ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ପକ୍ଷୀକୁ ଗରମ ହେଉଥିବା ବେଳେ ସେ ନିଜେ ଶାଓ୍ବାର ଅନ୍ କରି ଗାଧୋଉଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ସେ କ୍ୟାପ୍ଶନ୍ରେ ଲେଖିଛନ୍ତି ଯେ, ‘‘ପ୍ରତିଦିନ ସ୍ନାନ କରନ୍ତୁ’’ । ଏହା ଭାଇରାଲ ହେବାରେ ଲାଗିଛି।
Shower everyday 💕
(Free bird from cages) pic.twitter.com/GxxM57scrR
— Susanta Nanda IFS (@susantananda3) August 30, 2020