Posted inଜାତୀୟ

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଜମ୍ମୁ କଶ୍ମୀରରେ ହାଇଡ୍ରୋ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି। ଚେନାବ ନଦୀ ଉପରେ ୫୪୦ ମେଗାୱାଟ କାୱାର ହାଇଡ୍ରୋ ପ୍ରକଳ୍ପ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୨୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପର ନିର୍ମାଣ ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ଯୋଗାଇବ। ଏହା ବ୍ୟତୀତ ଆଜିର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ସେହିପରି ପିଏମ ଷ୍ଟ୍ରିଟ ଭେଣ୍ଡର ଆତ୍ମନିର୍ଭର ନିଧି(ପିଏମ୍‌ ସ୍ବନିଧି) ବର୍ତ୍ତମାନ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହା ଅଧୀନରେ ସରକାର ସାତ ପ୍ରତିଶତ ସବସିଡିରେ ରାସ୍ତାକଡ଼ ବିକ୍ରେତାଙ୍କୁ ରୁଣ ପ୍ରଦାନ କରୁଛନ୍ତି। ଭେଣ୍ଡିଂ ଜୋନ ଗୁଡିକ ୫୮୦୦ରୁ ୧୦,୫୦୦କୁ ବୃଦ୍ଧି କରାଯାଇଛି। ଅନ୍ୟାନ୍ୟ ନିଷ୍ପତ୍ତି ବିଷୟରେ କହିବାକୁ ଗଲେ, ଦଶଟି ରାଜ୍ୟରେ ୨୫୪୨ ଟାୱାରକୁ ୨ଜିରୁ ୪ଜି କରାଯିବ। ଏହି ଟାୱାର ଦେଶର ଦଶଟି ରାଜ୍ୟରେ ଅଛି। ଏଥି ପାଇଁ ୨୪୨୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ଏହା ବ୍ୟତୀତ ସାର ସବସିଡି ବୃଦ୍ଧି କରିବାକୁ ସରକାର ଅନୁମୋଦନ କରିଛନ୍ତି ଏବଂ ୬୧,୦୦୦ କୋଟି ଟଙ୍କା ଅତିରିକ୍ତ ସବସିଡି ମଧ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ୮୨୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ...

ବାପାଙ୍କ ମୃତ୍ୟୁଖବର ଶୁଣି ଚେୟାରରୁ ଗଳି ପଡିଲେ ପୁଅ

ଲକ୍ଷ୍ନୌ,୨୯।୩: ଉତ୍ତରପ୍ରଦେଶର ପ୍ରଖ୍ୟାତ ମାଫିଆ ମୁଖତାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଜେଲ୍‌ରେ ଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କର ଜଣେ ପୁଅ ଅବ୍ବାସ ବର୍ତ୍ତମାନ କସଗଞ୍ଜ...

ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ

ଲକ୍ଷ୍ନୌ,୨୯।୩: ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର୍‌ ଅନସାରୀ ହୃଦଘାତରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଅନସାରୀଙ୍କ ମୃତ୍ୟୁକୁ ନେଇ ଭାଜପା ନେତା ସଂଗୀତ ସୋମଙ୍କ ବଡ ବିବୃତ୍ତି ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri