ଶାହିଦଙ୍କ ‘ଜର୍ସି’ ସୁପର ଫ୍ଲପ୍‌

ବମ୍ବେ: ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ବିଫଳ ହୋଇଛି ‘ଜର୍ସି’। ଏପ୍ରିଲ ୨୨ରେ ସିନେମାଘରେ ରିଲିଜ ହୋଇଥିଲା ଫିଲ୍ମ। ପ୍ରଥମ ଦିନରୁ ଏହା ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇନାହିଁ। ହିଟ୍‌ ହେବା ପରିବର୍ତ୍ତେ ଫିଲ୍ମଟି ‘ସୁପର ଫ୍ଲପ୍‌’ ହେବ ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।

ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ ମୃଣାଳ ଠାକୁର ଅଭିନୀତ ଏହି ଫିଲ୍ମ ରିଲିଜର ପଞ୍ଚମ ଦିନରେ ଖରାପ ବ୍ୟବସାୟ କରିଛି। ମଙ୍ଗଳବାର ଏହା ମାତ୍ର ୧.୪୦ କୋଟି ରୋଜଗାର କରିଛି। ଏହାପରେ ଫିଲ୍ମର କଲେକ୍ସନ ପ୍ରାୟ ୧୭ କୋଟି ଟଙ୍କା ହୋଇଛି। ଏଭଳି ସ୍ଥିତିକୁ ଦେଖି ସେ ମୋଟ ୨୦ କୋଟି ବ୍ୟବସାୟ କରିପାରିବ ବୋଲି କୁହାଯାଉଛି।

ଶାହିଦଙ୍କ ଏହି ଫିଲ୍ମ ‘ଜର୍ସି’ ସାଉଥ୍‌ ଫିଲ୍ମର ହିନ୍ଦି ରିମେକ। ୨୦୧୯ରେ ନିର୍ମାଣ ହୋଇଥିବା ଏହି ଦକ୍ଷିଣ ଭାରତୀୟ ସିନେମା ସୁପରହିଟ୍‌ ହୋଇଥିଲା। ଏଣୁ ହିନ୍ଦୀରେ ମଧ୍ୟ ଏହା ହିଟ୍‌ ହେବ ବୋଲି ଆଶା କରାଯାଉଥିଲା। ହେଲେ କେଜିଏଫ୍‌-୨ ସହ ରିଲିଜ ହେବା ଯୋଗୁ ଫିଲ୍ମ ଉପରେ ପ୍ରଭାବ ପଡ଼ିଛି। ଏଥିସହ ପୂର୍ବ ଫିଲ୍ମଟି ଦେଖି ନେଇଥିବା ଯୋଗୁ ଦର୍ଶକ ଶାହିଦଙ୍କ ଫିଲ୍ମକୁ ଦେଖିବାକୁ ଚାହୁଁ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୁଦ୍ର ପଲୋର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

ମହଙ୍ଗା ମାଡ଼! ବଢ଼ିଲା ଅମୂଲ କ୍ଷୀର ଦାମ୍, ଲିଟର ପିଛା….

ନୂଆଦିଲ୍ଲୀ,୧୩ା୫: ସାଧାରଣ ଜନତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ଦେଶର ପ୍ରମୁଖ ଦୁଗ୍ଧ କମ୍ପାନୀ ଅମୂଲ ସାରା ଦେଶରେ କ୍ଷୀରର ମୂଲ୍ୟ ପ୍ରତି ଲିଟର…

କ୍ୟାମ୍ପ ନିକଟରୁ IRB ହାବିଲଦାରଙ୍କ ମୃତଦେହ ଉଦ୍ଧାର, ଋଣଭାର-ପାରିବାରିକ ଚିନ୍ତାରେ…

ଭଞ୍ଜନଗର,୧୩ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆରବି ୮ମ ସ୍ଵତନ୍ତ୍ର ବାଟାଲିୟନ ହାବିଲଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଦେବାଶିଷ ବେହେରା…

ପଞ୍ଚାୟତ ନିର୍ବାଚନ ପାଇଁ ପାଗଭିଡ଼ା, ଭାଜପାରେ ସାମିଲ ହେଲେ ବହୁ….

ଗଞ୍ଜାମ,୧୩ା୫ (ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ବଳରାମଚନ୍ଦ୍ର ପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାଜପାର ମିଶ୍ରଣ…

ବାସନ ଧୋଉଥିଲେ ମହିଳା, ଟାଣିନେଲା କୁମ୍ଭୀର, ଦୀର୍ଘ ସମୟ ଲଢ଼େଇ ପରେ…

ମହାକାଳପଡ଼ା,୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଦଳିଛି ସରକାର। ବଦଳିନି ଜଙ୍ଗଲଘେରୀ ଶବରପଡ଼ାର ଚିତ୍ର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ…

ପ୍ରତୀକ ଯାଦବଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା, ପୋଷ୍ଟମର୍ଟମ ରିପୋର୍ଟ….

ଲକ୍ଷ୍ନୌ,୧୩।୫: ଭାଜପାର ନେତ୍ରୀ ଏବଂ ମହିଳା କମିଶନର ଉପାଧ୍ୟକ୍ଷ ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ପ୍ରତୀକ ଯାଦବଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ…

ଚାଷୀଙ୍କ ପାଇଁ ଖୁସି ଖବର, ଧାନର MSP ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୩ା୫: କେନ୍ଦ୍ର କ୍ୟାବିନେଟର ବୈଠକରେ ଚାଷୀ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ୨୦୨୬-୨୭ ଖରିଫ ଋତୁ…

ବସ୍‌ରେ ଯାତ୍ରା କରିବେ ନୀତିନ ଗଡକରୀ, ମୋଦିଙ୍କ ଅପିଲ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ଼୍ବାନ ପରେ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଇନ୍ଧନ ସଂରକ୍ଷଣ ପାଇଁ, ଗଡକରୀ ତାଙ୍କର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri