Odisha Elections 2024

କର୍ମୀଙ୍କ ମନ ଜିଣୁଛି ପ୍ରାର୍ଥୀଙ୍କ ଭାଇରାଲ୍‌ ଭାଷଣ

ଖଇରା,୬ା୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି। ଏଥର ଏଠାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ ବୋଲି ଜଣାପଡ଼ୁଛିି। ବିଜେଡି ଟିକେଟରୁ ବଞ୍ଚତ୍ତ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମର୍ଥନକୁ ସବୁଦଳ ଚାତକ ଭଳି ଅନାଇ ବସିଥିବା ବେଳେ ତାଙ୍କର ନିରବତା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଅନ୍ୟପଟେ ବର୍ତ୍ତମାନ ବିଭିନ୍ନ ଦଳ ପକ୍ଷରୁ ଘୋଷିତ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସେମାନଙ୍କ ପରିବାର ଲୋକ ଅର୍ଥାତ କେଉଁଠି ସ୍ବାମୀ ପାଇଁ ସ୍ତ୍ରୀ ତ ଆଉ କେଉଁଠି ସ୍ତ୍ରୀ ପାଇଁ ସ୍ବାମୀ ସାରଥି ସାଜିଛନ୍ତି। ଅନ୍ୟ କେଉଁଠି ବାପା ପାଇଁ ସନ୍ତାନମାନେ ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି। କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ବେହେରାଙ୍କ ପାଇଁ ତାଙ୍କ ସ୍ତ୍ରୀ ପ୍ରଜ୍ଞାପାରମିତା ଘର ଘର ବୁଲି ଓ ଛୋଟ ଛୋଟ ବୈଠକ କରି ଭୋଟ ନିବେଦନ କରୁଛନ୍ତି। ବିଜେଡି ପ୍ରାର୍ଥିନୀ ସୁବାସିନୀ ସାହୁଙ୍କ ପାଇଁ ସ୍ବାମୀ ତଥା ରାଜ୍ୟ ସଂସ୍କୃତି ମାନବସମ୍ବଳ ବିକାଶ ସମ୍ପାଦକ ଶଶି କୁମାର ସାହୁ ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ପଞ୍ଚାୟତକୁ ଯାଇ ବୈଠକ କରିବା ସହ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ସେହିଭଳି ଭାଜପା ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ୨ ପୁଅ ଅଣୁମାଧବ ଓ ନୀଳମାଧବ। ଉଭୟ ବିଭିନ୍ନ ୱାର୍ଡସ୍ତରରେ ବୈଠକ କରି ବାପାଙ୍କ ପାଇଁ ସମର୍ଥନ ଜୁଟାଇବାରେ ଲାଗି ପଡ଼ିଛନ୍ତି।
ପ୍ରଚାରରେ ବ୍ଲକ ସ୍ବାଭିମାନ ପ୍ରସଙ୍ଗକୁ ଗୁରୁତ୍ୱ ଦିିଆଯାଉଥିବା ଦେଖିବାକୁ ମିଳୁଛି। ଖଇରା ଓ ସିମୁଳିଆ ଦୁଇ ବ୍ଲକକୁ ନେଇ ଗଠିତ ସିମୁଳିଆ ନିର୍ବାଚନମଣ୍ଡଳୀ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ହିମାଂଶୁଙ୍କ ଘର ଖଇରାର ହୋଇଥିବା ବେଳେ ଭାଜପା ପ୍ରାର୍ଥୀ ପଦ୍ମଲୋଚନଙ୍କ ଘର ସିମୁଳିଆ ବ୍ଲକରେ। ସେହିଭଳି ବିଜେଡି ପ୍ରାର୍ଥତ୍ନୀ ସିମୁଳିଆ ନିର୍ବାଚନମଣ୍ଡଳୀ ସଂଲଗ୍ନ ସୋର ନିର୍ବାଚନମ଼ଣ୍ଡଳୀରୁ ହୋଇଥିବାରୁ ଏବେ ସମର୍ଥକମାନେ ବ୍ଲକ ସ୍ବାଭିମାନକୁ ଭାଷଣରେ ସ୍ଥାନ ଦେଉଥିବାରୁ ପ୍ରଚାର ସରଗମ ହୋଇପଡ଼ିଛି। ୩ ପ୍ରାର୍ଥୀଙ୍କ ଭାଇରାଲ ଭାଷଣ ମଧ୍ୟ କର୍ମୀଙ୍କୁ ଉତ୍ସାହିତ କରୁଛି। ବିଜେଡି ପ୍ରାର୍ଥିନୀ ଭାଷଣରେ ବିଧାୟକ ଭାବେ ମିଳିବାକୁ ଥିବା ସମସ୍ତ ଦରମା ଗରିବଙ୍କୁ ଦାନ କରିବେ ବୋଲି ବିଭିନ୍ନ ବୈଠକରେ କହି ବୁଲୁଥିବା ବେଳେ ଭାଜପା ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ତାଙ୍କ ଭାବବିହ୍ବଳ ଭାଷଣରେ ‘ମୋତେ ଖଣ୍ଡେ ଭୋଟ ଦେବ, ନ ହେଲେ ଜୁଇରେ କାଠ ଦେବ’ କହିବା ନେଇ ଛକ ଗଳିରେ ଆଲୋଚନା ଜୋର ଧରିଛି ା ସେପଟେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ବେହେରା ଓ ସମର୍ଥକମାନେ ବିଭିନ୍ନ ସମାବେଶରେ ‘ଖଇରା ସ୍ବାଭିମାନର ଚେହେରା, ହିମାଂଶୁ ବେହେରା’ ବୋଲି କହି ବୁଲିବା ସିମୁଳିଆ ରାଜନୀତି ପାଣିପାଗକୁ ସରଗରମ କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଡିଜିପି ପରିବର୍ତ୍ତନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୫(ଅନୁରାଧା ମହାରଣା)ନିର୍ବାଚନ ହାରିବା ଭୟରେ ବିଜେଡି ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି।...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି...

ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ

ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍‌ସି ଅନୁମୋଦନରେ ବିଭିନ୍ନ ସଂସ୍ଥା...

ଅଧିକାଂଶ ଭୋଟରଙ୍କୁ ମିଳିନି ଚିରକୁଟି

ରାଉରକେଲା, ୧୯ା୫(ସଙ୍ଗୀତା ଜେନା)ଆଉ ମାତ୍ର ଦିନକ ପରେ ସୁନ୍ଦରଗଡ଼ ଲୋକ ସଭା ଓ ବିଧାନସଭା ଆସନ ଲାଗି ମତଦାନ ହେବାକୁ ଯାଉଛି। ମତଦାନ ସଂଖ୍ୟା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri