ବିବାହ ପାଇଁ ଚାଲି ଚାଲି ଯାଆନ୍ତି ବରକନ୍ୟା

ବାଲେଶ୍ୱର ଅଫିସ, ୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀ ଅଞ୍ଚଳବାସୀଙ୍କ ଗମନାଗମନରେ ବାଧକ ସାଜିଛି। କାହିଁ କେଉଁ ଆବାହମାନ କାଳରୁ ବରବାଙ୍କ ଗ୍ରାମର ଶତାଧିକ ପରିବାର ନଦୀ ଉପରେ ଏକ ବାଉଁଶ ପୋଲ ନିର୍ମାଣ କରି ଯା’ଆସ କରୁଛନ୍ତି। ବର୍ଷାଦିନେ ସେମାନଙ୍କୁ ଜଳବନ୍ଦୀରେ ରହିବାକୁ ପଡ଼ିଥାଏ। ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତି ଅଭାବରୁ ନଦୀ ଉପରେ ପୋଲ ନିର୍ମାଣ ହୋଇପାରୁ ନ ଥିବାରୁ ଗ୍ରାମବାସୀ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ଏପରିକି ଗ୍ରାମରେ ବିବାହ ଉତ୍ସବ ଅନୁଷ୍ଠିତ ହେଲେ ଯାନବାହନ ଯାଇ ପାରୁ ନ ଥିବାରୁ ବର କନ୍ୟା ଚାଲି ଚାଲି ଯାଇଥାନ୍ତି। ନିର୍ବାଚନ ପୂର୍ବରୁ ନେତାମାନେ ପୋଲ ନିର୍ମାଣର ପ୍ରତିଶ୍ରୁତି ଦେଇ ପରେ ଏହାକୁ ଭୁଲି ଯାଆନ୍ତି। ଅନେକ ସମୟରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ, ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଛି। କୌଣସି ସୁଫଳ ମିଳିନାହଁି। ପୋଲ ସମସ୍ୟା ନ ସୁଧୁରିଲେ ଆସନ୍ତା ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ମୌଳିକ ସୁବିଧା ପାଇବା ପାଇଁ ୧୦୦ରୁ ଊର୍ଦ୍ଧ୍ୱ ପରିବାର ବହୁତ ହଇରାଣ ହେଉଛନ୍ତି। ରାସ୍ତା ଓ ପାଣି ସମସ୍ୟା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ବନ୍ୟା ହେଲେ ଗ୍ରାମବାସୀ ଦିନ ଦିନ ଧରି ଜଳବନ୍ଦୀ ହୋଇ ରହୁଛନ୍ତି। ଘରୁ ପଦାକୁ ବାହାରିବା ଠପ୍‌ ହୋଇଯାଏ। ବଜାରକୁ ଆସିବା ପାଇଁ ପାଣି ଭିତରେ ପଶି ଆସିବାକୁ ପଡ଼େ। ଗଙ୍ଗାହାର ନଦୀ ପାଖରେ ରହିଥିବା ଏହି ଉପାନ୍ତ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ । ଫଳରେ ରୋଗୀଙ୍କୁ ଖଟିଆରେ ବୋହି ଆଣିବାକୁ ପଡ଼ିଥାଏ। ବର୍ଷା କିମ୍ବା ବନ୍ୟା ସମୟରେ ପିଲାମାନେ ସ୍କୁଲକୁ ଯିବା ସମ୍ଭବପର ହୁଏନାହିଁ। ବନ୍ୟା ପାଣିରେ ଅଧିକାଂଶ ନଳକୂଅ ବୁଡ଼ିଯାଏ। ପିଇବା ପାଣି ପାଇଁ ଗ୍ରାମବାସୀ ଭାରି କଲବଲ ହୁଅନ୍ତି। ଗାଁରେ କାହାର ଝିଅ ବାହାଘର ହେଲେ ପୋଲ ଆରପଟ ଥିବା କାକବରେଇ ଗାଁରେ ଗାଡ଼ି ରଖି ବର ଓ ବରଯାତ୍ରୀ ଚାଲି ଚାଲି ଆସିଥାନ୍ତି। ଗାଁକୁ ରାସ୍ତା ଓ ନଦୀ ଉପରେ ପୋଲ ନିର୍ମାଣ ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ। ହେଲେ ବିଡ଼ମ୍ବନା, କେହି ଗୁରୁତ୍ୱ ଦେଇନାହାନ୍ତି। ଶେଷରେ ଭାଗ୍ୟକୁ ଆଦରି ନଦୀ ଉପରେ ନିଜସ୍ବ ଶ୍ରମଦାନ ଓ ଟଙ୍କା ଖର୍ଚ୍ଚ କରି ବାଉଁଶ ପୋଲ ତିଆରି କରିଛନ୍ତି ଗ୍ରାମବାସୀ। ସେପଟେ ନଦୀବନ୍ଧରେ ପଥରପ୍ୟାକିଂ କରାଯାଇ ନ ଥିବାରୁ ଅତଡ଼ା ଧସିବା ସହ କୂଳ ଖାଉଛି। ଗ୍ରାମବାସୀଙ୍କ ପାଇଁ ବର୍ତ୍ତମାନ ଏହା ବଡ଼ ବିପଦ ସାଜିଛି। ଏପରି ପରିସ୍ଥିତିରେ ୫ରୁ ୭ପରିବାର ଗ୍ରାମ ଛାଡ଼ି ଅନ୍ୟତ୍ର ବସବାସ କରିଲେଣି। ଏପରିି ହେଲେ ଆଗାମୀ ଦିନରେ ଉକ୍ତ ଗ୍ରାମ ଜନଶୂନ୍ୟ ହେବାର ଆଶଙ୍କା ଦେଖାଦେଇଛି। ଏହାର ପ୍ରତିବାଦରେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ପ୍ରଭାକର ପ୍ରଧାନ, ସନ୍ତୋଷ ସାନ୍ତରା, ମଧୁ ପ୍ରଧାନ, ଅରୁଣ ପ୍ରଧାନ, ବାବୁଲି ସାନ୍ତରା, ରଘୁନାଥ ପ୍ରଧାନ, ଗଜେନ୍ଦ୍ର ଜେନା, ରମାକାନ୍ତ ଜେନା, ବୃନ୍ଦାବନ ଜେନା, ଚୈତନ୍ୟ ସାନ୍ତରା, ହରିଶ୍ଚନ୍ଦ୍ର ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏନେଇ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କହନ୍ତି, ଗତ ୬ମାସ ପୂର୍ବରୁ ହୋଇଥିବା ଜିଲା ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉକ୍ତ ଅଞ୍ଚଳକୁ ସାମିଲ୍‌ କରାଯାଇଛି। ଗୁଡ୍‌ଦା ପଞ୍ଚାୟତରୁ ଗଣ୍ଡର୍ଦା, କାନପୁର, ବରବାଙ୍କରୁ ପଦ୍ମପୁର ଦେଇ ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣ ହେଲେ ବରବାଙ୍କ ପୋଲ ନିର୍ମାଣ ହେବ। ଚଳିତବର୍ଷ ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ହେବା ନେଇ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri