ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ

ବାରିପଦା ଅଫିସ, ୩୦ା୭-ଶିମିଳିପାଳରୁ ବାହାରିଥିବା ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ଜିଲା ସଦର ମହକୁମା ଦେଇ ପ୍ରବାହିତ ହେଉଛି। ଏହି ନଦୀ ଅବବାହିକାରେ ଅବସ୍ଥିତ ଅନେକ ଗଁାଗଣ୍ଡା ବନ୍ୟା ସମୟରେ ପ୍ରଭାବିତ ହୋଇଆସୁଛି। ସଦର ମହକୁମାରୁ ୧୦କି.ମି. ଦୂରରେ ଥିବା ଗଁାଗୁଡ଼ିକ ଏବେ ନଦୀଗର୍ଭରେ ଲୀନହେବାକୁ ବସିଛି। ବନ୍ୟାଜଳ ଅତଡ଼ା ଖାଇବା ଦ୍ୱାରା ବହୁ ଚାଷଜମି ନଦୀରେ ମିଶିଯାଇଛି। ବିପଜ୍ଜନକ ପରିସ୍ଥିତିରେ ଅଞ୍ଚଳବାସୀ ରହୁଥିବା ବେଳେ ନଦୀକୂଳରେ ପଥରପ୍ୟାକିଂ କରାଯାଉ ନ ଥିବାରୁ ବୁଢାବଳଙ୍ଗ ଗତିପଥ ବଦଳାଇ ଗଁାଆଡ଼କୁ ମାଡ଼ି ଆସୁଛି। ପ୍ରଶାସନିକ ସ୍ତରରେ ଏହାର ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଛି।
ଲଘୁଚାପଜନିତ ବର୍ଷା ଆରମ୍ଭ ହେଲେ ନଦୀକୂଳବାସୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଥାଏ ା ଶିମିଳିପାଳରୁ ଉଦ୍‌ବୃତ୍ତ ବର୍ଷାଜଳ ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି କରିଥାଏ ା ଫଳରେ ବର୍ଷାଦିନେ ପ୍ରତ୍ୟେକ ବର୍ଷ ବନ୍ୟାଜଳ କୂଳ ଲଙ୍ଘନ କରିଥାଏ। ଏହି ସମୟରେ ନଦୀର ଉଭୟ ପାର୍ଶ୍ୱ ଅତଡ଼ା ଖସିବା ଦ୍ୱାରା ବନ୍ୟାଜଳ ପଶି ଗାଁ ଗଣ୍ଡାଗୁଡ଼ିକ ଜଳମଗ୍ନ ହୋଇଥାଏ। ବାରିପଦା ସଦର ବ୍ଲକ ହାତୀକୋଟ ପଞ୍ଚାୟତର ଯାମଦାପାଳ, କଞ୍ଚନପାଳ, ବାଲିପାଳ, କୁଣ୍ଡସାହି ଓ ମୁଗରାସାହି ଆଦି ୫ଟି ଗଁା ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଦୁର୍ବଳ ନଦୀବନ୍ଧ ଯୋଗୁ ଏସବୁ ଗ୍ରାମର ଲୋକେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ବର୍ଷ ବନ୍ୟାଜଳ ଅତଡ଼ା ଖାଇବା ସହିତ କୂଳ ଲଙ୍ଘି ଚାଷଜମି ଓ ଗଁାଗୁଡ଼ିକରେ ବ୍ୟାପକ କ୍ଷତି କରିଥାଏ। ନଦୀରେ ଆଡ଼ିବନ୍ଧ କିମ୍ବା ପଥର ପ୍ୟାକିଂ କରାଯାଉ ନ ଥିବାରୁ କିଛି ବର୍ଷ ମଧ୍ୟରେ ୫୦ଫୁଟରୁ ଅଧିକ ଜମି କୂଳ ଖାଇ ନଦୀରେ ମିଶିଯାଇଥିବା ଯାମଦାପାଳ ଗ୍ରାମର ହୃଷୀକେଶ ସେନାପତି, ସନ୍ତୋଷ ଭୂୟାଁ, ଦେବେନ ଘୋଷ କହିଛନ୍ତି। କେତେଜଣ ଦାୟିତ୍ୱହୀନ ଅଧିକାରୀ ଓ ଯନ୍ତ୍ରୀଙ୍କ ଅଣଦେଖା ପାଇଁ ନଦୀକୂଳବାସୀ ବିପଦସଙ୍କୁଳ ଅବସ୍ଥାରେ ଥିବା ବାଲିପାଳ ଗ୍ରାମର ଅଶୋକ ଘୋଷ, ସନ୍ତୋଷ ନାଏକ, ବସନ୍ତ ନାଏକ, ମୋହନ ସିଂ ଓ ପ୍ରଫୁଲ୍ଲ ବାରିକ ପ୍ରମୁଖ ପ୍ରକାଶ କରିଛନ୍ତି। ପଞ୍ଚାୟତବାସୀ ବାରମ୍ବାର ମୟୂରଭଞ୍ଜ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ ପଥରପ୍ୟାକିଂ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଏଥିପ୍ରତି ଗୁରୁତ୍ୱ ଦିଆ ନ ଗଲେ ଆଗାମୀ ଦିନରେ ଏହି ଗ୍ରାମଗୁଡ଼ିକ ନଦୀ ଗର୍ଭରେ ଲୀନହେବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ଏ ସଂକ୍ରାନ୍ତରେ ମୟୂରଭଞ୍ଜ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ବାଲିପାଳ ଗ୍ରାମର ସୁରକ୍ଷା ନିମନ୍ତେ ନଦୀବନ୍ଧରେ ପଥର ପ୍ୟାକିଂ ପାଇଁ ୧୭ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ଲାଗି ପଠାଯାଇଛି। ମଞ୍ଜୁରୀ ମିଳିଲେ କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri