ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ

ବାରିପଦା ଅଫିସ, ୩୦ା୭-ଶିମିଳିପାଳରୁ ବାହାରିଥିବା ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ଜିଲା ସଦର ମହକୁମା ଦେଇ ପ୍ରବାହିତ ହେଉଛି। ଏହି ନଦୀ ଅବବାହିକାରେ ଅବସ୍ଥିତ ଅନେକ ଗଁାଗଣ୍ଡା ବନ୍ୟା ସମୟରେ ପ୍ରଭାବିତ ହୋଇଆସୁଛି। ସଦର ମହକୁମାରୁ ୧୦କି.ମି. ଦୂରରେ ଥିବା ଗଁାଗୁଡ଼ିକ ଏବେ ନଦୀଗର୍ଭରେ ଲୀନହେବାକୁ ବସିଛି। ବନ୍ୟାଜଳ ଅତଡ଼ା ଖାଇବା ଦ୍ୱାରା ବହୁ ଚାଷଜମି ନଦୀରେ ମିଶିଯାଇଛି। ବିପଜ୍ଜନକ ପରିସ୍ଥିତିରେ ଅଞ୍ଚଳବାସୀ ରହୁଥିବା ବେଳେ ନଦୀକୂଳରେ ପଥରପ୍ୟାକିଂ କରାଯାଉ ନ ଥିବାରୁ ବୁଢାବଳଙ୍ଗ ଗତିପଥ ବଦଳାଇ ଗଁାଆଡ଼କୁ ମାଡ଼ି ଆସୁଛି। ପ୍ରଶାସନିକ ସ୍ତରରେ ଏହାର ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଛି।
ଲଘୁଚାପଜନିତ ବର୍ଷା ଆରମ୍ଭ ହେଲେ ନଦୀକୂଳବାସୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଥାଏ ା ଶିମିଳିପାଳରୁ ଉଦ୍‌ବୃତ୍ତ ବର୍ଷାଜଳ ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି କରିଥାଏ ା ଫଳରେ ବର୍ଷାଦିନେ ପ୍ରତ୍ୟେକ ବର୍ଷ ବନ୍ୟାଜଳ କୂଳ ଲଙ୍ଘନ କରିଥାଏ। ଏହି ସମୟରେ ନଦୀର ଉଭୟ ପାର୍ଶ୍ୱ ଅତଡ଼ା ଖସିବା ଦ୍ୱାରା ବନ୍ୟାଜଳ ପଶି ଗାଁ ଗଣ୍ଡାଗୁଡ଼ିକ ଜଳମଗ୍ନ ହୋଇଥାଏ। ବାରିପଦା ସଦର ବ୍ଲକ ହାତୀକୋଟ ପଞ୍ଚାୟତର ଯାମଦାପାଳ, କଞ୍ଚନପାଳ, ବାଲିପାଳ, କୁଣ୍ଡସାହି ଓ ମୁଗରାସାହି ଆଦି ୫ଟି ଗଁା ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଦୁର୍ବଳ ନଦୀବନ୍ଧ ଯୋଗୁ ଏସବୁ ଗ୍ରାମର ଲୋକେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ବର୍ଷ ବନ୍ୟାଜଳ ଅତଡ଼ା ଖାଇବା ସହିତ କୂଳ ଲଙ୍ଘି ଚାଷଜମି ଓ ଗଁାଗୁଡ଼ିକରେ ବ୍ୟାପକ କ୍ଷତି କରିଥାଏ। ନଦୀରେ ଆଡ଼ିବନ୍ଧ କିମ୍ବା ପଥର ପ୍ୟାକିଂ କରାଯାଉ ନ ଥିବାରୁ କିଛି ବର୍ଷ ମଧ୍ୟରେ ୫୦ଫୁଟରୁ ଅଧିକ ଜମି କୂଳ ଖାଇ ନଦୀରେ ମିଶିଯାଇଥିବା ଯାମଦାପାଳ ଗ୍ରାମର ହୃଷୀକେଶ ସେନାପତି, ସନ୍ତୋଷ ଭୂୟାଁ, ଦେବେନ ଘୋଷ କହିଛନ୍ତି। କେତେଜଣ ଦାୟିତ୍ୱହୀନ ଅଧିକାରୀ ଓ ଯନ୍ତ୍ରୀଙ୍କ ଅଣଦେଖା ପାଇଁ ନଦୀକୂଳବାସୀ ବିପଦସଙ୍କୁଳ ଅବସ୍ଥାରେ ଥିବା ବାଲିପାଳ ଗ୍ରାମର ଅଶୋକ ଘୋଷ, ସନ୍ତୋଷ ନାଏକ, ବସନ୍ତ ନାଏକ, ମୋହନ ସିଂ ଓ ପ୍ରଫୁଲ୍ଲ ବାରିକ ପ୍ରମୁଖ ପ୍ରକାଶ କରିଛନ୍ତି। ପଞ୍ଚାୟତବାସୀ ବାରମ୍ବାର ମୟୂରଭଞ୍ଜ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ ପଥରପ୍ୟାକିଂ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଏଥିପ୍ରତି ଗୁରୁତ୍ୱ ଦିଆ ନ ଗଲେ ଆଗାମୀ ଦିନରେ ଏହି ଗ୍ରାମଗୁଡ଼ିକ ନଦୀ ଗର୍ଭରେ ଲୀନହେବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ଏ ସଂକ୍ରାନ୍ତରେ ମୟୂରଭଞ୍ଜ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ବାଲିପାଳ ଗ୍ରାମର ସୁରକ୍ଷା ନିମନ୍ତେ ନଦୀବନ୍ଧରେ ପଥର ପ୍ୟାକିଂ ପାଇଁ ୧୭ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ଲାଗି ପଠାଯାଇଛି। ମଞ୍ଜୁରୀ ମିଳିଲେ କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri