ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବଡ଼ ଡେଙ୍ଗନେଲି ଗ୍ରାମ ନିକଟସ୍ଥ ଏକ କଲଭର୍ଟର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାରୁ ଏହି ବାଟ ଦେଇ ଯାତାୟାତ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛି। ଆଜି ଏକ ଚିପ୍ସ ବୋଝେଇ ହାଇଓ୍ବା ଗାଡ଼ି ଲାଖପଦର ଯାଉଥିବା ବେଳେ ଉକ୍ତ କଲଭର୍ଟ ନିକଟରେ ତା’ର ଆଗ ଚକା ଦବି ଯାଇ ଫସି ରହିଛି। ଯାହାଫଳରେ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ନିୟମଗିରି ପାହାଡ଼ ଉପତ୍ୟକା ତଥା ଡଙ୍ଗରିଆ କନ୍ଧ ଅଧ୍ୟୁଷିତ ଅଞ୍ଚଳକୁ ସଂଯୋଗ କରୁଥିବା ଏହି ରାସ୍ତାଟି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଯୋଗାଯୋଗର ଏକମାତ୍ର ମାଧ୍ୟମ। ଗୁମା, ଲମ୍ବା, ଡଙ୍ଗାମାଟି, ବଡ଼ ଡେଙ୍ଗନେଲି, ସାରିଝଲା, ପଟାଙ୍ଗୀପଦର ଏବଂ ଲାଖପଦର ଆଦି ଗ୍ରାମର ହଜାର ହଜାର ଜନସାଧାରଣ ପ୍ରତିଦିନ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଚିକିତ୍ସା ପାଇଁ ଡାକ୍ତରଖାନା ଯିବା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା, ଛାତ୍ରୀଛାତ୍ର ସ୍କୁଲ-କଲେଜ ଯିବା ଏବଂ କୃଷିଜାତ ଦ୍ରବ୍ୟ ବଜାରକୁ ନେବା ପାଇଁ ଏହି ବାଟ ହିଁ ଏକମାତ୍ର ଭରସା।
କଲଭର୍ଟଟି ଭାଙ୍ଗିଯିବା କାରଣରୁ ଚାରିଚକିଆ ଯାନ ସମେତ ଜରୁରୀକାଳିନ ଆମ୍ବୁଲାନ୍ସ ସେବା ମଧ୍ୟ ଠପ୍‌ ହୋଇଯାଇଛି। ବାଇକ୍‌ ଆରୋହୀ ଓ ପଦଯାତ୍ରୀମାନେ ଜୀବନକୁ ବାଜି ଲଗାଇ ଯିବାଆସିବା କରୁଛନ୍ତି। ବିଶେଷ କରି ରାତିର ଅନ୍ଧାରରେ ଖାଲ ନ ଦିଶିବାରୁ ବଡ଼ ଧରଣର ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ଆଶଙ୍କା ରହିଛି। ଦିନକୁ ଦିନ ଖାଲର ଆକାର ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ସେଠାରେ କେବଳ ଲୁଗା ଖଣ୍ଡିଏ ବାନ୍ଧି ଦିଆଯାଇଥିବା ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କଲଭର୍ଟ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଏ ସମ୍ପର୍କରେ କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ମନୀଷା ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବାବଦରେ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ବର୍ତ୍ତମାନ ସୁଦ୍ଧା କାମ ଶେଷ ହେବା କଥା, ତେବେ କେଉଁ କାରଣରୁ କାର୍ଯ୍ୟ ହୋଇନାହିଁ ତାହାର ତଦାରଖ କରାଯିବ।
ଅନ୍ୟପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ (ଜେଇ) ଦିଲ୍ଲୀପ କୁମାର ରାଉତରାୟ କହିଛନ୍ତି ଯେ, କଲଭର୍ଟ ଉପରେ ନୂତନ ସ୍ଲାବ୍‌ ପକାଇ ମରାମତି କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ବୁମ୍‌ରା, ନିଜ ନାଁରେ କଲେ ଏହି ବଡ଼ ରେକର୍ଡ

ନୂଆଦିଲ୍ଲୀ, ୧।୧୦: ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟରେ ଭାରତ ଦମଦାର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନର ବଡ଼…

ଅଭିଜିତ୍ ଦୀପକେ କରିପାରିବେ କି ଜ୍ଞାନେଶ କୁମାରଙ୍କ ଇସ୍ତଫା? ସୋନମ୍ ୱାଙ୍ଗଚୁକ୍ ଦେଲେ ବଡ଼ ବୟାନ୍

ନୂଆଦିଲ୍ଲୀ,୧।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଶୁକ୍ରବାର (୨ ଅକ୍ଟୋବର) ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି କକରୋଚ୍ ଜନତା ପାର୍ଟି (CJP)…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?