁବନେଶ୍ୱର,୪ା୪(ବ୍ୟୁରୋ): ପଳାଶୁଣୀ ବସ୍‌ ଷ୍ଟପେଜ୍‌ ନିକଟରେ ସୋମବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ କାର୍‌ ଉପରେ ହାଇୱା ଚଢ଼ି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ।

ସୂଚନାନୁସାରେ, ପଳାଶୁଣୀ ବସ୍‌ ଷ୍ଟପେଜ ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାର୍‌ ହେଉଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ  ଏକ ଡମ୍ପର ବ୍ରେକ୍‌ ମାରି ରହିଥିଲା। ଏହି ସମୟରେ ଡମ୍ପର ପଛରେ ଯାଉଥିବା ଦୁଇଟି କାର୍‌ ଅଟକି ଯାଇଥିଲା। ପରେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ହାଇଓ୍ବା ଉକ୍ତ କାର୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଖୁବ୍‌ ଜୋର୍‌ରେ ଡିଭାଇଡର ଡେଇଁ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା। ପରେ ହାଇଓ୍ବାଟି ଡମ୍ପର ପଛରେ ଥିବା କାର୍‌ ଉପରେ ଚଢ଼ିଯାଇଥିଲା। ଗାଡ଼ି ଭିତରେ କାର୍‌ ଡ୍ରାଇଭର ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି କ୍ରେନ୍‌ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନା ଉଭାନ, କର୍ମଚାରୀ ନେଉଛନ୍ତି ଦରମା

କେନ୍ଦ୍ରାପଡ଼ା ଅଫିସ, ୧୬ା୫: ଚିକିତ୍ସା କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାଦ୍ୱାରା ଲୋକଙ୍କୁ ଉପଯୁକ୍ତ ଚିକିତ୍ସା...

ସ୍କର୍ପିଓରେ ଦେଶୀ ମଦ ଚାଲାଣ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଥାନା ଆଇଆଇସି ଉଦେଲାଲ ନାୟକ ରବିବାର ରାତି ୧୦ଟାରେ ସଦର ଥାନା...

ପାଟକୁରା: ବୁଝାମଣାରୁ ଲଢ଼େଇ ଦୁର୍ବଳ; ଆସିବେନି ମୋଦି-ଶାହ, ଭାଜପାକୁ କେବଳ ରାଜ୍ୟ ନେତୃତ୍ୱ ଭରସା

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟ ରାଜନୀତି ବର୍ତ୍ତମାନ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ କେନ୍ଦ୍ରିତ। ୨୦୧୯ ସାଧାରଣ ନିର୍ବାଚନରେ ୧୪୬ ଆସନ ପାଇଁ ଭୋଟ ହୋଇଥିବାବେଳେ କେବଳ ପାଟକୁରା...

୨୬ରୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଆସନ୍ତା ୨୬ରୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ କରାଯିବ। ଏନେଇ ଗୁରୁବାର ଅପରାହ୍ନରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକଲା ଏବିଭିପି

ବ୍ରହ୍ମପୁର ଅଫିସ, ୨୭ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସ ଭୁଶୁଡ଼ିବା ଘଟଣାର ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପରେ ବି ତଦନ୍ତ ନେଇ କୌଣସି କମିଟି ଗଠନ...

ବାରବାଟୀ ଟିକେଟ ଜାଲିଆତି ଘଟଣାର ତଦନ୍ତ ହେବ, ଦର୍ଶକ ଭଲ ଅନୁଭୂତି ନେଇ ଫେରିଛନ୍ତି: ପୋଲିସ କମିଶନର

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): କଟକ ବାରବାଟୀରେ ରବିବାର ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ ଟିକେଟ ଜାଲିଆତି ଘଟଣାର ତଦନ୍ତ କରିବେ କଟକ ଡିସିପି ଅଖିଳେଶ୍ୱର ସିଂ। ଏଥିରେ...

କତାଶିଳ୍ପକୁ ଅଣଦେଖା

ପୁରୀ ଅଫିସ, ୩୧।୫: ବାତ୍ୟା ଫନୀ ସମଗ୍ର ପୁରୀ ଜିଲାକୁ ଧ୍ୱଂସବିଧ୍ୱଂସ୍ତ କରିଦେଇଛି। ଭାଙ୍ଗି ପକାଇଛି ଅନେକ ଘରଦ୍ୱାର, ବିଦ୍ୟୁତ୍‌ ଖୁଣ୍ଟ ଏବଂ ଟାୱାର। ଧରାଶାୟୀ...

ଦିଲ୍ଲୀ ଦଙ୍ଗାପୀଡ଼ିତ ବିଏସ୍‌ଏଫ୍‌ ଯବାନଙ୍କୁ ସହାୟତା: ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଯବାନ ମହମ୍ମଦ ଅନିଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା...

Advertisement
Archives

Model This Week