ଡିଜିପି ଅଫିସ ଘେରିଲା ଭାଜପା

କଟକ ଅଫିସ, ୯ା୧: କଟକ ଜିଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଗତ ୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ଭାଜପା ପୂର୍ବରୁ ରାଜ୍ୟର ସମସ୍ତ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲାବେଳେ ଶୁକ୍ରବାର କଟକସ୍ଥିତ ଡିଜିପି ଅଫିସ ଘେରାଉ କରିଥିଲା। ଭାଜପାର ୨୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ କାର୍ଯ୍ୟାଳୟ ଭିତରେ ଡିଜିପିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରୁଥିବାବେଳେ ବାହାରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ବାହାରେ ଭାଜପା କର୍ମୀ ଓ ପୋଲିସ କର୍ମଚାରୀ ଠେଲାପେଲା ହେବା ସହ ଧସ୍ତାଧସ୍ତି ହୋଇଥିଲେ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଅନ୍ୟ ଯେଉଁମାନଙ୍କ ନଁାରେ ଏତଲା ଦିଆଯାଇଛି, ତୁରନ୍ତ ସମସ୍ତଙ୍କୁ ଗିରଫ କରିବା ପାଇଁ ଭାଜପା ନେତାମାନେ ଦାବି କରିଥିଲେ। ଏନେଇ ଡିଜିପି ଅସହାୟ ପ୍ରକାଶ କରିଥିଲେ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଆଗାମୀ ଦଶଦିନ ମଧ୍ୟରେ ଜଣେ ଡିଆଇଜି ର଼୍ୟାଙ୍କ୍‌ର ଅଫିସର ଉକ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବେ ବୋଲି ଡିଜିପି ଅଭୟ ପ୍ରତିଶ୍ରୁତି ଦେଇଛନ୍ତି।
ଶୁକ୍ରବାର ପୂର୍ବାହ୍ନରେ କଟକ ମାତାମଠଠାରୁ ଶତାଧିକ ଭାଜପା କର୍ମୀ ବିରାଟ ଶୋଭାଯାତ୍ରାରେ ବାହାରି ଡିଜିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ କଟକ ଜିଲା ସଭାପତି ପ୍ରକାଶ ବେହେରାଙ୍କ ପୌରୋହିତ୍ୟରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ମାହାଙ୍ଗା ଡବଲ୍‌ ମର୍ଡର ଘଟଣାର ଉପଯୁକ୍ତ ତଦନ୍ତ ହେବା ସହ ସେମାନଙ୍କ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଭାଜପା ଲଢେଇ ଜାରି ରଖିବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଏହି ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ତେଣୁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀପଦରୁ ତାଙ୍କୁ ବହିଷ୍କାର କରାଯିବା ସହିତ ଏତଲାରେ ଉଲ୍ଲେଖ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ବକ୍ତାମାନେ ଦାବି କରିଥିଲେ। ଏହି ହତ୍ୟା ପଛରେ ଶାସକ ଦଳର ଲୋକଙ୍କ ସହିତ ସ୍ଥାନୀୟ ଅତିରିକ୍ତ ଏସ୍‌ପିଙ୍କ ସମ୍ପୃକ୍ତି ରହିଛି। ପୋଲିସ ସରକାରଙ୍କ ଗୁଣ୍ଡାଭଳି ଆଚରଣ କରୁଛି ବୋଲି ଭାଜପା ଅଭିଯୋଗ କରିଛି।
୨୦୧୭ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୧୫ଟି ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ୧୫ ଜଣ ଭାଜପା ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଛି। ହେଲେ ପୋଲିସ ଅଧିକାଂଶ ମାମଲାରେ ଚାର୍ଜଶିଟ୍‌ ଦାଖଲ କରିନାହିଁ। ଏ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ପୂର୍ବରୁ ଡିଜିପି ଅଭୟଙ୍କୁ ଏକ ଚିଠି ଲେଖିଥିଲେ। ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଏମ୍‌ପି ଷଡଙ୍ଗୀ ସଭାରେ ଦାବି କରିଥିଲେ। ନାରୀ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ଓ ଚାଇଲ୍ଡ ପନୋଗ୍ରାଫିରେ ପ୍ରଥମ ବୋଲି ଏମ୍‌ପି ଷଡଙ୍ଗୀ କହିଛନ୍ତି। ସମଗ୍ର ରାଜ୍ୟରେ ଏବେ ହାଜତମୃତ୍ୟୁ ଠାରୁ ଆରମ୍ଭ କରି ଶିଶୁ ନିଖୋଜ ଓ ଅପହରଣ, ବଳାତ୍କାର, ହତ୍ୟା, ନୟାଗଡ ନାବାଳିକାଙ୍କୁ ନ୍ୟାୟ ପ୍ରଦାନରେ ଚଞ୍ଚକତା, ଚୋରି, ଡକାୟତି, ରାହାଜାନି, ନିଶା ଓ ବେଆଇନ ବନ୍ଧୁକ କାରବାର ଏବଂ ବଟି ଆଦାୟ ଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ପୋଲିସ ସ୍ଥାଣୁ ପାଲଟି ଯାଇଛି ବୋଲି ଭାଜପା ନେତୃବୃନ୍ଦମାନେ କହିଥିଲେ।
ଆନ୍ଦୋଳନକାରୀମାନେ ଡିଜିପି ଅଫିସ ଘେରାଉ କରିବା ପରେ ୨୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଡିଜିପିଙ୍କୁ ସାକ୍ଷାତ କରିଥିଲେ। ଡିଜିପିଙ୍କୁ ସ୍ମାରକପତ୍ର ଦେବା ସହ ପ୍ରାୟ ୩ ଘଣ୍ଟା କାଳ ଆଲୋଚନା କରିଥିଲେ। ଏହି ଘେରାଉରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ବିଜୟପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଭାଜପା ରାଜ୍ୟ ଉପସଭାପତି ପ୍ରଭାତୀ ପରିଡ଼ା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଅମର ନାୟକ,ଗୌତମ ରାୟ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଦେବାଶିଷ ରାୟ, ରାଜ୍ୟ ଅନୁସୂଚିତ ଜାତି ସଭାପତି ବିଭୁ ପ୍ରସାଦ ତରାଇ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଧାୟକ ଜୟନ୍ତ ଷଡଙ୍ଗୀ, ପ୍ରକାଶ ସୋରେନ୍‌, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ସୁଦୀପ୍ତ ରାୟ, ଅନୁ ଚୌଧୁରୀ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ନୟନ କିଶୋର ମହାନ୍ତି, ସଂଖ୍ୟାଲଘୁ ସେଲ୍‌ର ମୁଖ୍ୟ ସିକନ୍ଦର ଅଲ୍ଲି, ଲଲାଟେନ୍ଦୁ ଦାସ, ବାବୁ ସିଂହ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?