କୃଷି ବିଲ୍‌ରେ ବିଜେଡି ଅସ୍ପଷ୍ଟ

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପଦାଙ୍କ ଅନୁସରଣ କରି ବିବାଦୀୟ ୩ କୃଷି ଆଇନ ଢାଞ୍ଚାରେ ରାଜ୍ୟ ସରକାର ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପ୍ରାଣୀସମ୍ପଦ ବିପଣନ(ବିକାଶ ଓ ସୁଗମତା) ବିଲ୍‌-୨୦୨୦ ଆଣିବାକୁ ଯୋଜନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୨୦୨୦ ନଭେମ୍ବର ୨୫ରେ ବିଧାନସଭାରେ ଉକ୍ତ ବିଲ୍‌କୁ ଉପସ୍ଥାପନ କରିଥିଲେ। ତେବେ ବିରୋଧୀ ଦଳ ପ୍ରତିବାଦ ଏବଂ ଚାଷୀଙ୍କ ବିରୋଧକୁ ଦେଖି ରାଜ୍ୟ ସରକାର ସେହି ବିଲ୍‌କୁ ଅଧିକ ଆଲୋଚନା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଛନ୍ତି। ଏବେ କୃଷି ଆଇନକୁ ନେଇ ଦେଶରେ ପାଣିପାଗ ବଦଳିଛି। ଦେଶବ୍ୟାପୀ କୃଷକମାନଙ୍କର ପ୍ରବଳ ବିରୋଧ ସହ ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ହାରିଯିବା ଭୟରେ କେନ୍ଦ୍ର ସରକାର ମୁଣ୍ଡ ନୁଅଁାଇଛନ୍ତି। ୩ କୃଷି ଆଇନକୁ ପ୍ରତ୍ୟାହାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। କେନ୍ଦ୍ର ୟୁ-ଟର୍ନ କରିଥିବାବେଳେ ରାଜ୍ୟ ସରକାର ଉପରୋକ୍ତ ବିଲ୍‌କୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସମବାୟ ମନ୍ତ୍ରୀ ସ୍ବାଇଁ କହିଛନ୍ତି, ଉକ୍ତ ବିଲ୍‌ ଅକାମୀ ହୋଇଯାଇଛି। କେନ୍ଦ୍ର ନୂଆ ପ୍ରସ୍ତାବ ଆଣିବା ପରେ ତାହାକୁ ରାଜ୍ୟ ସରକାର ବିଚାର କରିବେ।
କେନ୍ଦ୍ର ସରକାରଙ୍କ ଫାର୍ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ କମର୍ସ (ପ୍ରମୋଶନ ଆଣ୍ଡ ଫାସିଲିଟେଶନ) ବିଲ୍‌-୨୦୨୦କୁ ଅନୁକରଣ କରି ରାଜ୍ୟ ସରକାର ଉକ୍ତ ବିଲ୍‌କୁ ପ୍ରସ୍ତୁତ କରିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏହି ବିଲ୍‌ ଆଇନରେ ପରିଣତ ହେଲେ କୃଷିଜାତ ଦ୍ରବ୍ୟ ଖରିଦ, ବିକ୍ରିରେ ସାମିଲ ହୋଇଥିବା ସରକାରୀ ସଂସ୍ଥା ହଟିଯିବେ। ସମଗ୍ର ରାଜ୍ୟ ପାଇଁ ଏକକ ବଜାର ଲାଇସେନ୍ସ ବ୍ୟବସ୍ଥା ଲାଗୁ ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ କୃଷିକ୍ଷେତ୍ରର ଘରୋଇକରଣ କରାଯିବ। ଜଣେ ଲାଇସେନ୍ସ ପାଇଥିବା ବେପାରୀ ରାଜ୍ୟର ଯେକୌଣସି ସ୍ଥାନରୁ କୃଷି ଉତ୍ପାଦିତ ଦ୍ରବ୍ୟ କ୍ରୟ କରିପାରିବେ। କେବଳ ସେତିକି ନୁହେଁ, ରାଜ୍ୟ ବାହାର ବେପାରୀ ମଧ୍ୟ ରାଜ୍ୟରେ ନିଜର ବାଣିଜ୍ୟ କାରବାର କରିପାରିବେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର କୃଷି ଆଇନ ଆଣିବା ପରେ ରାଜ୍ୟ ସରକାର ଏ ନେଇ ପଦକ୍ଷେପ ଆରମ୍ଭ କରିଥିଲେ। କେନ୍ଦ୍ରର କୃଷି ଅଧ୍ୟାଦେଶକୁ ନକଲ କରି ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବର ୨୯ରେ ଓଡ଼ିଶା ଏଗ୍ରିକଲଚରାଲ ପ୍ରଡ୍ୟୁସ୍‌ ଆଣ୍ଡ ଲାଇଭଷ୍ଟକ ମାର୍କେଟିଂ (ପ୍ରମୋଶନ ଆଣ୍ଡ ଫାସିଲିଟେଶନ) ଅଧ୍ୟାଦେଶ-୨୦୨୦ ଏବଂ ଓଡ଼ିଶା ଏଗ୍ରିକଲଚରାଲ ପ୍ରଡ୍ୟୁସ୍‌ ଆଣ୍ଡ କଣ୍ଟ୍ରାକ୍ଟ ଫାର୍ମିଂ (ପ୍ରମୋଶନ ଆଣ୍ଡ ଫାସିଲିଟେଶନ) ଅଧ୍ୟାଦେଶ-୨୦୨୦ ଆଣିଥିଲେ। କେନ୍ଦ୍ରର କୃଷି ଆଇନକୁ ବିରୋଧ ଦେଖି ଓଡ଼ିଶା ସରକାର କଣ୍ଟ୍ରାକ୍ଟ ଫାର୍ମିଂ ଅଧ୍ୟାଦେଶକୁ ରଦ୍ଦ କରି ଦେଇଥିଲେ। ତେବେ ୨୦୨୦ ନଭେମ୍ବର ୨୦ରେ ରାଜ୍ୟ ସରକାର ଓଡ଼ିଶା ଏଗ୍ରିକଲଚରାଲ ପ୍ରଡ୍ୟୁସ୍‌ ଆଣ୍ଡ ଲାଇଭଷ୍ଟକ ମାର୍କେଟିଂ (ପ୍ରମୋଶନ ଆଣ୍ଡ ଫାସିଲିଟେଶନ) ଅଧ୍ୟାଦେଶକୁ ବିଲ୍‌ରେ ପରିଣତ କରି ନଭେମ୍ବର ୨୫ରେ ବିଧାନସଭାରେ ଉପସ୍ଥାପନ କରିଥିଲେ। ବିରୋଧୀ ଦଳ ଏହି ବିଲ୍‌କୁ ଚାଷୀ ବିରୋଧୀ ଏବଂ କର୍ପୋରେଟ ସଂସ୍ଥାକୁ ଫାଇଦା ଦେବା ପାଇଁ ଉଦ୍ଦିଷ୍ଟ କହି ପ୍ରବଳ ହଟ୍ଟଗୋଳ କରିଥିଲେ। କେନ୍ଦ୍ର କୃଷି ଆଇନକୁ ବିରୋଧ ହେଉଥିବା ଜାଣି ଉକ୍ତ ବିଲ୍‌କୁ ବିଧାନସଭାରେ ଗୃହିତ କରା ନ ଯାଇ ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଯାଇଥିଲା।
ଏହି ବିଲ୍‌ କର୍ପୋରେଟ ସଂସ୍ଥା ପାଇଁ କରାଯାଇଛି। ଯଦି କୃଷି ବଜାରକୁ ଖୋଲା ଛାଡ଼ିଦିଆଯିବ ତେବେ ଏହା କୃଷକଙ୍କ ପାଇଁ ଭୟଙ୍କର ହେବ। ଏହା ସମଗ୍ର କୃଷି ବ୍ୟବସ୍ଥାକୁ ଛାରଖାର କରିଦେବ। ଶାସକ ବିଜେଡି ଏହି ବିଲ୍‌କୁ ପାର୍ଲାମେଣ୍ଟରେ ବିରୋଧ କରୁଥିବାବେଳେ ଓଡ଼ିଶା ଚାଷୀଙ୍କ ପାଇଁ ଏଭଳି ବିଲ୍‌ ଆଣିବା ଆଶ୍ଚର୍ଯ୍ୟ କରିଛି ବୋଲି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି। ଏହି ବିଲ୍‌ କାର୍ଯ୍ୟକାରୀ ହେଲେ କୃଷକମାନେ ଘରୋଇ କମ୍ପାନୀ ଦ୍ୱାରା ଶୋଷିତ ହେବେ ବୋଲି ସେ କହିଛନ୍ତି । ବିଲ୍‌ ଉପସ୍ଥାପନ କରିଥିବା ସମବାୟ ମନ୍ତ୍ରୀ ଏବେ ବିଲ୍‌ ଆଉ କାର୍ଯ୍ୟକାରୀ ହେବ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

ଲକ୍‌ଡାଉନର ସୁଯୋଗ ନେଇ କେନ୍ଦ୍ର ସରକାର ସମଗ୍ର ଦେଶ ଉପରେ କୃଷି ଆଇନକୁ ଲଦି ଦେଇଥିଲେ। ଓଡ଼ିଶା ବିଧାନସଭାରେ ଯେଉଁ ବିଲ୍‌ ରାଜ୍ୟ ସରକାର ଆଣିଥିଲେ ତାହା ଅକାମୀ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଦେଖି ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି ଦୋମୁହାଁ ନୀତିକୁ ଭାଜପା ଓ କଂଗ୍ରେସ ସମାଲୋଚନା କରିଛନ୍ତି। ଭାଜପା ବରିଷ୍ଠ ନେତା ବିଷ୍ଣୁପଦ ସେଠୀ କହିଛନ୍ତି, ବିଜେଡି ଏକ ସୁବିଧାବାଦୀ ଦଳ। ପାର୍ଲାମେଣ୍ଟରେ ଗୋଟିଏ କଥା କହୁଥିବା ବେଳେ ରାଜ୍ୟରେ ଆଉ ଗୋଟିଏ କଥା କହୁଛି। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ର ନିର୍ଦ୍ଦେଶରେ ପରିଚାଳିତ ହେଉଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ଗୁପ୍ତ ବୁଝାମଣା ରହିଛି। କୃଷି ଆଇନ ଉଭୟଙ୍କ ମୁଖା ଖୋଲିଦେଇଛି। ବର୍ତ୍ତମାନ ଭାଜପା ଓ ବିଜେଡି ପରସ୍ପରକୁ ଦୋଷ ଦେଇ ଚାଲିଛନ୍ତି। କଂଗ୍ରେସ ଚାଷୀଙ୍କ ସହ ରହିଛି। ଯେ ପର୍ଯ୍ୟନ୍ତ କୃଷି ଆଇନ ରଦ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ କଂଗ୍ରେସ ବିରୋଧ ଜାରି ରଖିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର,୪ା୭(ବ୍ୟୁରୋ): ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶନିବାର କୋଭିଡ-୧୯(କରୋନା)ରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ...

ପ୍ରଶ୍ନ ଚୟନକୁ ନେଇ ଭାଜପା ସଭ୍ୟଙ୍କ ହଟ୍ଟଗୋଳ: ଏଣିକି ଲଟେରି ପୂର୍ବରୁ ବିଧାୟକଙ୍କୁ ଏସ୍‌ଏମ୍‌ଏସ୍‌ କରାଯିବ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ବିଧାନସଭାରେ କୋଉ ପ୍ରଶ୍ନ ଆସିବ ତାହା ଲଟେରି ମାଧ୍ୟମରେ ହୋଇଥାଏ। ଲଟେରି କିମ୍ବା ଗୁପ୍ତ ଗୋଳା ମାଧ୍ୟମରେ ପ୍ରଶ୍ନ ଚୟନ କରାଯାଉନାହିଁ। ଭଲ...

କାଗଜକଲମରେ ସୀମିତ ଶୌଚାଳୟ ନିର୍ମାଣ

ନୟାଗଡ଼ ଅଫିସ,୧୯।୧୧- ମଙ୍ଗଳବାର ବିଶ୍ୱ ଶୌଚାଳୟ (ପାଇଖାନା) ଦିବସ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଲିଭିଂ ନୋ ୱାନ୍‌ ବିହାଇଣ୍ଡ’। କେହି ଯେମିତି ଶୌଚାଳୟରୁ ବଞ୍ଚତ୍ତ...

ପୁଣି ହାଇକୋର୍ଟ ଗଲେ ବର୍ଷା

କଟକ ଅଫିସ,୨୭।୫: ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଏମ୍‌ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡ଼ିଆରେ ଅପମାନଜନ ପୋଷ୍ଟ ହେଉଥିବା ନେଇ ଅଦାଲତଙ୍କୁ...

ସକାଳ ୯ରୁ ଅଷ୍ଟମ, ପୂର୍ବାହ୍ନ ୧୦ରୁ ଏକାଦଶ ପିଲାଙ୍କ ହେବ ପାଠପଢ଼ା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଅଷ୍ଟମ ଓ ଏକାଦଶ ଣ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ରେ ଏକାଦଶ ଓ ୨୫...

ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୦ା୬: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଭୁବନେଶ୍ୱର ହେଡ୍‌ କ୍ୱାର୍ଟରରେ ଥିବା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ୍‌ଙ୍କ ଆୟ ବହିର୍ଭୂତ...

ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୧୪।୪: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁ ପିପିଲି ଉପର୍ନିବାଚନ ବନ୍ଦ ହୋଇପାରେ। ଜନପ୍ରତିନିଧି ଆଇନ ୧୯୫୧ର ସେକ୍ସନ ୫୨ ଅନୁଯାୟୀ, ନିର୍ବାଚନ ଲିଢୁଥିବା...

୪୫ ମିନିଟ୍‌ ଫସି ରହିଲେ ସୁରକ୍ଷାକର୍ମୀଙ୍କ ସହ ୫ ପର୍ଯ୍ୟଟକ

ଭୁବନେଶ୍ୱର (ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୧୮ା୩ (ଡି.ଏନ୍‌.ଏ.): ଧଉଳି ଶାନ୍ତିସ୍ତୂପରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ଟଳିଯାଇଛି। ପାହାଡ଼ ଉପରକୁ ଯିବାଆସିବା ଲାଗି ରହିଥିବା ଲିଫ୍ଟ...

Advertisement
Archives

Model This Week