ସିବିଆଇ ତଦନ୍ତ ଦାବିକଲା ଭାଜପା

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦୋଷ ଘୋଡ଼ାଇବା ପାଇଁ ମୂଳରୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି। ହେଲେ ବିଚାର ବିଭାଗ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଥିବା ଭାଜପା ବିଧାୟକ ଦଳ ପକ୍ଷରୁ କୁହାଯାଇଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ୨୧ ମାସ ପରେ ହାଇକୋର୍ଟ ୧୮ ନଭେମ୍ବର ୨୦୧୯ରେ ୩ ଜଣିଆ ଏସ୍‌ଆଇଟି ଗଠନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତରାଞ୍ଚଳ ଡିଆଇଜି, ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି ୨୩ ଡିସେମ୍ବର ୨୦୧୯ରେ ଚୂଡ଼ାନ୍ତ ରିପୋର୍ଟ ହାଇକୋର୍ଟରେ ଉପସ୍ଥାପନ କରିଥିଲା। ପ୍ରତିଦିନ ଶିଶୁ ଓ ମହିଳା ବଳାତ୍କାର ଓ ହତ୍ୟାର ଶିକାର ହେଉଛନ୍ତି। ବିରୋଧୀଙ୍କ ଚାପରେ ରାଜ୍ୟ ସରକାର କେବଳ ଏସ୍‌ଆଇଟି ଗଠନ କରୁଥିଲେ ମଧ୍ୟ ଫଳ ଶୂନ ଆସୁଛି। ମମିତା ହତ୍ୟା ମାମଲାରେ ମଧ୍ୟ ରାଜ୍ୟ ସରକାର ଅପରାଧ ପଛର ଷଡ଼ଯନ୍ତ୍ରକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ କାମ କରୁଛନ୍ତି। ପୋଲିସ ଚଞ୍ଚକତା କରି ମାମଲାର ଷଡ଼ଯନ୍ତ୍ର ଦିଗକୁ ଲୁଚାଇ ତଦନ୍ତକୁ ବାଟବଣା କରୁଛି। ମମିତା ଘଟଣାରେ ତଦନ୍ତ ତଦାରଖ ପାଇଁ ହାଇକୋର୍ଟ ଅବସରପ୍ରାପ୍ତ ଜିଲାଜଜ୍‌ ଏ.ବି.ଏସ୍‌. ନାଇଡୁଙ୍କୁ ନିଯୁକ୍ତି କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପୂର୍ବ ତଦନ୍ତକାରୀ ସଂସ୍ଥା ମିଛ ତଦନ୍ତ ଓ ଭ୍ରମିତ ତଥ୍ୟ ପ୍ରମାଣ ଦେଇ ପ୍ରକୃତ ତଦନ୍ତକୁ ବାଟବଣା କରିବାର ଯଥେଷ୍ଟ ଆଶଙ୍କା ଅଛି। ଏସ୍‌ଆଇଟି ଗଠନ ହେଲେ ମଧ୍ୟ ପୂର୍ବ ଭଳି କୌଣସି ସୁଫଳ ମିଳିବ ନାହିଁ। ଏଭଳି ପରିସ୍ଥିତିରେ ସିବିଆଇ ତଦନ୍ତ ଉପଯୁକ୍ତ ହେବ। ତେଣୁ ତୁରନ୍ତ ସିବିଆଇ ତଦନ୍ତ କରାଯାଉ ବୋଲି ମୋହନ କହିଛନ୍ତି।
ଭାଜପା ବିଧାୟକଙ୍କ ଖବରଦାତା ସମ୍ମିଳନୀର ଜବାବରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ରାଜ୍ୟ ସରକାରଙ୍କ ନିବେଦନକ୍ରମେ ମମିତା ହତ୍ୟା ମାମଲାର ତଦନ୍ତକୁ ତଦାରଖ ପାଇଁ ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲା ଜଜ୍‌ଙ୍କୁ ନିଯୁକ୍ତ କରିଛନ୍ତି । ହେଲେ ଭାଜପାର ନ୍ୟାୟିକ ବ୍ୟବସ୍ଥା ଉପରେ କୌଣସି ଭରସା ନାହିଁ। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଭାଜପା ଯାହା କହିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଉଚ୍ଚ ନ୍ୟାୟାଳୟ ଦ୍ୱାରା ତଦାରଖ ହେଲେ ତଦନ୍ତରୁ ନ୍ୟାୟ ମିଳିବ ନାହିଁ ଦର୍ଶାଇ ଭାଜପା ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଭାଜପା ନ୍ୟାୟାଳୟ ଅପେକ୍ଷା ସିବିଆଇ ଉପରେ ଅଧିକ ଭରସା କରୁଛି । ଉଚ୍ଚ ନ୍ୟାୟାଳୟର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ସେମାନେ ଅଦାଲତଙ୍କ ଅବମାନନା ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ, ମମିତାଙ୍କ ପିତାମାତା ନିଜେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଚରିତ୍ର ସଂହାର ନ କରିବାକୁ ରାଜନୈତିକ ଦଳଙ୍କୁ ନିବେଦନ କରିଥିଲେ। ମାତ୍ର ଭାଜପା ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପୂରଣ ଲାଗି ବାରମ୍ବାର ଏହି ପ୍ରସଙ୍ଗର ରାଜନୀତୀକରଣ କରି ମମିତାଙ୍କ ପରିବାରକୁ ମାନସିକ ଆଘାତ ଦେଇ ଚାଲିଛି ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୩୦୫ କରୋନା ପଜିଟିଭ୍‌ ଚିହ୍ନଟ: ୩ ମୃତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ...

ରାଜ୍ୟର ୪ ପ୍ରମୁଖ ସ୍ଥାନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର,୧୪।୫(ଡି.ଏନ.ଏ.)-ରାଜ୍ୟର ୪ଟି ପ୍ରମୁଖ ସ୍ଥାନରେ ଗୁରୁବାର ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ପ୍ରବାସୀମାନେ ଆସି ପହଞ୍ଚିଛନ୍ତି। ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଭଦ୍ରକ, ଖୋର୍ଦ୍ଧା,...

ଏଣିକି ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍‌

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟର ଅନେକ ଅଞ୍ଚଳ ରହିଛି, ଯେଉଁଠିକି ଯୋଗାଯୋଗର କୌଣସି ମାଧ୍ୟମ ନାହିଁ। ତେଣୁ ଉକ୍ତ ଅଞ୍ଚଳର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ...

ବର୍ଷେ ପରେ ମିଳିଲା ପରିଚୟ: ପରିବାର ସହ ଆସାମ ଗଲେ ମହିଳା

ଲଖନପୁର,୨୪।୧: ଝାରସୁଗଡ଼ା ଜିଲା କଣ୍ଟାପାଲିଠାରେ ଜିଲା ପ୍ରଶାସନ ତରଫରୁ ଜିଲା ଖଣିଜ ପାଣ୍ଠି ଅନୁଦାନରେ ଏକ ମାନସିକ ଅନଗ୍ରସର (ମହିଳା)ଙ୍କ ଥଇଥାନ ପାଇଁ ମିଶନ ଆଶ୍ରା...

ଯାଜପୁରରେ ସର୍ବାଧିକ ସକ୍ରିୟ ସଂକ୍ରମିତ

ଭୁବନେଶ୍ୱର, ୨୭ା୫ (ବ୍ୟୁରୋ)- ରାଜ୍ୟରେ ଆଉ ୬୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚତ୍ଛି। ସେହିପରି...

ମୃତକଙ୍କୁ ମିଳୁଛି, ଭିନ୍ନକ୍ଷମଙ୍କୁ ନୁହେଁ

ଯାଜପୁର ଅଫିସ, ୧୧ା୧: ଯାଜପୁର ଜିଲାରେ ମୃତ ବ୍ୟକ୍ତିଙ୍କ ନାମରେ ନକଲି ଟିପ ଚିହ୍ନ ଦେଇ ଭତ୍ତା ଉଠା ଯାଉଥିବାବେଳେ ପ୍ରକୃତ ହିତାଧିକାରୀ ଏହି ଯୋଜନାର...

ବିପର୍ଯ୍ୟୟ ମୁକାବିଲା: ଓଡ଼ିଶାକୁ ମିଳିବ ୨୧ ଶହ କୋଟି

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁଯାୟୀ ରାଜ୍ୟକୁ ୨୦୨୦-୨୧ ଆର୍ଥ୍‌ତ୍କବର୍ଷ ପାଇଁ ୨୧ ଶହ କୋଟି ଟଙ୍କା ପ୍ରଦାନ କରିବାକୁ କେନ୍ଦ୍ର ସରକାର ସବୁଜ...

ଚିତ୍ରକଳାରେ ଓଡ଼ିଶାର କଳା, ଭାସ୍କର୍ଯ୍ୟ

ଭୁବନେଶ୍ୱର, ୭।୪ (ବ୍ୟୁରୋ): ମଧ୍ୟପ୍ରଦେଶର ଭୋପାଳରେ ‘ଫାଉଣ୍ଡେଶନ ଅଫ ଆର୍ଟ ଆଣ୍ଡ କଲ୍‌ଚର’ ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ ମଙ୍ଗଳବାର ‘ଅନୱାର୍ଡ଼...

Advertisement
Archives

Model This Week