ଡିଜିପି ଅଫିସ ଘେରିଲା ଭାଜପା

କଟକ ଅଫିସ, ୯ା୧: କଟକ ଜିଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଗତ ୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ଭାଜପା ପୂର୍ବରୁ ରାଜ୍ୟର ସମସ୍ତ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲାବେଳେ ଶୁକ୍ରବାର କଟକସ୍ଥିତ ଡିଜିପି ଅଫିସ ଘେରାଉ କରିଥିଲା। ଭାଜପାର ୨୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ କାର୍ଯ୍ୟାଳୟ ଭିତରେ ଡିଜିପିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରୁଥିବାବେଳେ ବାହାରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ବାହାରେ ଭାଜପା କର୍ମୀ ଓ ପୋଲିସ କର୍ମଚାରୀ ଠେଲାପେଲା ହେବା ସହ ଧସ୍ତାଧସ୍ତି ହୋଇଥିଲେ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଅନ୍ୟ ଯେଉଁମାନଙ୍କ ନଁାରେ ଏତଲା ଦିଆଯାଇଛି, ତୁରନ୍ତ ସମସ୍ତଙ୍କୁ ଗିରଫ କରିବା ପାଇଁ ଭାଜପା ନେତାମାନେ ଦାବି କରିଥିଲେ। ଏନେଇ ଡିଜିପି ଅସହାୟ ପ୍ରକାଶ କରିଥିଲେ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଆଗାମୀ ଦଶଦିନ ମଧ୍ୟରେ ଜଣେ ଡିଆଇଜି ର଼୍ୟାଙ୍କ୍‌ର ଅଫିସର ଉକ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବେ ବୋଲି ଡିଜିପି ଅଭୟ ପ୍ରତିଶ୍ରୁତି ଦେଇଛନ୍ତି।
ଶୁକ୍ରବାର ପୂର୍ବାହ୍ନରେ କଟକ ମାତାମଠଠାରୁ ଶତାଧିକ ଭାଜପା କର୍ମୀ ବିରାଟ ଶୋଭାଯାତ୍ରାରେ ବାହାରି ଡିଜିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ କଟକ ଜିଲା ସଭାପତି ପ୍ରକାଶ ବେହେରାଙ୍କ ପୌରୋହିତ୍ୟରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ମାହାଙ୍ଗା ଡବଲ୍‌ ମର୍ଡର ଘଟଣାର ଉପଯୁକ୍ତ ତଦନ୍ତ ହେବା ସହ ସେମାନଙ୍କ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଭାଜପା ଲଢେଇ ଜାରି ରଖିବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଏହି ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ତେଣୁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀପଦରୁ ତାଙ୍କୁ ବହିଷ୍କାର କରାଯିବା ସହିତ ଏତଲାରେ ଉଲ୍ଲେଖ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ବକ୍ତାମାନେ ଦାବି କରିଥିଲେ। ଏହି ହତ୍ୟା ପଛରେ ଶାସକ ଦଳର ଲୋକଙ୍କ ସହିତ ସ୍ଥାନୀୟ ଅତିରିକ୍ତ ଏସ୍‌ପିଙ୍କ ସମ୍ପୃକ୍ତି ରହିଛି। ପୋଲିସ ସରକାରଙ୍କ ଗୁଣ୍ଡାଭଳି ଆଚରଣ କରୁଛି ବୋଲି ଭାଜପା ଅଭିଯୋଗ କରିଛି।
୨୦୧୭ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୧୫ଟି ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ୧୫ ଜଣ ଭାଜପା ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଛି। ହେଲେ ପୋଲିସ ଅଧିକାଂଶ ମାମଲାରେ ଚାର୍ଜଶିଟ୍‌ ଦାଖଲ କରିନାହିଁ। ଏ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ପୂର୍ବରୁ ଡିଜିପି ଅଭୟଙ୍କୁ ଏକ ଚିଠି ଲେଖିଥିଲେ। ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଏମ୍‌ପି ଷଡଙ୍ଗୀ ସଭାରେ ଦାବି କରିଥିଲେ। ନାରୀ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ଓ ଚାଇଲ୍ଡ ପନୋଗ୍ରାଫିରେ ପ୍ରଥମ ବୋଲି ଏମ୍‌ପି ଷଡଙ୍ଗୀ କହିଛନ୍ତି। ସମଗ୍ର ରାଜ୍ୟରେ ଏବେ ହାଜତମୃତ୍ୟୁ ଠାରୁ ଆରମ୍ଭ କରି ଶିଶୁ ନିଖୋଜ ଓ ଅପହରଣ, ବଳାତ୍କାର, ହତ୍ୟା, ନୟାଗଡ ନାବାଳିକାଙ୍କୁ ନ୍ୟାୟ ପ୍ରଦାନରେ ଚଞ୍ଚକତା, ଚୋରି, ଡକାୟତି, ରାହାଜାନି, ନିଶା ଓ ବେଆଇନ ବନ୍ଧୁକ କାରବାର ଏବଂ ବଟି ଆଦାୟ ଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ପୋଲିସ ସ୍ଥାଣୁ ପାଲଟି ଯାଇଛି ବୋଲି ଭାଜପା ନେତୃବୃନ୍ଦମାନେ କହିଥିଲେ।
ଆନ୍ଦୋଳନକାରୀମାନେ ଡିଜିପି ଅଫିସ ଘେରାଉ କରିବା ପରେ ୨୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଡିଜିପିଙ୍କୁ ସାକ୍ଷାତ କରିଥିଲେ। ଡିଜିପିଙ୍କୁ ସ୍ମାରକପତ୍ର ଦେବା ସହ ପ୍ରାୟ ୩ ଘଣ୍ଟା କାଳ ଆଲୋଚନା କରିଥିଲେ। ଏହି ଘେରାଉରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ବିଜୟପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଭାଜପା ରାଜ୍ୟ ଉପସଭାପତି ପ୍ରଭାତୀ ପରିଡ଼ା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଅମର ନାୟକ,ଗୌତମ ରାୟ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଦେବାଶିଷ ରାୟ, ରାଜ୍ୟ ଅନୁସୂଚିତ ଜାତି ସଭାପତି ବିଭୁ ପ୍ରସାଦ ତରାଇ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଧାୟକ ଜୟନ୍ତ ଷଡଙ୍ଗୀ, ପ୍ରକାଶ ସୋରେନ୍‌, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ସୁଦୀପ୍ତ ରାୟ, ଅନୁ ଚୌଧୁରୀ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ନୟନ କିଶୋର ମହାନ୍ତି, ସଂଖ୍ୟାଲଘୁ ସେଲ୍‌ର ମୁଖ୍ୟ ସିକନ୍ଦର ଅଲ୍ଲି, ଲଲାଟେନ୍ଦୁ ଦାସ, ବାବୁ ସିଂହ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri