ରାତାରାତି ବଦଳିଗଲା ନିର୍ବାଚନୀ ଚିହ୍ନ

ବରଗଡ଼ ଅଫିସ୍‌,୨୯।୧: ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ଘଡ଼ିକେ ଘୋଡ଼ା ଛୁଟୁଛି। ଜିଲାର ଅମ୍ବାଭୋନା ବ୍ଲକର ଜିଲା ପରିଷଦ ଜୋନ-୨ରୁ କଂଗ୍ରେସ ଓ ଭାଜପା ପ୍ରାର୍ଥିନୀ ନାମାଙ୍କନ ପ୍ରତ୍ୟାହାର କରିବା ପରେ ସହଜରେ ବିଜେଡ଼ି ଏହି ଆସନକୁ ହାତେଇ ପାରିଛି ଏବଂ ଏହି ଆସନରୁ ରାଜ୍ୟରେ ପଞ୍ଚାୟତ ଭୋଟ୍‌ରେ ବିଜେଡ଼ି ଖାତା ଖୋଲିଛି। ଏହି ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଉକ୍ତ ବ୍ଲକ ଅନ୍ତର୍ଗତ ଲଖନପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ସୀମାନ୍ତ କୁମାର ସାହୁଙ୍କ ନିର୍ବାଚନୀ ଚିହ୍ନ ରାତାରାତି ବଦଳିଯିବା ଏବେ ଆଲୋଚନାର ବିଷୟ ହୋଇଛି। ଏ ନେଇ ଶୁକ୍ରବାର ସରପଞ୍ଚ ପ୍ରାର୍ଥୀ ସୀମାନ୍ତ ବରଗଡ଼ ଉପଜିଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କ ନିକଟରେ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି।
ପ୍ରକାଶ ଯେ, ଲଖନପୁର ପଞ୍ଚାୟତର ସରପଞ୍ଚ ଆସନ ପାଇଁ ୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତ ୨୫ତାରିଖରେ ପ୍ରଥମେ ପ୍ରକାଶିତ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ତାଲିକାରେ ପ୍ରାର୍ଥୀ ସୀମାନ୍ତଙ୍କୁ ଖୋଲାଛତା ଚିହ୍ନ ମିଳିଥିଲା ଏବଂ ସେ ନେଇ ପଞ୍ଚାୟତ ନୋଟିସ ବୋର୍ଡ଼ରେ ମଧ୍ୟ ଉଲ୍ଲେଖ ରହିଥିବା ସୀମାନ୍ତ କହିଛନ୍ତି। ଏହାପରେ ସେ ସେହି ଚିହ୍ନକୁ ନେଇ ବ୍ୟାନର, ପୋଷ୍ଟର ଛାପିଥିବାବେଳେ ତାଙ୍କ ସମର୍ଥକଙ୍କୁ ଖୋଲାଛତାରେ ପ୍ରଚାର କରିବାକୁ କହିଥିବା ସୀମାନ୍ତ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ତାହା ପରିବର୍ତ୍ତନ କରାଯାଇ ଅନ୍ୟ ଏକ ତାଲିକାରେ ସୀମାନ୍ତଙ୍କୁ ଲଙ୍ଗଳ ଚିହ୍ନ ମିଳିଥିବା ନେଇ ଉଲ୍ଲେଖ ରହିଛି ଏବଂ ଏହାକୁ ନେଇ ତାଙ୍କ ସମର୍ଥକ ତଥା ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିଥିବା ସେ କହିଛନ୍ତି। ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ଉପଜିଲାପାଳଙ୍କୁ ନିବେଦନ କରିଛନ୍ତି। ଏହି ପଞ୍ଚାୟତର ଅନ୍ୟ ୨ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ବଦଳିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଲହରରେ ୩୭ ପିଲାଙ୍କ ମୃତ୍ୟୁ

ଭୁବନେଶ୍ୱର, ୧।୯(ବ୍ୟୁରୋ):ରାଜ୍ୟରେ କରୋନା ପୁଣି ଜଣେ ଶିଶୁର ଜୀବନ ନେଇଛି। ଏଥିସହ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏମାନଙ୍କ...

ଅସୁରକ୍ଷିତ ବାହାବଳପୁର ଜେଟି

ରୂପ୍‌ସା, ୨୯।୧୧-ଶତାଧିକ ମତ୍ସ୍ୟଜୀବୀଙ୍କୁ ଦାନାପାଣି ଯୋଗାଉଥିବା ବାହାବଳପୁର ମାଛଧରା ଜେଟି ଦିନକୁ ଦିନ ସ୍ଥିତି ହରାଇବାକୁ ବସିଛି। ଜଳକା ନଦୀର ଶାଖା ନାଳ ସଂଲଗ୍ନ ମୁହାଣରେ...

ବଲାଙ୍ଗୀର ମୋତିଲାଲ ଓସ୍ବାଲ-କିସ୍‌ ଜନଜାତି ଆବାସିକ ବିଦ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଅଫିସ, ୧୫।୨- ଭୁବନେଶ୍ୱର କିସ୍‌ ଜନଜାତି ଆବାସିକ ବିଦ୍ୟାଳୟ ବଲାଙ୍ଗୀର ଶାଖା ମୋତିଲାଲ ଓସ୍ବାଲ-କିସ୍‌ ବିଦ୍ୟାଳୟକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।...

ଏପ୍ରିଲ ସୁଦ୍ଧା ସବୁ ତହସିଲରେ ଭର୍ଚୁଆଲ କୋର୍ଟ: ମନ୍ତ୍ରୀ

ଭୁବନେଶ୍ବର, ୧୯।୩(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ଆଣିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବଜେଟ ବିଧାନସଭାରେ ଶନିବାର ଗୃହୀତ ହୋଇଯାଇଛି।...

ଶିଶୁ ଓ ନାବାଳିକା ଅସୁରକ୍ଷିତ : ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ ୭୧ଟି ନାବାଳିକା ବଳାତ୍କାର ମାମଲା ରୁଜୁ

ଭଦ୍ରକ ଅଫିସ, ୫।୮ : ଭଦ୍ରକ ଜିଲାରେ ଦିନକୁ ଦିନ ବାଳ ଅପରାଧ ଘଟଣା ବଢ଼ିଚାଲିଛି। ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ...

୧୫୦ ମିଲିସିଆ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୨ା୮(ସ୍ବ.ପ୍ର.): ମାଲକାନଗିରି ଏସ୍‌ପି ଓ ବିଏସ୍‌ଏଫ୍‌ ଡିଆଇଜିଙ୍କ ନିକଟରେ ସୋମବାର ୧୫୦ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗୁରୁପ୍ରିୟା ନିକଟସ୍ଥ ବିଏସ୍‌ଏଫ୍‌ ମାଓବାଦୀ କ୍ୟାମ୍ପ୍‌ରେ ଆତ୍ମସମର୍ପଣ...

ଭାଜପା ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ ଉଦ୍ୟମ: ହଡ଼ବଡେଇଲା ପୋଲିସ, ଅଟକାଇବାବେଳେ ରାସ୍ତାରେ ଶୋଇଲେ ମହିଳା କର୍ମୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି ଭାଜପା ମହିଳା ମୋର୍ଚ୍ଚା। ମଙ୍ଗଳବାର ଉଭୟ କଂଗ୍ରେସ ଓ ଭାଜପା ପକ୍ଷରୁ ପୁରୀ...

ବରଗଡ଼ ଜିଲାରେ ୨୧ରୁ ଖୋଲିବ ଧାନମଣ୍ଡି

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲାରେ ଆସନ୍ତା ୨୧ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ସହିତ ମଣ୍ଡି ଖୋଲିବ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ...

Advertisement
Archives

Model This Week