Posted inଜାତୀୟ

ଭାଜପା ସବୁଠୁ ଧନୀ ଦଳ

ନୂଆଦିଲ୍ଲୀ,୨୯ା୧: ଭାରତୀୟ ଜନତା ପାର୍ଟି (ଭାଜପା) ହେଉଛି ଦେଶର ସବୁଠୁ ଧନୀ ରାଜନୈତିକ ଦଳ। ୨୦୧୯-୨୦ରେ ୭ ଜାତୀୟ ଦଳ ସମ୍ପତ୍ତିର ମୂଲ୍ୟ ୬,୯୮୮.୫୭ କୋଟି ଥିବାବେଳେ ସେଥିରୁ ଭାଜପାର ସମ୍ପତ୍ତି ହେଉଛି ୪,୮୪୭.୭୮ କୋଟି ଟଙ୍କା। ଅର୍ଥାତ୍‌ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ନିକଟରେ ଦଳଗୁଡ଼ିକ ପକ୍ଷରୁ ଘୋଷଣା କରାଯାଇଥିବା ମୋଟ ସମ୍ପତ୍ତିର ପ୍ରାୟ ୭୦% କେବଳ ଭାଜପା ପାଖରେ ରହିଛି। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏନ୍‌ଜିଓ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ଶୁକ୍ରବାର ପ୍ରକାଶିତ ଏକ ରିପୋର୍ଟରୁ ଏହି ବିଷୟ ପ୍ରଘଟ ହୋଇଛି।
ଏଡିଆର୍‌ ଉକ୍ତ ରିପୋର୍ଟରେ ଦର୍ଶାଇଛି ଯେ, ୨୦୧୯-୨୦ରେ ୭ ଜାତୀୟ ଦଳ ପାଖରେ ମୋଟ ୬,୯୮୮.୫୭ କୋଟି ଟଙ୍କାର ସମ୍ପତ୍ତି ଥିଲା। ଏହାର ୬୯.୩୭% ଅର୍ଥାତ୍‌ ୪,୮୪୭.୭୮ କୋଟି ଟଙ୍କା ସମ୍ପତ୍ତି ହେଉଛି କେବଳ ଭାଜପାର। ଗୈରିକ ଦଳ ପଛକୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ରହିଥିଲା। ବିଏସ୍‌ପି ୬୯୮.୩୩ କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ହୋଇ ଦ୍ୱିତୀୟ ଧନୀ ଦଳ ପାଲଟିଥିଲା। ଏହି ଅବଧି ମଧ୍ୟରେ କଂଗ୍ରେସର ସମ୍ପତ୍ତି ମୂଲ୍ୟ ୫୮୮.୧୬ କୋଟି ହୋଇଥିବାବେଳେ ଭାରତର କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ (ସିପିଆଇଏମ୍‌) ୫୬୯.୫୧୯ କୋଟି ଟଙ୍କାର ସମ୍ପତ୍ତି ରଖିଥିଲା। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନିକଟରେ ୨୪୭.୭୮ କୋଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ୨୯.୭୮ କୋଟି ଏବଂ ଶରଦ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ୮.୨୦ କୋଟି ଟଙ୍କା ମୂଲ୍ୟ ସମ୍ପତ୍ତି ଘୋଷଣା କରିଥିବା ଏଡିଆର୍‌ କହିଛି। ଅନ୍ୟପକ୍ଷେ ଜାତୀୟ ଦଳଗୁଡ଼ିକ ଉପରେ ୭୪.୨୭ କୋଟି ଋଣ ଥିବାବେଳେ ତହିଁରୁ ସର୍ବାଧିକ ୪୯.୫୫ କୋଟି ଟଙ୍କା କେବଳ କଂଗ୍ରେସ ନେଇଛି। ୨୦୧୮-୧୯ରେ ୭ ଜାତୀୟ ଦଳ ମଧ୍ୟରୁ ଭାଜପାର ମୋଟ ସମ୍ପତ୍ତି ୫୪.୨୯% ବୃଦ୍ଧି ପାଇଥିବା ଏଡିଆର୍‌ର ୨୦୨୧ ବିଶ୍ଳେଷଣରୁ ଜଣାପଡ଼ିଛି।
ଅନୁରୂପ ଭାବେ ୪୪ ଆଞ୍ଚଳିକ ଦଳ ମଧ୍ୟ ସେମାନଙ୍କ ମୋଟ ସମ୍ପତ୍ତି ୨,୧୨୯.୩୮ କୋଟି ଟଙ୍କା ବୋଲି ଘୋଷଣା କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି) ପାଖରେ ସର୍ବାଧିକ ୫୬୩.୪୭ କୋଟି ଟଙ୍କାର ସମ୍ପତ୍ତି ରହିଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ନିକଟରେ ୩୦୧.୪୭ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ଏଆଇଏଡିଏମ୍‌କେ ୨୬୭.୬୧ କୋଟିର ସମ୍ପତ୍ତି ରଖିଥିବା ଘୋଷଣା କରିଥିଲା। ସବୁଠୁ ୧୦ ଧନୀ ଦଳ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶିବସେନା (୧୮୫.୯୦ କୋଟି), ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ (୧୮୪.୨୪ କୋଟି) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ୪୫.୦୯ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଥିବା ଏଡିଆର୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri