ଟିକା ନେବାର ୨୪ ଘଣ୍ଟାରେ ଗଲା ନବବଧୂଙ୍କ ଜୀବନ

ଆର.ଉଦୟଗିରି,୨୬ା୬: ଗଜପତି ଜିଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଶଙ୍କର ପୃଷ୍ଟିଙ୍କ ସ୍ତ୍ରୀ ଜେ.ଲକ୍ଷ୍ମୀ ଆଚାରୀ। ଗତ ୪ ମାସ ତଳେ ବିବାହ କରିଥିଲେ। ଶୁକ୍ରବାର ସ୍ବାମୀ ଓ ସ୍ତ୍ରୀ ମୋହନାରେ ପ୍ରଥମ ଡୋଜ କୋଭିଡ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲେ ଲକ୍ଷ୍ମୀ। ପୂର୍ବରୁ ଗଣ୍ଠି ବାତ ଏବଂ ନିଦ ହେବା ପାଇଁ ଲକ୍ଷ୍ମୀ ନିୟମିତ ଔଷଧ ସେବନ କରୁଥିଲେ। ଶୁକ୍ରବାର ଟିକା ନେବା ପରେ ରାତିରେ ଲକ୍ଷ୍ମୀ ଔଷଧ ଖାଇଥିଲେ। ଶନିବାର ସକାଳେ ସ୍ତ୍ରୀ ନିଦରୁ ନ ଉଠିବାରୁ ହରିଶଙ୍କର ତାଙ୍କୁ ମୋହନା ମେଡ଼ିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ। ଟିକା ନେବା ଦ୍ୱାରା ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇ ନ ଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ହରିଶଙ୍କରଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିଲେ ମୃତ୍ୟୁ କାରଣ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଲଘୁଚାପ

ଭୁବନେଶ୍ୱର,୫ା୬(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ଦୁଇ...

ଟଳିଳା ବନ୍ୟା ସମ୍ଭାବନା: ସଚିବ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସମ୍ଭାବନା ନାହିଁ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା...

ଗଞ୍ଜାମ ପୋଲିସର ରାତି ଅଧିଆ ଚଢ଼ାଉ

ଗଞ୍ଜାମ,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଞ୍ଚଳରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅସାମାଜିକଙ୍କୁ ସାବାଡ଼ କରିଛନ୍ତି ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ। ଏନେଇ ଦାମୋଦରପୁର...

ଗଞ୍ଜାମ ଜିଲାରେ ୯୯ ବିଦେଶ ଫେରନ୍ତା

ଛତ୍ରପୁର,୨୧ା୩(ଡି.ଏନ.ଏ) କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାକୁ ଚାଇନା ଓ କୋରୋନା ପ୍ରଭାବିତ...

ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଲା କେନ୍ଦୁଝରର ୭୨ ଫୁଟର ରଥ

କେନ୍ଦୁଝର,୭।୫(ସ୍ବ.ପ୍ର.): କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ କରିବା ସହ ଗିନିଜ ବୁକ୍ସ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ...

ଦିନରେ ଆର୍‌ଟିଓ, ରାତିରେ ପୋଲିସ

ଅନୁଗୋଳ ଅଫିସ୍‌, ୨।୩: ୬ ମାସର କୋହଳ ପରେ ମାର୍ଚ୍ଚ ୧ରୁ ରାଜ୍ୟରେ କଡାକଡ଼ି ଲାଗୁ ହୋଇଛି ସଂଶୋଧିତ ମୋଟରଯାନ ଆଇନ। ଏ ନେଇ ରବିବାର ପୋଲିସ...

ଚନ୍ଦନଯାତ୍ରାର ହେବ ସିଧାପ୍ରସାରଣ

ପୁରୀ ଅଫିସ,୧୨ା୫:ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ ତାରିଖ ଅକ୍ଷୟତୃତୀୟାରେ...

ନିର୍ବାଚନ ନେଇ ରାଜନୀତି ସରଗରମ: ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ୨ ସ୍ବାଧୀନ ପ୍ରାର୍ଥୀ

ଗଞ୍ଜାମ,୧୪।୩(ଡି.ଏନ୍‌.ଏ.): ଆଗାମୀ ୨୪ ତାରିଖରେ ପୌରନିର୍ବାଚନ ହେବ। ଏ ନେଇ ଗଞ୍ଜାମ ଏନ୍‌ଏସିରେ ଚୂଡାନ୍ତ ପାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର...

Advertisement
Archives

Model This Week