ବିବାହ ପାଇଁ ଚାଲି ଚାଲି ଯାଆନ୍ତି ବରକନ୍ୟା

ବାଲେଶ୍ୱର ଅଫିସ, ୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀ ଅଞ୍ଚଳବାସୀଙ୍କ ଗମନାଗମନରେ ବାଧକ ସାଜିଛି। କାହିଁ କେଉଁ ଆବାହମାନ କାଳରୁ ବରବାଙ୍କ ଗ୍ରାମର ଶତାଧିକ ପରିବାର ନଦୀ ଉପରେ ଏକ ବାଉଁଶ ପୋଲ ନିର୍ମାଣ କରି ଯା’ଆସ କରୁଛନ୍ତି। ବର୍ଷାଦିନେ ସେମାନଙ୍କୁ ଜଳବନ୍ଦୀରେ ରହିବାକୁ ପଡ଼ିଥାଏ। ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତି ଅଭାବରୁ ନଦୀ ଉପରେ ପୋଲ ନିର୍ମାଣ ହୋଇପାରୁ ନ ଥିବାରୁ ଗ୍ରାମବାସୀ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ଏପରିକି ଗ୍ରାମରେ ବିବାହ ଉତ୍ସବ ଅନୁଷ୍ଠିତ ହେଲେ ଯାନବାହନ ଯାଇ ପାରୁ ନ ଥିବାରୁ ବର କନ୍ୟା ଚାଲି ଚାଲି ଯାଇଥାନ୍ତି। ନିର୍ବାଚନ ପୂର୍ବରୁ ନେତାମାନେ ପୋଲ ନିର୍ମାଣର ପ୍ରତିଶ୍ରୁତି ଦେଇ ପରେ ଏହାକୁ ଭୁଲି ଯାଆନ୍ତି। ଅନେକ ସମୟରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ, ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଛି। କୌଣସି ସୁଫଳ ମିଳିନାହଁି। ପୋଲ ସମସ୍ୟା ନ ସୁଧୁରିଲେ ଆସନ୍ତା ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ମୌଳିକ ସୁବିଧା ପାଇବା ପାଇଁ ୧୦୦ରୁ ଊର୍ଦ୍ଧ୍ୱ ପରିବାର ବହୁତ ହଇରାଣ ହେଉଛନ୍ତି। ରାସ୍ତା ଓ ପାଣି ସମସ୍ୟା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ବନ୍ୟା ହେଲେ ଗ୍ରାମବାସୀ ଦିନ ଦିନ ଧରି ଜଳବନ୍ଦୀ ହୋଇ ରହୁଛନ୍ତି। ଘରୁ ପଦାକୁ ବାହାରିବା ଠପ୍‌ ହୋଇଯାଏ। ବଜାରକୁ ଆସିବା ପାଇଁ ପାଣି ଭିତରେ ପଶି ଆସିବାକୁ ପଡ଼େ। ଗଙ୍ଗାହାର ନଦୀ ପାଖରେ ରହିଥିବା ଏହି ଉପାନ୍ତ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ । ଫଳରେ ରୋଗୀଙ୍କୁ ଖଟିଆରେ ବୋହି ଆଣିବାକୁ ପଡ଼ିଥାଏ। ବର୍ଷା କିମ୍ବା ବନ୍ୟା ସମୟରେ ପିଲାମାନେ ସ୍କୁଲକୁ ଯିବା ସମ୍ଭବପର ହୁଏନାହିଁ। ବନ୍ୟା ପାଣିରେ ଅଧିକାଂଶ ନଳକୂଅ ବୁଡ଼ିଯାଏ। ପିଇବା ପାଣି ପାଇଁ ଗ୍ରାମବାସୀ ଭାରି କଲବଲ ହୁଅନ୍ତି। ଗାଁରେ କାହାର ଝିଅ ବାହାଘର ହେଲେ ପୋଲ ଆରପଟ ଥିବା କାକବରେଇ ଗାଁରେ ଗାଡ଼ି ରଖି ବର ଓ ବରଯାତ୍ରୀ ଚାଲି ଚାଲି ଆସିଥାନ୍ତି। ଗାଁକୁ ରାସ୍ତା ଓ ନଦୀ ଉପରେ ପୋଲ ନିର୍ମାଣ ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ। ହେଲେ ବିଡ଼ମ୍ବନା, କେହି ଗୁରୁତ୍ୱ ଦେଇନାହାନ୍ତି। ଶେଷରେ ଭାଗ୍ୟକୁ ଆଦରି ନଦୀ ଉପରେ ନିଜସ୍ବ ଶ୍ରମଦାନ ଓ ଟଙ୍କା ଖର୍ଚ୍ଚ କରି ବାଉଁଶ ପୋଲ ତିଆରି କରିଛନ୍ତି ଗ୍ରାମବାସୀ। ସେପଟେ ନଦୀବନ୍ଧରେ ପଥରପ୍ୟାକିଂ କରାଯାଇ ନ ଥିବାରୁ ଅତଡ଼ା ଧସିବା ସହ କୂଳ ଖାଉଛି। ଗ୍ରାମବାସୀଙ୍କ ପାଇଁ ବର୍ତ୍ତମାନ ଏହା ବଡ଼ ବିପଦ ସାଜିଛି। ଏପରି ପରିସ୍ଥିତିରେ ୫ରୁ ୭ପରିବାର ଗ୍ରାମ ଛାଡ଼ି ଅନ୍ୟତ୍ର ବସବାସ କରିଲେଣି। ଏପରିି ହେଲେ ଆଗାମୀ ଦିନରେ ଉକ୍ତ ଗ୍ରାମ ଜନଶୂନ୍ୟ ହେବାର ଆଶଙ୍କା ଦେଖାଦେଇଛି। ଏହାର ପ୍ରତିବାଦରେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ପ୍ରଭାକର ପ୍ରଧାନ, ସନ୍ତୋଷ ସାନ୍ତରା, ମଧୁ ପ୍ରଧାନ, ଅରୁଣ ପ୍ରଧାନ, ବାବୁଲି ସାନ୍ତରା, ରଘୁନାଥ ପ୍ରଧାନ, ଗଜେନ୍ଦ୍ର ଜେନା, ରମାକାନ୍ତ ଜେନା, ବୃନ୍ଦାବନ ଜେନା, ଚୈତନ୍ୟ ସାନ୍ତରା, ହରିଶ୍ଚନ୍ଦ୍ର ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏନେଇ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କହନ୍ତି, ଗତ ୬ମାସ ପୂର୍ବରୁ ହୋଇଥିବା ଜିଲା ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉକ୍ତ ଅଞ୍ଚଳକୁ ସାମିଲ୍‌ କରାଯାଇଛି। ଗୁଡ୍‌ଦା ପଞ୍ଚାୟତରୁ ଗଣ୍ଡର୍ଦା, କାନପୁର, ବରବାଙ୍କରୁ ପଦ୍ମପୁର ଦେଇ ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣ ହେଲେ ବରବାଙ୍କ ପୋଲ ନିର୍ମାଣ ହେବ। ଚଳିତବର୍ଷ ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ହେବା ନେଇ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୪।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri