ଗାଡ଼ିରେ ପ୍ରେସ୍‌ ଲେଖି ଚାଲାଣ କରୁଥିଲେ ଗଞ୍ଜେଇ

ବରଗଡ଼ ଅଫିସ୍‌,୧୭।୭: ସୋନପୁରରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ୨ଟି ଗଞ୍ଜେଇ ବୋଝେଇ କାର୍‌କୁ ବରଗଡ଼ ଜିଲା ସୋହେଲା ପୋଲିସ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୨୩୩ କି.ଗ୍ରା ହେବ। ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାଜ୍ୟ ଧନ୍ତରୀ ଜଲା କୁରୁଡ଼ ଥାନା ଡର୍ବା ଗ୍ରାମର ହେମରାଜ ନିଶାଦ(୨୩), କଙ୍କେର ଜିଲା ଚାର୍ମା ଗ୍ରାମର ସଞ୍ଜୟ ତ୍ରିପାଠୀ(୨୪), ଅଜୟ ତ୍ରିପାଠୀ(୩୦) ଏବଂ ଗୌରବ ଖପାର୍ଡ଼େ(୨୬)। ସେମାନଙ୍କ ପାଖରୁ ଗଞ୍ଜେଇ ବୋଝେଇ ୨ଟି କାର୍‌ (ନଂ.ସିଜି୦୪ଏନଏଚ/୯୯୯୮ ଏବଂ ନଂ.ସିଜି୦୪ଏଲଡି/୫୬୬୫) ସମେତ ୬ଟି ମୋବାଇଲ, ନଗଦ ୧୩ହଜାର ୧୨୦ଟଙ୍କା, ଆଧାର କାର୍ଡ଼ ଆଦି ଜବତ ହୋଇଛି। ଏ ନେଇ ସୋହେଲା ଥାନାରେ ଏକ ମାମଲା (ନଂ.୧୨୪/୨୧) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର ସୋହେଲା କୋର୍ଟକୁ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ କାର୍‌ ସମ୍ମୁଖ କାଚରେ ପ୍ରେସ୍‌ ଲେଖି ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଶନିବାର ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ରାହୁଲ ଜୈନ ସୂଚନା ଦେଇଛନ୍ତି ।

ଏସ୍‌ପି ଜୈନ କହିଥିଲେ, ଶୁକ୍ରବାର ସୋନପୁରରୁ ବରଗଡ଼ ଦେଇ ଛତିଶଗଡ଼ ଅଞ୍ଚଳକୁ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୋହେଲା ପୋଲିସକୁ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ସୋହେଲା ଥାନା ଅଧିକାରୀ ଏଚ.ବି ଗଡ଼ତିଆଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ସୋହେଲା ବ୍ଲକ ଅଫିସ ଛକକୁ ନାକାବନ୍ଦୀ କରିଥିଲେ। ସେତେବେଳେ ଉକ୍ତ ଦୁଇଟି କାର୍‌ ଯୋଗେ ଅଭିଯୁକ୍ତମାନେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ। ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri