VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି ବରିଷ୍ଠ IAS ଅଧିକାରୀ ଜଣକ ବ୍ୟକ୍ତିଗତ ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେ ଜୁଲାଇ ୨୦୨୪ରୁ ଓଡ଼ିଶାର ସିଇଓ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ତାଙ୍କ ପାଖରେ ଅବକାରୀ ବିଭାଗ ସଚିବଙ୍କ ଅତିରିକ୍ତ ଦାୟିତ୍ୱ ମଧ୍ୟ ରହିଛି। ଗୋପାଳନ୍‌‌ଙ୍କ ଚାକିରି ସମୟସୀମା ଜୁନ୍‌ ୨୦୨୮ରେ ଶେଷ ହେବାର ଥିଲା। ଅର୍ଥାତ୍ ନିର୍ଦ୍ଧାରିତ ଅବସରର ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ସେ VRS ପାଇଁ ଆବେଦନ କରିଛନ୍ତି। ତେବେ ତାଙ୍କର ଏହି ଆବେଦନ ଉପରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ଓଡ଼ିଶାରେ ନିକଟରେ ଶେଷ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଥିବା ବେଳେ ଗୋପାଳନ୍‌ଙ୍କ ଏହି ଆବେଦନ ଆସିଛି। ସେପ୍ଟେମ୍ବର ୨୧ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩,୧୬,୩୨,୭୫୪ ରହିଛି, ଯାହା SIR ପୂର୍ବର ୩,୩୩,୯୯,୫୯୧ ତୁଳନାରେ ପ୍ରାୟ ୧୭.୬୭ ଲକ୍ଷ କମ୍‌। ମୃତ, ସ୍ଥାନାନ୍ତରିତ, ନକଲି ଏବଂ ଯାଞ୍ଚ ସମୟରେ ନମିଳିଥିବା ଭୋଟରଙ୍କ ନାମ ଏଥିରୁ ବାଦ୍‌ ଦିଆଯାଇଛି, ଯାହାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି।

ତାଙ୍କର ଏହି ନିଷ୍ପତ୍ତିକୁ SIR ସହ ଯୋଡ଼ି ନଦେଖିବାକୁ  ଗୋପାଳନ୍‌ ଅନୁରୋଧ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଗତ କିଛି ମାସ ହେବ ଚାକିରି ଛାଡ଼ିବା ନେଇ ଚିନ୍ତା କରୁଥିଲେ, କିନ୍ତୁ SIR ପ୍ରକ୍ରିୟା ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। କେବଳ ସ୍ୱାସ୍ଥ୍ୟ ଏବଂ ନିଜର କିଛି ବ୍ୟକ୍ତିଗତ କାମ ଉପରେ ଧ୍ୟାନ ଦେବା ପାଇଁ ସେ ଏହି ଆବେଦନ କରିଛନ୍ତି।

ନିଜର ପ୍ରାୟ ୨୫ ବର୍ଷର ପ୍ରଶାସନିକ କ୍ୟାରିୟର ମଧ୍ୟରେ ଆର୍. ଏସ୍. ଗୋପାଳନ୍‌‌ ସାଧାରଣ ପରିଚୟ ପ୍ରାଧିକରଣ (UIDAI)ର ଡେପୁଟି ଡାଇରେକ୍ଟର ଜେନେରାଲ, ଶ୍ରମ ବିଭାଗ ସଚିବ ଏବଂ କୃଷି ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗୋପାଳନ୍‌ଙ୍କ ପୂର୍ବରୁ ଓଡ଼ିଶା କ୍ୟାଡର IPS ଅଧିକାରୀ ଜଗମୋହନ ମୀଣା ମଧ୍ୟ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି, ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିସାରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

IND vs NZ: ଛୋଟ ଇନିଂସରେ ବଡ଼ ସଫଳତା ହାସଲ କରିଛନ୍ତି ଋଷଭ ପନ୍ତ, ନିରାଶ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ,…

ଆକାଶ ଅମ୍ବାନୀଙ୍କ ଗୋଟିଏ ଫୋନ କଲ୍‌ରେ ବଦଳିଗଲା ରୋହିତ ଶର୍ମାଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ଘଟିଲା

ମୁମ୍ବାଇ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ରାଜି ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଚାମ୍ପିୟନ କରାଇଥିବା ରୋହିତ ଆଗାମୀ ଆଇପିଏଲ୍‌ରେ…

ମୋଦି ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମାୟାବତୀ

ନୂଆଦିଲ୍ଲୀ,୨୮।୧୧: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ, ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇବା ନେଇ କେନ୍ଦ୍ର…

ଅଷ୍ଟ୍ରେଲିଆ ଟିମ୍‌ରେ ବଡ଼ ହଲଚଲ: ୨ ଅଭିଜ୍ଞ ଖେଳାଳି ଦଳରୁ ବିଦା, କ୍ରିକେଟ୍‌ ଜଗତରେ ବଢୁଛି ଚର୍ଚ୍ଚା

ସିଡନୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ଦଳରୁ ଦୁଇ ଅଭିଜ୍ଞ ଖେଳାଳି ନାଥନ ଲାୟନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?